Indus Valley Times

ଗଜପତି: ଜିଲ୍ଲା ସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ କାର୍ଯ୍ୟକ୍ରମ

 Breaking News

ଗଜପତି: ଜିଲ୍ଲା ସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ କାର୍ଯ୍ୟକ୍ରମ

April 17
22:17 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୪: ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଚ୍ଥି ।
ବୈଠକର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଭିଡ଼ିଓ କନଫ୍ରେରେନ୍ସ ବୈଠକରେ ଯୋଡ଼ି ହୋଇଥିବା ସମସ୍ତଙ୍କୁ ସ୍ୱାଗତ ପୂର୍ବକ ଜିଲ୍ଲାରେ ଆଧାର କାର୍ଡ ଅଦ୍ୟତନ ସମ୍ୱନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।
ଆଧାର କାର୍ଡ ସମସ୍ତ ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ପ୍ରତ୍ୟେକ ୧୦ ବର୍ଷ ମଧ୍ୟରେ ଆଧାର ଅପଡେଟ୍ ହେବା ଆବଶ୍ୟକ , ତେଣୁ ଗଜପତି ଜିଲ୍ଲାରେ ବ୍ୟାପକ ସଚେତନତା ମାଧ୍ୟମରେ ଏହାକୁ ସଫଳ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ ।
ଆଧାର କାର୍ଡ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା , ରାସନ ସାମଗ୍ରୀ ନେବା , ଛାତ୍ର ବୃତ୍ତି ପାଇବା ଭଳି ବିଭିନ୍ନ ଗୁରୁତ୍ଵ ପୁର୍ଣ୍ଣ କାର୍ଯ୍ୟରେ ସହାୟକ ହେଉଛି ଓ ଜନ ସାଧାରଣଙ୍କ ସୁରକ୍ଷା ପାଇଁ ସରକାର ଏହାକୁ ବଧ୍ୟତାମୂଳକ କରାଇବାକୁ ଯାଉଛନ୍ତି , ତେଣୁ ବ୍ୟାପକ ସଚେତନତା ମାମରେ ଲୋକ ମାନଙ୍କୁ ଅବଗତ କରାଇବାକୁ ପରାମର୍ଶ ଦିଆ ଯାଇଥିଲା ।
ଆଧାର ପ୍ରାୟ ସମସ୍ତ ସରକାରୀ ଯୋଜନାର ଲାଭ ଗୋଟାଏ ରାଷ୍ଟ୍ର ଗୋଟିଏ ରାସନ୍ କାର୍ଡ ର ସୁବିଧା, ଋଣ ଆବେଦନ ବ୍ୟାଙ୍କ ଦ୍ୱାରା ଶୀଘ୍ର ପ୍ରକ୍ରିୟା କରଣ ଇନକମ ଟ୍ୟାକ୍ସ ରିତର୍ଣିଂ ସହାୟତା ପାଇଁ ଆଧାର କାର୍ଡ ଅପଡେସନ ସହ ମୋବାଇଲ ସଂଯୋଗର ଆବଶ୍ୟକତା ରହିଛି ବୋଲି ସୂଚନା ଦିଆ ଯାଇଥିଲା । ଅନଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିବା ପାଇଁ ଜ୍ଞଚ୍ଚବବୟଷବକ୍ସ.ଙ୍କସୟବସ.ଶକ୍ଟଙ୍ଖ.ସଦ୍ଭ ରେ ଅପଡେସନ୍ କରାଯାଇ ପାରିବ । ସେହିପରି ଅଫଲାଇନ୍ ମାଧ୍ୟମରେ ପୋଷ୍ଟ ଅଫିସ , ବ୍ଲକ ଅଫିସ୍ , ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ କରା ଯାଇପାରିବ ବୋଲି ସୁଚନା ଦିଆ ଯାଇଥିଲା ।
ଜିଲ୍ଲାରେ ୦-୫ ବର୍ଷ ଶିଶୁ ମାନଙ୍କ ଆଧାର ଜେନେରେସନକୁ ବୃଦ୍ଧି କରିବା ସହିତ ୫ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ ବର୍ଗଙ୍କ ପାଇଁ ମଧ୍ୟ ଆଧାର ଅପଡେସନ ଆବଶ୍ୟକତା ଅଛି ବୋଲି ବୈଠକ\’ରେ ସୁଚନା ଦିଆ ଯାଇଥିଲା । ଅନ୍ୟପକ୍ଷରେ ଆଧାର ତାଲିକା-ଭୂକ୍ତ କରାଯିବା ପାଇଁ କ୍ୟାମ୍ପ ଆୟୋଜନ କରାଯିବାକୁ ନିର୍ଦ୍ଦେଶ ପ୍ରଦାନ କରା ଯାଇଥିଲା। ୧୦ ବର୍ଷ ପୂର୍ବେ ଆଧାର କାର୍ଡ କରିଥିବା ଆଧାର ଅପ୍ଡେସନ ଓ ମୋବାଇଲ୍ ନମ୍ବର ସଂଯୋଗ , ବାଇଓମେଟ୍ରିକ ଡକ୍ୟୁମେଣ୍ଟ ଅପଡେଟ୍ ଆଦି ସମସ୍ତ ପ୍ରକ୍ରିୟା ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରା ଯାଇଥିଲା । ଡାକ ଘରେ , ବ୍ୟାଙ୍କ , ବ୍ଲକ୍ କାର୍ଯ୍ୟାଳୟ ମାନଙ୍କରେ ଖୋଲା ଯାଇଥିବା ଆଧାର କେନ୍ଦ୍ର ମାନଙ୍କରେ ଏହି ଆଧାର ଅପଡେଟ୍ କାର୍ଯ୍ୟ କରା ଯାଇପାରିବା ନେଇ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ସୂଚନା ଦିଆ ଯାଇଥିଲା ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ନର୍ମଦା ନାୟକ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ସମସ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ , ସିଡିପିଓ: , ଯୋଗାଣ ସହାୟକ ଅଧିକାରୀ , ଲିଡ୍ ବ୍ୟାଙ୍କ ମ୍ୟାନେଜରଙ୍କ ପ୍ରତିନିଧି ପ୍ରମୁଖ ଭିଡ଼ିଓ କନଫ୍ରେରେନ୍ସ ବୈଠକରେ ଯୋଡ଼ି ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031