Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୩ “ସୁରଭି” ଅବସରରେ ଓଡ଼ିଶା ମିଲେଟସ ଓ ମଧ୍ୟାହ୍ନ ଭୋଜନ ମେଳା ଏବଂ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୩ “ସୁରଭି” ଅବସରରେ ଓଡ଼ିଶା ମିଲେଟସ ଓ ମଧ୍ୟାହ୍ନ ଭୋଜନ ମେଳା ଏବଂ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ

November 08
11:02 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮//୧: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୩ “ସୁରଭି” କାର୍ଯ୍ୟକ୍ରମ ପାଳନ ଅବସରରେ ଓଡ଼ିଶା ମିଲେଟ୍ସ୍ ପ୍ରତିଯୋଗିତା , ମଧ୍ୟାହ୍ନ ଭୋଜନ ମେଳା ଏବଂ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଆଗାମୀ ଭବିଷ୍ୟତ ପାଇଁ ପରିବେଶ ସହିତ ନିଜକୁ ଏବଂ ମାନବ ସମାଜକୁ କିଭଳି ସୁରକ୍ଷିତ ରଖିବା ସେ ଦିଗରେ ସଚେତନ କରାଇ ଗୁରୁତ୍ୱାରୋପ କରିବା ସହ ମିଲେଟ୍ସ ର ମହତ୍ତ୍ଵ ଓ ଖାଦ୍ୟ ଭାବେ ଏହାର ଆବଶ୍ୟକତା ଉପରେ କହିସୁସ୍ଥ ଜୀବନ ଯାପନ କରିବା ଦିଗରେ ଏହା କିଭଳି ବିଶେଷ ସହାୟକ ହୋଇଥାଏ କହିଥିଲେ ।
ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ବିଭିନ୍ନ ପ୍ରକାରର ବିକାଶ ନିମନ୍ତେ ସରକାରଙ୍କ ପକ୍ଷରୁ ନିଆ ଯାଉଥିବା ପଦକ୍ଷେପ ସମ୍ପର୍କରେ କହି ଏହି ଶିଶୁ ଉତ୍ସବ “ସୁରଭି” ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ କିଭଳି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଥାଏ , ସେ ସମ୍ପର୍କରେ କହିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାଏକ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ବଜାରରେ ମିଳୁଥିବା ଅତି ସ୍ୱାଦଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ତାହା କିଭଳି ଆମ ଶରୀରକୁ ହାନି କରିବା ସହ ଅସୁସ୍ଥ କରି ପକାଇଥାଏ କହିବା ସହ ଏଭଳି କାର୍ଯ୍ୟକ୍ରମ ଶିଶୁମାନଙ୍କୁ ସେମାନଙ୍କ ଲୁକ୍କାୟିତ ପ୍ରତିଭା , ଜିଲ୍ଲା ରାଜ୍ୟ ଓ ଜାତୀୟ ସ୍ତରରେ ବିକଶିତ କରିବା ପାଇଁ କିଭଳି ସୁଯୋଗ ଆଣି ଦେଇଥାଏ , ସେ ସମ୍ପର୍କରେ କହିଥିଲେ ।
ପରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ରାଓ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ – ୨୦୨୩ ସୁରଭି” କାର୍ଯ୍ୟକ୍ରମର ଶୁଭାରମ୍ଭ ଘୋଷଣା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳାଇ , ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ୱାଇ: ଜନାର୍ଦ୍ଦନ ରାଓ , ମିଲେଟ ମିସନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଦେବସ୍ମିତ ପରିଡ଼ା ଏବଂ ମିଶନ ଶକ୍ତିର ୱାଇପି: ଶ୍ରୀ ସ୍ଵସ୍ତିକ ପଟନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ କନିଷ୍ଠ ଓ ବରିଷ୍ଠ ସ୍ତରର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ , ପ୍ରବନ୍ଧ , ଓଡ଼ିଆ ହସ୍ତାକ୍ଷର , ତର୍କ , ଶୃତଳିଖନ , ସଙ୍ଗୀତ , ଚିତ୍ରାଙ୍କନ , ମଧ୍ୟାହ୍ନ ଭୋଜନ , ବକ୍ତୃତା ଏବଂ ନୃତ୍ୟ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ।
ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମର ଉଦଯାପନୀ ତଥା ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ , ଏବିଇଓ: ଶ୍ରୀ ଏସ: ପାପାରାଓ ଏବଂ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ୱାଇ: ଜନାର୍ଦ୍ଦନ ରାଓ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ହୋଇଥିବା ୨୮ ଗୋଟି ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୭ ଗୋଟି ବ୍ଲକରୁ ମନୋନୀତ ହୋଇ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହୋଇଥିବା ମୋଟ ୨୮ ଗୋଟି ପ୍ରତିଯୋଗିତାରେ ୨୩୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ-ଶିକ୍ଷୟତ୍ରୀ ଯଥା:- ଶ୍ରୀ ଅମୂଲ୍ୟ ପାଣିଗ୍ରାହୀ , ଶ୍ରୀ ରମାକାନ୍ତ ପଟନାୟକ , ଲକ୍ଷ୍ମୀ ନାରାୟଣ ମିଶ୍ର , ଶ୍ରୀ ଆନନ୍ଦ ଶତପଥୀ , ଶ୍ରୀ ଭବାନୀ ଶଙ୍କର ପାଟଯୋଶୀ , ଶ୍ରୀ ରମାକାନ୍ତ ବରାଡ , ଶ୍ରୀ ଶ୍ୟାମ ସୁନ୍ଦର ଗନ୍ତାୟତ , ଶ୍ରୀ ଏସ: ତିରୁପତି ରାଓ , ଶ୍ରୀ ଜଗଦୀଶ ପାତ୍ର , ଶ୍ରୀ ସୌମ୍ୟ ନାୟକ , ଶ୍ରୀ ହରିକୃଷ୍ଣ ମିଶ୍ର , ଶ୍ରୀ ଶୈଳ ପାତ୍ର ଏବଂ ଶ୍ରୀମତୀ ଇତିଶ୍ରୀ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930