Indus Valley Times

ଗଜପତି: ଜିଲ୍ଲା ବିଶ୍ୱହିନ୍ଦୁ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

 Breaking News

ଗଜପତି: ଜିଲ୍ଲା ବିଶ୍ୱହିନ୍ଦୁ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

June 28
21:14 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୬:ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ, ବିଭିନ୍ନ କ୍ଷେତ୍ରରେ ପାଣ ଖ୍ରୀଷ୍ଟିଆନ ମାନଙ୍କ ଦ୍ୱାରା ଦେଖା ଦେଉଥିବା ସମସ୍ୟା ଓ ଅନ୍ୟାନ୍ୟ ଘଟଣାର ସମାଧାନ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ଓ ଜନ ଜାଗରଣ ସୃଷ୍ଟି କରିବା ପାଇଁ ବିଭିନ୍ନ ସଚେତନତା ସଭା ଓ ବାଇକ ରାଲୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ପ୍ରଭାରି ଶ୍ରୀ ତରଣୀ ସେନ ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ବିଶ୍ୱହିନ୍ଦୁ ପରିଷଦ , ବସଜରଙ୍ଗ ଦଳ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବହୁ ନେତୃବୃନ୍ଦ ଯୋଗଦେଇ ହିନ୍ଦୁତ୍ୱ ଓ ଗୋ-ମାତାର ସୁରକ୍ଷା ଉପରେ ସେମାନଙ୍କ ମତ ରଖିଥିଲେ ।
ମୁଖ୍ୟତଃ ଆଦିବାସୀ ବହୁଳ ବଣ-ପାହାଡ଼ ଘେରା ଶାନ୍ତି-ମୈତ୍ରୀ , ସଂସ୍କତି ଓ ପରମ୍ପରା ସମ୍ପନ୍ନ ଗଜପତି ଜିଲ୍ଲାରେ ଆଦିବାସୀଙ୍କ ନିରୀହତା ଓ ଅସଚେତନତାର ସୁଯୋଗ ନେଇ ଅରାଷ୍ଟ୍ରୀୟ ଶକ୍ତିର ଷଡଯନ୍ତ୍ରରେ ସମ୍ପୃକ୍ତ ଅଞ୍ଚଳରେ ପାଣ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ବିଭିନ୍ନ ସମୟରେ ଆଶାନ୍ତି ଓ ଅରାଜକତା ସୃଷ୍ଟି ହୋଇଆସୁଛି ।
ଏମିତି କି ତିନୋଟି ମୁଖ୍ୟ ବିଷୟ ଯାହାକି , ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ସେବା ଓ ଶିକ୍ଷା ନାମରେ ମିଥ୍ୟା ପ୍ରଲୋଭନ ଦେଖାଇ ଧର୍ମାନ୍ତରୀକରଣ କରିବା , ହିନ୍ଦୁମାନଙ୍କ ଜମି ଜବରଦଖଲ କରି ଘର ତିଆରି ଓ କୃଷି କାର୍ଯ୍ୟ କରିବା ଏବଂ ସରଳ ଓ ନିରୀହ ଆଦିବାସୀ ଝିଅ ମାନଙ୍କୁ ରୋଜଗାର ଓ ଚାକିରୀ ଦେବା ନାମରେ ଅପହରଣ କରିବା ଏ ସବୁ ସେମାନଙ୍କ ଚିରାଚରିତ ଅଭ୍ୟାସରେ ପରିଣତ ହୋଇଗଲାଣି ବୋଲି ଅନୁଷ୍ଠିତ ପ୍ରତିବାଦ ସଭାରେ ବିଶ୍ବ ହିନ୍ଦୁ ପରିଷଦ , ବଜରଙ୍ଗ ଦଳ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନେତୃବୃନ୍ଦ ସେମାନଙ୍କ ଅଭିଭାଷଣରେ ଦୃଢ ଅଭିଯୋଗ ଆଣିଥିଲେ ।
ସେମାନେ ଅଭିଯୋଗ କରି କହିଥିଲେ ଯେ , ଗଜପତି ଜିଲ୍ଲାରେ ଦୀର୍ଘବର୍ଷ ହେଲା ବଢ଼ି ଚାଲିଥିବା, ଧର୍ମା ନ୍ତରୀକରଣ , ଗୋ-ଚାଲାଣ , ଗୋ-ହତ୍ୟା , ଲଭ ଜେହାଦ , ବାଙ୍ଗଲାଦେଶୀ ଅନୁପ୍ରବେଶ କାରୀ , ଜମିଜମା ଗୋଷ୍ଠୀ ସଂଘର୍ଷ ଓ ଜାଲ ଜାତିଗତ ସାର୍ଟିଫିକେଟ ମାଧ୍ୟମରେ ନିଯୁକ୍ତି ପ୍ରଦାନ ପ୍ରଭୃତି ବଢିଚାଲିଛି ।
