Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ୧୩ ତମ ଜାତୀୟ ମତଦାତା ଦିବସ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ୧୩ ତମ ଜାତୀୟ ମତଦାତା ଦିବସ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ

January 25
22:17 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୧: ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କ୍ ଅନ୍ତର୍ଗତ ଆରସେଟି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ୧୩ ତମ ଜାତୀୟ ମତଦାତା ଦିବସ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ କହି ଅଧିକରୁ ଅଧିକ ସଂଖ୍ୟକ ଭୋଟ-ଦାତା ନିର୍ବାଚନ ପ୍ରକ୍ରିୟାର ଭୋଟ ଦାନରେ ସାମିଲ ହୋଇ ଦେଶର ଗଣତନ୍ତ୍ରକୁ ସୁଦୃଢ କରିବାରେ ସହାୟକ ହେବାକୁ ଆହ୍ବାନ କରିଥିଲେ ।
ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ସମସ୍ତ ଭୋଟର ସେମାନଙ୍କୁ ଗଣତନ୍ତ୍ରର ଯେଉଁ ସବୁ ମତଦାନ ପ୍ରକ୍ରିୟା ରହିଛି , ସେ ସବୁ ଉପରେ ସମସ୍ତଙ୍କୁ ସଚେତନ କରାଇବା ଏବଂ ନୂତନ ଭୋଟର ମାନଙ୍କୁ ସମ୍ଭର୍ଦ୍ଧିତ କରି ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ଉପଜିଲ୍ଲାପାଳ ତଥା ଜିଲ୍ଲା ଭୋଟର ପଞ୍ଜିକରଣ ଅଧିକାରୀ ଶ୍ରୀ ଆଲୋକ କୁମାର ପ୍ରଧାନ ଯୋଗଦେଇ ପ୍ରାରମ୍ଭିକ ସୁଚନା ପ୍ରଦାନ କରିବା ସହ ଭୋଟର ଇପି କାର୍ଡର ମହତ୍ତ୍ଵ , ଇଲେକ୍ଟୋରାଲ ଲିଟେରେସି କ୍ଳବ୍ , ମତଦାନ ପ୍ରକ୍ରିୟାରେ ସମସ୍ତଙ୍କ ଅଂଶଗ୍ରହଣ , ଭୋଟର ଆପ ଓ ଭୋଟର ହେଲ୍ପ ଲାଇନ ଆପ ଏବଂ ରହିଥିବା ବାର୍ତ୍ତା:- ମତଦାନ ର ନାହିଁ ବିକଳ୍ପ ଭୋଟ ନିଶ୍ଚୟ ମୁଁ ଦେବୀ କଲି ସଂକଳ୍ପ ଉପରେ କହିଥିଲେ ।
ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ପଣ୍ଡା , ନୂତନ ଭୋଟର , ଇଲେକ୍ଟରାଲ ଲିଟେରାସୀ କ୍ଳବ୍ , ଉତ୍ତମ କାର୍ଯ୍ୟ କରିଥିବା ବିଏଲଓ: ଓ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ବଣ୍ଟନ କରିଥିଲେ ।
ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଶ୍ରୀ ନଟବର ଗରଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଦେବା ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031