Indus Valley Times

ଗଜପତି :ଜିଲ୍ଲା ସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ

 Breaking News

ଗଜପତି :ଜିଲ୍ଲା ସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ

May 22
20:01 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୨/୫ : ପାରଳାଖେମୁଣ୍ଡି, ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର “ଓସଓ୍ବାନ୍” କକ୍ଷ ଠାରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଗଜପତି ଜିଲ୍ଲା ସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ରାଜସ୍ବ ଆଦାୟ ଠାରୁ ଆରମ୍ଭ କରି ସାଧାରଣ ପଟ୍ଟା ଓ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।
ସାଧାରଣ ଲୋକ ଯେପରି ତହସିଲ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ହଇରାଣ ନ ହୁଅନ୍ତି , ସେଥିପ୍ରତି ଚେଷ୍ଟା କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ଏତଦ ବ୍ୟତୀତ ବୈଠକରେ ସରକାରଙ୍କ ୫-ଟି ର ସଫଳ ରୂପାୟନ ଦିଗରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ ।
ଉକ୍ତ ବୈଠକରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ( ସାଧାରଣ ) , ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ରଂଜିତ ( ରାଜସ୍ବ ) , ଉପଜିଲ୍ଲାପାଳ ଦାୟିତ୍ବରେ ଥିବା ଫାଲଗୁନି ମାଝୀ , ଜିଲ୍ଲା ସବ୍-ରେଜିଷ୍ଟ୍ରାର ଇଶ୍ବର ଚନ୍ଦ୍ର ସାହୁ , ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ ବେହେରା , ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କ ସମେତ ସମସ୍ତ ୭ ଟି ତହସିଲର ତହସିଲଦାର୍ ଓ ଅତିରିକ୍ତ ତହସିଲଦାର୍ ମାନେ ଉପସ୍ଥିତ ଥିଲେ ।
ଏତଦବ୍ୟତୀତ ସମସ୍ତ ବ୍ଲକ୍ ମୁଖ୍ୟାଳୟ ମାନଙ୍କରେ ଉପସ୍ଥିତ ଅଫିସର୍ ଓ କର୍ମଚାରୀ ମାନେ ମଧ୍ୟ ଭିଡିଓ କନଫରେନ୍ସିଂରେ ଯୋଡି ହୋଇ ଆଲୋଚନାରେ ଭାଗ ନେଇଥିଲେ ।.

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031