Indus Valley Times

ଗଜପତି:- ଜିଲ୍ଲା ସ୍ତରୀୟ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀ ସ୍ବେଛାସେବୀ ମାନଙ୍କୁ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ରୋକିବା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

 Breaking News

ଗଜପତି:- ଜିଲ୍ଲା ସ୍ତରୀୟ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀ ସ୍ବେଛାସେବୀ ମାନଙ୍କୁ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ରୋକିବା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ଗଜପତି:- ଜିଲ୍ଲା ସ୍ତରୀୟ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀ ସ୍ବେଛାସେବୀ ମାନଙ୍କୁ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ରୋକିବା ସମ୍ପର୍କିତ ପ୍ରଶିକ୍ଷଣ ଶିବିର
April 13
20:59 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୩/୪: ସମଗ୍ର ଗଜପତି ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷାର ଦାୟିତ୍ବ ନେବେ ମହାବିଦ୍ୟାଳୟର ଥିବା ସ୍କାଉଟ ଓ ଗାଇଡ , ୟୁଥ ରେଡକ୍ରସ , ଏନଏସଏସ ଓ ଏନସିସି ଛାତ୍ରୀ ସ୍ବେଚ୍ଛାସେବୀ ମାନେ ।
ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଜିଲ୍ଲାର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ “ପ୍ରତିଜ୍ଞା” ର ସଫଳ ରୂପାୟନ ପାଇଁ ଏଣିକି ଜିଲ୍ଲାରେ ଥିବା ପ୍ରତି ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ , ୟୁଥ୍ ରେଡକ୍ରସ , ସ୍କାଉଟ୍ ଓ ଗାଇଡ୍ ର ସ୍ଵେଚ୍ଛାସେବୀ ମାନେ ଦାୟିତ୍ବ ନେବେ ।
ଏହି ଅବସରରେ ପାରାଳାଖେମୁଣ୍ଡି ସ୍ଥିତ ଗ୍ରାମିଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲାର ବିଭିନ୍ନ ମହା ବିଦ୍ୟାଳୟର ଛାତ୍ରୀ ସ୍ବେଛାସେବୀ ମାନଙ୍କୁ ନେଇ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ରୋକିବା ସୂଚନା ଦେବା ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏ ଦିଗରେ ଜିଲ୍ଲାର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ “ପ୍ରତିଜ୍ଞା” ର ଉଦ୍ଦେଶ୍ୟ ଥିଲା ଯେ କିଶୋରୀ ବାଳିକା ମାନଙ୍କୁ ନେଇଁ ଏକ ସଂଗଠନ ତିଆରି କରାଯିବ ଯେଉଁଥିରେ ସେମାନେ ସେମାନଙ୍କର ସୁରକ୍ଷା ପାଇଁ ନେତୃତ୍ବ ନେବେ ।
ଏହା ସହ ଜିଲ୍ଲାରେ ଶିଶୁ ମାନଙ୍କ ଉପରେ ଘଟୁଥିବା ନିର୍ଯ୍ୟାତନା ଏବଂ ଘଟିବାକୁ ଥିବା ଘଟଣା ଉପରେ ସୂଚନା ଦେବେ ଯାହାଦ୍ବାରା କି ଜିଲ୍ଲାର ଶତ ପ୍ରତିଶତ ଶିଶୁ ପାଖରେ ଶିଶୁ ଅଧିକାର ଏବଂ ଶିଶୁ ସୁରକ୍ଷାର ବାର୍ତ୍ତା ସହଜ\’ରେ ପହଞ୍ଚା ଯାଇ ପାରିବ ବୋଲି କହିଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଙ୍କ ସଭାପତିତ୍ୱରେ ଏବଂ ଏକ୍ସନ-ଏଡ଼ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେରଙ୍କ କାର୍ଯ୍ୟକ୍ରମ ସଂଯୋଜନାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ସମାଜରେ ବିଭିନ୍ନ ପ୍ରକାର ବ୍ୟାଧି ରହିଥିବା ବେଳେ ବାଲ୍ୟ ବିବାହ ଏକ ଘୁଣ୍ୟ ବ୍ୟାଧି ।
