Indus Valley Times

ଗଜପତି: ଜିଲ୍ଲା ଭାଜପା ପକ୍ଷରୁ ଅଭିଯୋଗ, ଚଳିତ ଜିଲ୍ଲାସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡି ଉଦଘାଟନରେ ବ୍ୟାପକ ଅନିୟମିତତା ସହ ବିଜେଡି ଗୁଣ୍ଡା ମାନଙ୍କୁ ନେଇ ଉଦଘାଟନ

 Breaking News

ଗଜପତି: ଜିଲ୍ଲା ଭାଜପା ପକ୍ଷରୁ ଅଭିଯୋଗ, ଚଳିତ ଜିଲ୍ଲାସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡି ଉଦଘାଟନରେ ବ୍ୟାପକ ଅନିୟମିତତା ସହ ବିଜେଡି ଗୁଣ୍ଡା ମାନଙ୍କୁ ନେଇ ଉଦଘାଟନ

December 31
22:19 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩୧/୧୨: ଚଳିତ ଜିଲ୍ଲାସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡି ଉଦଘାଟନରେ ବ୍ୟାପକ ଅନିୟମିତତା ସହ ବିଜେଡି ଗୁଣ୍ଡା ମାନଙ୍କୁ ନେଇ ଉଦଘାଟନ କରାଯାଉଛି ।
ଚଳିତ ଗଜପତି ଜିଲ୍ଲାସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡିରେ ଘୋର ଅନିୟମିତତା କରାଯିବା ସହ ଏଥିରେ ବିଜେଡି ଗୁଣ୍ଡା ମାନଙ୍କୁ ନେଇ ଉଦଘାଟନ କରାଯାଉଛି ବୋଲି ଜିଲ୍ଲା ଭାଜପା: ପକ୍ଷରୁ ପାରଳା ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି ଶ୍ରୀ କେ: ନାରାୟଣ ରାଓ ଏବଂ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ ପାଳ ଅଭିଯୋଗ କରିଛନ୍ତି ।
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଭାଜପା: କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ବିରୋଧରେ ଏଭଳି ଅଭିଯୋଗ କରାଯାଇଛି ଆୟୋଜିତ ପ୍ରେସ-ମିଟରେ ।
ବିଧାୟକ ଶ୍ରୀ ନାରାୟଣ ରାଓ ଅଭିଯୋଗ କରି କହିଛନ୍ତି ଯେ , ଜିଲ୍ଲାସ୍ତରୀୟ ମଣ୍ଡି ଯେଉଁ ଉଦଘାଟନ ହେଲା , ସେଥି ପୂର୍ବରୁ ୨ ଥର ଜିଲ୍ଲାସ୍ତରୀୟ ମିଟିଙ୍ଗ ହୋଇଥିଲା ଏବଂ ମଣ୍ଡି ଉଦଘାଟନ ଗତ ୨୩ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଥିଲା ହେଲେ ଏଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟତିକ୍ରମ ଓ ଅବହେଳା କରାଯାଇ ଏହାର ୭ ଦିନ ପରେ ଉଦଘାଟନ କରାହେଲା । ସେହି ଜିଲ୍ଲାସ୍ତରୀୟ ଉଦଘାଟନ କାର୍ଯ୍ୟକ୍ରମରେ ମୋହନା ବିଧାୟକଙ୍କୁ ନିମନ୍ତ୍ରଣ ନାହିଁ ଏବଂ ମୋତେ ଫର୍ମାଲି କହି ନିମନ୍ତ୍ରଣ ମଧ୍ୟ ନାହିଁ।
