Indus Valley Times

ଗଜପତି: ଜିଲ୍ଲା ସ୍ବାସ୍ଥ୍ୟ ସମିତି ଓ ମହିଳା ମହାବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

 Breaking News

ଗଜପତି: ଜିଲ୍ଲା ସ୍ବାସ୍ଥ୍ୟ ସମିତି ଓ ମହିଳା ମହାବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଗଜପତି: ଜିଲ୍ଲା ସ୍ବାସ୍ଥ୍ୟ ସମିତି ଓ ମହିଳା ମହାବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
March 09
19:53 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୩ : ଗଜପତି ଜିଲ୍ଲା ସଦର ମହକୁମା ପାରାଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି ଓ ମହିଳା ମହାବିଦ୍ୟାଳୟ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ପ୍ରଶିକ୍ଷଣ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଥିଲା. ।
ଏହି ଅବସରରେ ସିଡିଏମଓଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା କ୍ଷ ଏହି ଶୋଭାଯାତ୍ରାକୁ ସିଡିଏମଓ ଡ଼ା: ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ପରେ ସଚେତନତା ସଭା କାର୍ଯ୍ୟକ୍ରମ ସ୍ଥଳରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହାପରେ ନେତ୍ରାନନ୍ଦ ଶତପଥୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ସିଡିଏମଓ ଡ଼ା: ପ୍ରଦୀପ କୁମାର ପାତ୍ର ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡ଼ା: ସନ୍ଧ୍ୟାରାଣୀ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ମହିଳାଙ୍କ ବିରୋଧରେ ହେଉଥିବା ପକ୍ଷପାତ ଓ ଭେଦଭାବ ମୁକ୍ତ ଦେଶ ଗଢିବା ଉଦ୍ଦେଶ୍ୟ ନେଇ ପ୍ରତିବର୍ଷ ଏହି ମହିଳା ଦିବସ ପାଳନ ହେଉଛି ।
ଏହି ଦିନରେ ମହିଳା ମାନଙ୍କ ସାଂସ୍କୃତିକ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ହୋଇଥିବା ଉନ୍ନତି ଓ ସେମାନଙ୍କ ଶସକ୍ତିକରଣ ଉପରେ ଆଲୋଚନା କରିବା ସହ ସେମାନଙ୍କ ଅଧିକାର ପ୍ରଦାନକୁ ତ୍ବରାନ୍ୱିତ କରିବା ଏହି ଦିବସ ପାଳନର ମହତ ଉଦ୍ଦେଶ୍ୟ ବୋଲି କହିଥିଲେ ।
ସଂସାର ଗଢିବାକୁ ହେଲେ ଆମକୁ ସଂସ୍କାର ଓ ସଂସ୍କୃତି ସହ ପରମ୍ପରାକୁ ବଜାୟ ରଖିବାକୁ ହେବ ବୋଲି କହିଥିଲେ. ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୁଷ୍ଠ ନିବାରଣ ଅଧିକାରୀ ଡ଼ା: ଇନ୍ଦିରା ମହାପାତ୍ର , ଏନଆରଏଚଏମ: ଲିଗାଲ ସେକ୍ସନ ଡେପୁଟି ମ୍ୟାନେଜର ଶ୍ରୀ ପ୍ରମୋଦ କୁମାର ରାଉଳ ଏବଂ ଡ଼ିଏମଆରସିଏଚ ଶ୍ରୀ ଶୁଶାନ୍ତ ପ୍ରସାଦ ନାୟକ ପ୍ରମୁଖ ମଞ୍ଚଆସୀନ ରହି ଦିବସ ପାଳନର ତାତ୍ପର୍ଯ୍ୟ ଓ ଚଳିତ ବର୍ଷର ରହିଥିବା ପ୍ରସଙ୍ଗ \”ଧାରଣକ୍ଷମ ଆସନ୍ତା କାଲିପାଇଁ ଆଜି ଲିଙ୍ଗ ସମାନତା\” ଓ ମହିଳା ମାନଙ୍କ ଅଧିକାର ଓ ସୁରକ୍ଷା ଉପରେ ଆଲୋଚନା କରି ସୁସ୍ଥ ସମାଜ ଗଠନ ଦିଗରେ ମହିଳା ମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।
ଶେଷରେ ଏହି ଅବସରରେ ଉପସ୍ଥିତ ଥିବା ଏଏନଏମ ଛାତ୍ରୀଙ୍କୁ ମଧ୍ୟରେ ଏକ କ୍ୟୁଇଜ ପ୍ରତିଯୋଗିତା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରା ଯାଇଥିଲା. ।
ସେହିଭଳି ସ୍ଥାନୀୟ ମହିଳା ମହାବିଦ୍ୟାଲୟ ପକ୍ଷରୁ ମଧ୍ୟ ଆନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ରିନା ସାହୁଙ୍କ ସଭାପତିତ୍ୱରେ ଓଡିଶା ଜୀବିକା ମିଶନ ଗଜପତି ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଶ୍ରୀମତୀ ପ୍ରିୟମ୍ବଦା ବିଷୋୟୀ ଯୋଗଦେଇ ମହିଳା ମାନଙ୍କ ସଚେତନତାର ଆବଶ୍ୟକତା ଉପରେ କହି ସେମାନଙ୍କ ଅଧିକାର, ସୁରକ୍ଷା, ସମାନତା ଓ ମହାନତା ସମ୍ପର୍କରେ କହିଥିଲେ. ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ତଥା ବରିଷ୍ଠ ଅଧ୍ୟାପିକା ଡ: ଭାରତୀ ପାଣିଗ୍ରାହୀ ମଞ୍ଚଆସୀନ ଅତିଥି ଭାବେ ଯୋଗ ଦେଇ ମହିଳା ଦିବସ ପାଳନ ତାତ୍ପର୍ଯ୍ୟର‌୍ୟ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031