ସମାଜରୁ କୁସଂସ୍କାର ଦୂର ନ ହେଲେ ସମାଜର ବିକାଶ ତଥା ଅଗ୍ରଗତି ଅସମ୍ଭବ । ଏହାକୁ ସରକାର କି ଗୋଟିଏ ଅନୁଷ୍ଠାନ ଦ୍ୱାରା କେବେ ହେଲେ ବନ୍ଦ କରି ହେବନି । ତେଣୁ ଏ ଦିଗରେ ସାମାଜିକ ସ୍ତରରେ ଏକ ଆନ୍ଦୋଳନ ହୋଇ ଏଥିରେ ସମସ୍ତଙ୍କ ସମେତ ଯେଉଁମାନେ କି ଭୋକ୍ତଭୋଗୀ , ସେମାନେ ସବୁ ଅଂଶଗ୍ରହଣ କରି ତାର ବିରୋଧରେ ପ୍ରତିବାଦର ସ୍ୱର ଉତ୍ତୋଳନ କଲେ ହିଁ ସେହି ବ୍ୟାଧି ବନ୍ଦ ସମ୍ଭବ ହୋଇପାରିବ ବୋଲି କହିଥିଲେ ।
ସେହିଭଳି ଜିଲ୍ଲା ଶିଶୁ କଲ୍ୟାଣ ସମିତି ର ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ଯୋଗଦେଇ ଶିଶୁ ସୁରକ୍ଷା ଓ ଯତ୍ନ ଦିଗରେ ଯୁଭେନାଇଲ ଜଷ୍ଟିସ , ପୋସ୍କୋ , ପୋଲିସ ୟୁନିଟ ଓ ବିଭିନ୍ନ ଶିଶୁ ସୁରକ୍ଷା ୟୁନିଟ ଗୁଡିକର କାର୍ଯ୍ୟକ୍ରମ ସମ୍ପର୍କରେ କହି ବାଲ୍ୟବିବାହ , ଶିଶୁ ଚାଲାଣ ଓ ନିର୍ଯ୍ୟାତନା , ଶିଶୁ ହଜିଯିବା , ପିତାମାତା ହିନ ଶିଶୁ ଉଦ୍ଧାର ପ୍ରଭୃତି ଦିଗରେ ୧୦୯୮ ନମ୍ବରର ବିଶେଷତ୍ୱ ଓ ଏହା ଦ୍ୱାରା ସେମାନଙ୍କୁ ନ୍ୟାୟ ମିଳିବା ଦିଗରେ କିଭଳି ବିଶେଷ ସହାୟକ ହୋଇଥାଏ , ସେ ସମ୍ପର୍କରେ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ କାଶୀନଗର ସ୍ଥିତ ଶ୍ରୀରାମ କଲେଜ , ପଦ୍ମପୁର ସ୍ଥିତ ବିନୋଦିନୀ ସାଇନ୍ସ କଲେଜ , ସେବକପୁର ସ୍ଥିତ ପର୍ଶୁରାମ ଗୁରୁକୁଳ କଲେଜ ଏବଂ ଗୁରାଣ୍ଡି ସ୍ଥିତ ମୀନକେତନ କଲେଜ ର ସ୍କାଉଟ , ଏନଏସଏସ , ଏନସିସି ଓ ଯୁବ ରେଡକ୍ରସ ର ୧୨୦ ଜଣ ଛାତ୍ରୀ ସ୍ବେଛାସେବୀ ଯୋଗଦେଇ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ନେଇଥିଲେ ।
ସମସ୍ତ ମହାବିଦ୍ୟାଳୟର ଏନ୍ଏସ୍ଏସ୍ , ୟୁଥ୍ ରେଡକ୍ରସ , ସ୍କାଉଟ୍ ଓ ଗାଇଡ୍ ର ସଂଯୋଜକ ମାନେ ଯୋଗ ଦେଇ ସେମାନଙ୍କର ୟୁନିଟ୍ ମାଧ୍ୟମରେ ଶିଶୁ ଅଧିକାର ଏବଂ ସୁରକ୍ଷା\’ର ବାର୍ତ୍ତା ଜିଲ୍ଲାର ଶେଷ ଶିଶୁ ପାଖରେ ତଥା ତୃଣମୂଳ ସ୍ତରରେ କିପରି ପହଞ୍ଚି ପାରିବ ତାହାରି ଉପରେ ଆଲୋଚନା କରିଥିଲେ ।
ୟୁଏନ୍ଏଫପିଏରର ଜିଲ୍ଲା ସଂଯୋଜିକା ସଂଯୁକ୍ତା ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରି ଆମ ସମସ୍ୟା ବା ଆମେ ଯାହା ଭୋଗିବା ସମ୍ଭାବନା ରହିଛି । ସେଥିପାଇଁ ଆମେ ନିଜେ ହିଁ ତାର ପ୍ରତିବାଦର ସ୍ୱର ଉତ୍ତୋଳନ କରିବା ଉଚିତ ।
ହେଲେ ହିଁ ଆମ ଦାବୀ ସମସ୍ତଙ୍କ ଠାରେ ପହଞ୍ଚି ଆପେ ଆପେ ତାର ସମାଧାନର ବାଟ ଖୋଲି ପାରିବ ବୋଲି କହିଥିଲେ ।
ଅନ୍ୟପକ୍ଷରେ କୋଣସି ଠାରେ ଯେଭଳି ବାଲ୍ୟ ବିବାହ ନ ହେବ କି ଶିଶୁଟିଏ ଶିଶୁ ଶ୍ରମିକ ଭାବେ ନ ଖଟିବ , ଶିଶୁ ଚାଲାଣ କି ଶିଶୁ ନିର୍ଯ୍ୟାତନା ନ ହେବ , ସମସ୍ତ ଶିଶୁ ଯେଭଳି ସେମାନଙ୍କ ଶିକ୍ଷାଗତ ଅଧିକାରରୁ ବଞ୍ଚିତ ନ ହେବେ କି କେହି ଯେଭଳି ଡ୍ରପ ଆଉଟ ନ ହେବେ ।
ଏହି ସବୁ ବ୍ୟାଧି ମୁକ୍ତ ସମାଜ ତଥା ଶୂନ୍ୟ କରିବା ପାଇଁ ଏହି ପ୍ରତିଜ୍ଞା କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସଂଯୁକ୍ତା ତ୍ରିପାଠୀ କହିଥିଲେ ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଭା ପ୍ରାରମ୍ଭରେ ଏକସନ-ଏଡ଼ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ ମେହେର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଜୟପ୍ରକାଶ ବାଡ଼ତ୍ୟା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ\’ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031