ଏହି କାର୍ଯ୍ୟକ୍ରମରେ ବିଜେଡିର କେତେକଙ୍କୁ ଯେଉଁମାନେ କି କୌଣସି ପିଆରଆଇ: ମେମ୍ବର କି ସରପଞ୍ଚ କି ସମିତି କି ଅଧ୍ୟକ୍ଷ ପଦପଦବୀରେ ନାହାନ୍ତି , ସେହି ମାନଙ୍କୁ ମଞ୍ଚରେ ବସାଇ ଉଦଘାଟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ କହି ଏହା ସମ୍ପୂର୍ଣ୍ଣ ଭାବେ ପ୍ରୋଟୋକଲ ବିରୁଦ୍ଧ ବୋଲି ଅଭିଯୋଗ କରି କହିଥିଲେ । ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକ୍ରମକୁ ମୁଁ ସମ୍ପୂର୍ଣ୍ଣ ଭାବେ ନିନ୍ଦା କରୁଛି ବୋଲି କହିଥିଲେ ।
ସେହିଭଳି ଭାଜପା: ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଶାନ୍ତ ପାଳ ମଧ୍ୟ ଅନୁରୂପ ଅଭିଯୋଗ କରି କହିଛନ୍ତି ଯେ , ମଣ୍ଡିରେ ବର୍ତ୍ତମାନ ଘୋର ଅବ୍ୟବସ୍ଥା ଚାଲିଛି । ଜିଲ୍ଲା ପ୍ରଶାସନ ଏହାର କୌଣସି ସମାଧାନ କରୁନାହିଁ । ଏଥିରେ ମିଲର , ଯୋଗାଣ ବିଭାଗ ଓ ସେକ୍ରେଟାରୀ , ଭାଗୁଆଳି ପନ୍ଥା ଅବଲମ୍ବନ କରି କୃଷକ ମାରଣା ନୀତିକୁ ଆପଣେଇଛନ୍ତି ବୋଲି ଅଭିଯୋଗ କରି କହିଛନ୍ତି ।
ଚାଷୀଙ୍କୁ ଅଖା ଓ ପରିବହନ ଖର୍ଚ୍ଚ ଦିଆ ହେଉନି କି ପାଖ ଅଞ୍ଚଳ ମିଲରଙ୍କୁ ଟେକ୍ କରିବା କଥା କିନ୍ତୁ ତାହା ମଧ୍ୟ କରାଯାଉନି , ଚାଷୀ ହଇରାଣର ସମ୍ମୁଖୀନ ହେଉଛନ୍ତି । ସେହିଭଳି ମଣ୍ଡିରେ ଚାଷୀଙ୍କ ଧାନର ଏଫଏକ୍ୟୁ ମାନ ଟେଷ୍ଟ କରାଯାଉନି ମିଲର ଚାଷୀଙ୍କ ଧାନ ଦେଖି ବେରଙ୍ଗୀ ବୋଲି ଏବଂ ଅନ୍ୟାନ୍ୟ କାରଣରୁ ଦେଖାଇ ଧାନ ଭଲ ମାନର ନାହିଁ ବୋଲି କହି ୫ ରୁ ୧୦ କେଜି: ପର୍ଯ୍ୟନ୍ତ କଟନି ଛଟନି କରାଯାଉଛି । ମଣ୍ଡିକୁ ଧାନ ଆଣିବା ଉପରେ ଠିକ୍ ଭାବେ ପ୍ରଚାର ମାଧ୍ୟମରେ ସଚେତନ କରାଯାଉନି ଯାହା ଫଳରେ ଚାଷୀ ନାହିଁ ନ ଥିବା ହଇରାଣ ଓ ଅସୁବିଧା ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗରେ କହିଛନ୍ତି ।
ମଣ୍ଡିରେ ଯଦି ଏଭଳି ସମସ୍ୟା ଲାଗିରହେ ତା ହେଲେ ଭାଜପା: ଏହାର ପ୍ରତିବାଦରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଅଭିଯୋଗରେ କୁହା ଯାଇଛି ।
ଭାଜପା:ର ଏହି ପ୍ରେସମିଟ କାର୍ଯ୍ୟକ୍ରମରେ ଗୋଷାଣୀ-ବିସିସି: ନିର୍ଦ୍ଦେଶକ ଶ୍ରୀ ଏମ: ଗିରି ଏବଂ ଭାଜପା: ଜିଲ୍ଲା ସାଧାରଣ ସମ୍ପାଦକ (ସଙ୍ଗଠନ) ଶ୍ରୀ ଇ: ପ୍ରଶାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031