Indus Valley Times

ଗଜପତି: ଜିଲ୍ଲା ପ୍ରଶାସନ ତରଫରୁ ଉପ କାରାଗାରରେ ଅନ୍ତେବାସୀଙ୍କ ଉଦ୍ଦେଶ୍ୟରେ ପାଠାଗାର ଉଦଘାଟନ ସହ ପୁସ୍ତକ ଓ ଖେଳ ସାମଗ୍ରୀ ବଣ୍ଟନ

 Breaking News

ଗଜପତି: ଜିଲ୍ଲା ପ୍ରଶାସନ ତରଫରୁ ଉପ କାରାଗାରରେ ଅନ୍ତେବାସୀଙ୍କ ଉଦ୍ଦେଶ୍ୟରେ ପାଠାଗାର ଉଦଘାଟନ ସହ ପୁସ୍ତକ ଓ ଖେଳ ସାମଗ୍ରୀ ବଣ୍ଟନ

October 22
21:08 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୨/୧୦: ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପାରଳଖେମୁଣ୍ଡି ଉପ କାରାଗାରରେ ଉପ କାରାଗାରର ଅନ୍ତେବାସୀ ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଏକ ପାଠାଗାର ଉଦଘାଟନ ହେବା ସହ ସେମାନଙ୍କୁ ବିଭିନ୍ନ ପ୍ରକାର ପାଠ୍ୟ ପୁସ୍ତକ , କେରମ୍ ବୋର୍ଡ ଓ ଚେସ ପ୍ରଭୃତି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମାନ୍ୟବର ଗଜପତି ଜିଲ୍ଲା ଓ ଦୌରା ଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାରାଗାର ଭିତର ପରିସରରେ ଏକ ନୂତନ ପାଠାଗାରକୁ ମିଳିତ ଭାବେ ଉଦଘାଟନ କରିଥିଲେ।
ଏହି ଅବସରରେ କାରାଗାରର ଅନ୍ତେବାସୀ ମାନଙ୍କୁ ବିଭିନ୍ନ ପ୍ରକାର ପାଠ୍ୟ ପୁସ୍ତକ ସମେତ କେରମ୍ ବୋର୍ଡ ଓ ଚେସ ପ୍ରଭୃତି ପ୍ରଦାନ କରାଯାଇଛି ।
ଏହି ସବୁ ସାମଗ୍ରୀ ମାଧ୍ୟମରେ କାରାଗାରର ସମସ୍ତ ଅନ୍ତେବାସୀ ପାଠ୍ୟପୁସ୍ତକ ପଢିବା ସହିତ କେରମ ଓ ଚେସ ମାଧ୍ୟମରେ ସେମାନଙ୍କର ମନୋରଞ୍ଜନ ପାଇଁ ଅତି ଆନନ୍ଦରେ ସମୟ ସହଜେ ଅତିବାହିତ କରିପାରିବେ ବୋଲି ଅତିଥି ଦ୍ବୟ ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ ଅନ୍ତେବାସୀ ମାନଙ୍କ ବ୍ୟବହାର ହେଉଥିବା ଔଷଧ ଓ ଦିଆ ଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିବା ସହିତ ଅନ୍ତେବାସୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।
ଏହି ପାଠାଗାର ଉଦଘାଟନ ଓ ବିଭିନ୍ନ ସାମଗ୍ରୀ ପ୍ରଦାନ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ତଥା ଭାରପ୍ରାପ୍ତ ଜିଲ୍ଲା କ୍ରିଡ଼ା ଅଧିକାରୀ ଶ୍ରୀ ନଟବର ଗରଡା , ଉପ କାରାଗାରର ଅଧିକ୍ଷକ ଶ୍ରୀ ହନୁମନ୍ତ ସେଠୀଙ୍କ ସମେତ ଶ୍ରୀ ଏସ. ନାଗାରାଜୁ ଓ ଜେଲର ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930