ଏହା ଉପରେ ବିଭିନ୍ନ ସମୟରେଜିଲ୍ଲା ପ୍ରଶାସନ ଠାରେ ବାରମ୍ବାର ଲିଖିତ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏ ଦିଗରେ କୋଣସି ପ୍ରକାର ପ୍ରଶାସନିକ ରୋକ ଲଗା ଯାଇପାରୁନି ।
ଯାହାକି , ଏସବୁ ଦିଗରେ ଜିଲ୍ଲାବ୍ୟାପି ଜନ ଜାଗରଣ ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ଏହିସବୁ କାର୍ଯ୍ୟକ୍ରମ ଉଦ୍ଧିଷ୍ଟ ବୋଲି କୁହାଯାଇଛି ।
ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରାରେ ଗଜପତି ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳର ଭାଇମାନେ ବାଇକ୍ ଯୋଗେ ଆସି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ନାରାୟଣ ପୁର ଗ୍ରାମସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା-ମନ୍ଦିର ପରିସର ଠାରେ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ପହଞ୍ଚି ସେଠାରୁ ପୁଣି ଶୋଭାଯାତ୍ରା ବାହାରି , ଆର୍: ସୀତାପୁର ଗ୍ରାମ ଉପକଣ୍ଠରେ ଥିବା “ଜଗନ୍ନାଥ ନିକେତନ” ଅନୁଷ୍ଠାନ ନିକଟରେ ପହଞ୍ଚିବା ପରେ ସେଠାରେ ନଗର ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସ୍ବାଗତ ବ୍ୟବସ୍ଥା କରା ଯାଇଥିଲା ।
ସେଠାରୁ ପୁଣି ଜନ ଜାଗରଣ ବାଇକ୍ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ମଧ୍ୟାହ୍ନ ୧୨ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଏକ ପ୍ରତିବାଦ ସଭା କରିଥିଲେ ।
ସଭା ପରେ ଏକ ତେର ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ସହ ସାକ୍ଷାତ ଆଲୋଚନା କରି ଉପରୋକ୍ତ ଦୀର୍ଘ ଦିନର ମୁଖ୍ୟ ସମସ୍ୟା ଗୁଡିକର ସମାଧାନର ପଦକ୍ଷେପ ନେବା ପାଇଁ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ଏହି ସମାବେଶ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ଉପ ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଜିଲ୍ଲା ସମ୍ପାଦକ ଶ୍ରୀନରେଶ ଜାନୀ , ଜିଲ୍ଲା କୋଷାଧ୍ୟକ୍ଷ୍ୟ ଶ୍ରୀ ହରିମୋହନ ପଟନାୟକ , ପାରଳା ନଗର ସଭାପତି ଶ୍ରୀ କୈଳାଶ ପଟନାୟକ , ବରିଷ୍ଠ କର୍ମକର୍ତ୍ତା ଶ୍ରୀ ପିତାମ୍ବର ମଣ୍ଡଳ , ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଶ୍ରୀ ମାନସ , ଜିଲ୍ଲା ସମ୍ପାଦକ ଶ୍ରୀ ଲୋକନାଥ ମିଶ୍ର , ପାରଳା ନଗର ସଭାପତି ଶ୍ରୀ ମନୋଜ ଦାସ , ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ବିଭାଗ ଶାରୀରିକ ପ୍ରମୁଖ ଶ୍ରୀ ଜୁରିଆ ଜାନୀ , ଜିଲ୍ଲା କାର୍ଯ୍ୟବାହ ଶ୍ରୀ ଅମୁଲ୍ୟ ପାତ୍ର ଏବଂ ଶ୍ରୀ ଅନାଦୀ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ ଏବଂ ମହନ୍ତ ମହାରାଜ ଶ୍ରୀ ମଦନ ମୋହନ ଦାସ ଓ ଅନ୍ୟାନ୍ୟ ସାଧୁସନ୍ଥ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031