Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ-୨୦୨୩ ଓ ଚିଠା ଭୋଟର ତାଲିକା ପ୍ରକାଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ-୨୦୨୩ ଓ ଚିଠା ଭୋଟର ତାଲିକା ପ୍ରକାଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

November 09
19:58 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୧୧: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ -୨୦୨୩ ଓ ଚିଠା ତାଲିକା ପ୍ରକାଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏହି ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ , ବୁଧବାର ୯/୧୧/୨୦୨୨ ତାରିଖ ଠାରୁ ଆସନ୍ତା ୮/୧୨/୨୦୨୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଏବଂ ଏହାର ଚିଠା ଭୋଟର ତାଲିକା ପ୍ରକାଶନ ଆଜିଠାରୁ ଜିଲ୍ଲାର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ର , ସମସ୍ତ ବିଡ଼ିଓ କାର୍ଯ୍ୟାଳୟ ସମେତ ତହସିଲଦାର ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରକାଶିତ ହୋଇଛି ।
ଚଳିତ ବର୍ଷ ଠାରୁ ଭୋଟର ମାନେ ଚାରୋଟି ଯୋଗ୍ୟ ତାରିଖ ଜାନୁଆରୀ ୧/୧/୨୦୨୩ , ଏପ୍ରିଲ ୧/୪/୨୦୨୩ , ଜୁଲାଇ ୧/୭/୨୦୨୩ ଏବଂ ଅକ୍ଟୋବର ୧/୧୦/୨୦୨୩ ତାରିଖକୁ ଭିତ୍ତିକରି ନିଜ ନାମକୁ ଭୋଟର ତାଲିକାରେ ପଞ୍ଜିକରଣ କରିବା ପାଇଁ ଆଗୁଆ ଆବେଦନ କରିପାରିବେ ।
ଏଥିପାଇଁ ଫର୍ମ ନଂ-୬ ରେ ନାମ ଯୋଗ କରିବା , ଫର୍ମ- ନଂ ୭ ରେ ନାମକୁ ବାଦ କରିବା , ଫର୍ମ ନଂ ୮ ରେ ଭୋଟର ତାଲିକାରେ ନିଜ ତଥ୍ୟର ସଂଶୋଧନ ଓ ନିଜର ସ୍ଥାନ ପରିବର୍ତ୍ତନ କରିବା ଏବଂ ଫର୍ମ ନଂ-୬(ଖ) ରେ ନିଜର ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ସଂଯୋଗ କରିପାରିବେ ।
ତେଣୁ ଯୋଗ୍ୟ ବିବେଚିତ ଭୋଟର ମାନେ ଅନ ଲାଇନ ମାଧ୍ୟମରେ ଭୋଟର ହେଲ୍ପ ଲାଇନ ଆପ – ଏନ:ଭି:ଏସ:ପି: ଭୋଟର ପୋର୍ଟାଲ ଏବଂ ବୁଥ ସ୍ତରୀୟ ଅଧିକାରୀଙ୍କ ଠାରେ ଗରୁଡ଼ ଆପ ମାଧ୍ୟମ ଫର୍ମ ୬,୭,୮ ଓ ୬(ଖ)\’ ଆବେଦନ କରି ପାରିବେ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଏବଂ
ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି ଗଜପତି ଜିଲ୍ଲାରେ ରହିଥିବା ୨ ଗୋଟି ନିର୍ବାଚନ ମଣ୍ଡଳୀ ୧୩୬- ମୋହନା ରେ ୨୨୫୯୮୧ ଭୋଟର ଏବଂ ୧୩୭- ପାରଳାଖେମୁଣ୍ଡି ରେ ୨୦୬୩୮୩ ଭୋଟର ଥିବା ସୂଚନା ଦେବା ସହ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଏବଂ ଚିଠା ଭୋଟର ତାଲିକା ପ୍ରକାଶନ ଓ ନୂତନ ଭୋଟର ତଥା ଯୁବ ବର୍ଗରେ ଥିବା (୧୮-୧୯) ବର୍ଷର ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ଯୋଗ କରିବା ଦିଗରେ ସମସ୍ତ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳ ମାନଙ୍କ ଉପରେ ପ୍ରାଧାନ୍ୟ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଶ୍ରୀ ନଟବର ଗରଡ ଓ ଶ୍ରୀ ରାଜେନ୍ଦ୍ର କୁମାର ଭୂୟାଁ ଙ୍କ ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଓ ବିଭିନ୍ନ ରାଜନୈତିକ ଦଳ ଯଥା:- ବିଜେଡି: , କଂଗ୍ରେସ , ବିଜେପି: ଏବଂ ସିପିଆଇ ପ୍ରଭୃତି ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031