Indus Valley Times

ଗଜପତି: ଜିଲ୍ଲା ସ୍ତରୀୟ ଆପଦା ମିତ୍ର ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ

 Breaking News

ଗଜପତି: ଜିଲ୍ଲା ସ୍ତରୀୟ ଆପଦା ମିତ୍ର ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ

November 30
21:05 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୧୧:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡିପିଆରସି: ତାଲିମ୍ କେନ୍ଦ୍ର ଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ , ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ\’ଙ୍କ ମିଳିତ ଆନୁକୁଲ୍ୟରେ ଚାଲିଥିବା ୧୨ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇ ଯାଇଛି ।
ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି: ତିରୁପତି ରାଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗ ଦେଇଥଲେ ।
ଏହି ପ୍ରଶିକ୍ଷଣ ଶିବିରକୁ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ଶତପଥିଙ୍କ ଦ୍ଵାରା ଏହି ୧୨ ଦିନିଆ ପ୍ରଶିକ୍ଷଣ ଶିବିର ପରିଚାଳନା ହୋଇଥିଲା ।
ଏହି ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ୪୦ ଜଣ ସେଚ୍ଛାସେଵୀଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା ।
ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସରେ ଆରମ୍ଭ ହେବ ବୋଲି ଜିଲ୍ଲା ଜରୁରୀ-କାଳୀନ ଅଧିକାରୀ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି ।
ଜିଲ୍ଲାପାଳ ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟରେ ଏହି ତାଲିମ୍ ଦ୍ଵାରା ବିପର୍ଯ୍ୟୟ ପରିଚାଳନା ସୁଦୃଢ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ଏଠାରେ ତାଲିମ୍ ପାଇଥିବା ସେଚ୍ଛାସେଵୀ ମାନେ ବିପର୍ଯ୍ୟୟ ସମୟରେ ଜନସାଧରଣଙ୍କୁ ବିଭିନ୍ନ ସୁବିଧା ପ୍ରଦାନ କରି ପାରିବେ , ଯାହା ଦ୍ଵାରା ଯେ କୌଣସି ଦୁର୍ବିପାକର ସଫଳ ମୁକାବିଲା କରା ଯାଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ ।
ପ୍ରଶିକ୍ଷଣ ପାଇଥିବା ସମସ୍ତ ସେଚ୍ଛାସେଵୀଙ୍କ ମୋବାଇଲ ନମ୍ବର ଜିଲ୍ଲା ସ୍ତରୀୟ କିମ୍ବା ବିଡ଼ିଓଙ୍କ ପାଖରେ ରହିବ , କେତେବେଳେ ଯଦି କୌଣସି ବି ଦୁର୍ବିପାକ ଆସିଲେ ସେହି ପ୍ରଶିକ୍ଷଣ ପାଇଥିବା ସ୍ୱେଚ୍ଛାସେବୀ ମାନଙ୍କ ସହଯୋଗ ନିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ ।
କାର୍ଯ୍ୟକ୍ରମ ଅବସରରେ ପ୍ରଶିକ୍ଷଣ ନେଇଥିବା ୪୦ ଜଣ ସ୍ୱେଚ୍ଛାସେବୀଙ୍କୁ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରା ଯାଇଥିଲା ।
ଏହି ପ୍ରଶିକ୍ଷଣ ଶିବିରକୁ ଛତ୍ରପୁର ଓଏସଏପି: ଅଷ୍ଟମ ବାଟାଲିୟନ ଫାୟର ବିଗ୍ରେଡ୍ ଦଳ ଏବଂ ସିଭିଲ୍ ଡିଫେନ୍ସ ଦଳରୁ ୮ ଜଣ ମନୋନୀତ ମାନେ ଏହି ୧୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଶ୍ରୀ ପ୍ରଦୋଶ କୁମାର ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭାଗୀୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031