Indus Valley Times

ଗଜପତି: ଜିଲ୍ଲା ୟୁନାଇଟେଡ ଖ୍ରୀଷ୍ଟିଆନ ଫୋରମ୍ ପକ୍ଷରୁ ମଣିପୁର ରାଜ୍ୟରେ ତୁରନ୍ତ ଶାନ୍ତି ଫେରାଇ ଆଣିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

 Breaking News

ଗଜପତି: ଜିଲ୍ଲା ୟୁନାଇଟେଡ ଖ୍ରୀଷ୍ଟିଆନ ଫୋରମ୍ ପକ୍ଷରୁ ମଣିପୁର ରାଜ୍ୟରେ ତୁରନ୍ତ ଶାନ୍ତି ଫେରାଇ ଆଣିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

August 29
12:01 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୮: ମଣିପୁର ରାଜ୍ୟରେ ଗତ ମେ ମାସରୁ ଦେଖା ଦେଇଥିବା ସାଂପ୍ରଦାୟିକ ହିଂସା ଥମିବାର ନାମ ନେଉ ନାହିଁ , ତୁରନ୍ତ ସେଠାରେ ଶାନ୍ତି ଫେରାଇ ଆଣିବା ପାଇଁ ଆଜି ଗଜପତି ଜିଲ୍ଲା ୟୁନାଇଟେଡ ଖ୍ରୀଷ୍ଟିଆନ ଫୋରମ୍ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଙ୍କୁ ପ୍ରଦାନ କରାଯାଇଛି ।
ଏହି ଅବସରରେ ଜିଲ୍ଲା ୟୁନାଇଟେଡ ଖ୍ରୀଷ୍ଟିଆନ ଫୋରମ୍ ପକ୍ଷରୁ ଫୋରମ୍ ର ଆବାହକ ଡଃ ପଲ୍ଲଭ ଲିମାଙ୍କ ନେତୃତ୍ୱରେ ସ୍ଥାନୀୟ ପୁରୁଣା କୋର୍ଟ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ମଣିପୁର ଠାରେ ତୁରନ୍ତ ଶାନ୍ତି ଫେରାଇ ଆଣିବା ସହ ମହିଳାଙ୍କୁ ସୁରକ୍ଷା , ପୀଡ଼ିତା ଙ୍କୁ ନ୍ୟାୟ ଦେବା ଏବଂ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ମାନଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷା ସମ୍ପର୍କିତ ପ୍ରଭୃତି ଉପରେ ହଜାର ହଜାର ସଂଖ୍ୟକ ପ୍ଲା-କାର୍ଡ ମାନ ଧରି ଶାନ୍ତି ପ୍ରାର୍ଥନା ମାଧ୍ୟମରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଠାରେ ପହଞ୍ଚିଥିଲେ ।
ସେଠାରେ ୟୁନାଇଟେଡ ଫୋରମ୍ ର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ\’ଙ୍କୁ ଭେଟି କାର‌୍ୟ୍ୟକ୍ରମ ଆଭିମୁଖ୍ୟ ଉପରେ ଆଲୋଚନା କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ଏହି ଅବସରରେ ଫୋରମ୍ ର ଆବାହକ ଡ଼ଃ ପଲ୍ଲଭ୍ ଲିମା ଏବଂ ବ୍ରହ୍ମପୁର ଗାଁ ଘାରେ ରହୁଥିବା ଦକ୍ଷିଣ ଓଡ଼ିଶା ସନ୍ନି ଓ ଜାମା ମସଜିଦ ସଭାପତି ମହମ୍ମଦ ଫେଜଉଲ୍ଲା ଖାନ ପ୍ରମୁଖ କହିଛନ୍ତି ଯେ , ଗତ ମେ ମାସ ୩ ତାରିଖ ୨୦୨୩ ରୁ ମଣିପୁର ଆରମ୍ଭ ହୋଇଥିବା ସାମ୍ପ୍ରଦୟିକ ହିଂସା ଥମିବାର ନା ନେଉ ନାହିଁ, ଇତି ମଧ୍ୟରେ ଏହି ହିଂସାରେ ଶତାଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ , ୬୦ ହଜାର ରୁ ଅଧୁକ ଲୋକ ବିସ୍ଥାପିତ , ୪୦୦ରୁ ଉର୍ଦ୍ଧ୍ବ ଚର୍ଚ୍ଚ ଗୃହ କ୍ଷତି ଗ୍ରନ୍ଥ ଏବଂ ଧ୍ବଂସ ହୋଇଥିବା ଜଣାଯାଇଛି ।
ଏଥି ସମେତ ବହୁ ସଂଖ୍ୟାରେ ଆଦିବାସୀ ମହିଳା ମାନଙ୍କ ପ୍ରତି ଗଣଦୁଷ୍କର୍ମ ପୁଣି ଶାରୀରିକ ନିର‌୍ୟାତନା ହୋଇଥିବାର ଦେଖିବାକୁ ମିଳିଛି ଯାହା ବିଶ୍ଵ ଦରବାର ରେ ଆମ ଦେଶକୁ ନିନ୍ଦିତ କରା ଯାଇଛି ଏବଂ ବ୍ୟାପକ ଭାବରେ ମାନବିକତାର ଜଲଂଘନ ହେଇଛି ।
ମଣିପୁର ର ନିର୍ବାଚିତ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ ଅମ୍ବ ମାନଙ୍କୁ ଏହି ଘଟଣା ଅତ୍ୟନ୍ତ ଅବହେଳିତ ଓ ଆନ୍ଦୋଳିତ କରିଛି , ତେଣୁ ଏହି ଘଟଣା କୁ ଭିତ୍ତି କରି ଏବଂ ପୀଡ଼ିତା ମାନଙ୍କ ନ୍ୟାୟ ନିମନ୍ତେ ଦେଶରେ ସଂଖ୍ୟା ଲଘୁ ଖ୍ରୀଷ୍ଟିଆନ ମାନଙ୍କ ର ସାମ୍ବିଧାନିକ ଅଧିକାର ସୁରକ୍ଷା ନିମନ୍ତେ ଗଜପତି ୟୁନାଇଟେଡ ଖ୍ରୀଷ୍ଟିଆନ ଫୋରମ୍ ଆନୁକୁଲ୍ୟରେ ମହା ମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ର\’ରେ ଅନ୍ୟମାନଙ୍କ ମଧ୍ୟରେ ସଭାପତି ଜୋସେଫ ଭୂୟାଁ ମାଝୀ , ସମ୍ପାଦକ ଏସବିସିଏମଏସ: ଶ୍ରୀ ଏମ ଭାସ୍କର ରାଓ , କେଥଳିକ ଚର୍ଚ୍ଚ ଫାଦର୍ ଶ୍ରୀ ଅଜିତ କୁମାର ନାୟକ , ଡ଼ଃ ପ୍ରଦୀପ କୁମାର , ବିକାଶ ବର୍ଦ୍ଧନ , ଧିରେନ୍ ନାୟକ ଓ ଜେମସ ରାଇକାଙ୍କ ସମେତ ଜିଲ୍ଲାର ସଉରା ବାପଟିଷ୍ଟ ଚର୍ଚ୍ଚ , ଉତ୍କଳ ବାପଟିଷ୍ଟ ଚର୍ଚ୍ଚ , ତେଲୁଗୁ ବାପଟିଷ୍ଟ ଚର୍ଚ୍ଚ , କୁଇ ବାପଟିଷ୍ଟ ଚର୍ଚ୍ଚ , କ୍ୟାଥଳିକ ଚର୍ଚ୍ଚ , ଡବ୍ଲ୍ୟୁଏମଇ: ଚର୍ଚ୍ଚ , ଏନସିଡିସି: ଓ ସମସ୍ତ ମଣ୍ଡଳୀ ଚର୍ଚ୍ଚ ଏବଂ ବ୍ରହ୍ମପୁର ଜାମା ମସଜିଦ ର ନିମନ୍ତ୍ରିତ ବହୁ ସଦସ୍ୟ ପ୍ରମୁଖ ଏହି ବିଶାଳ ଶୋଭାଯାତ୍ରାରେ ୧୦ ହଜାରରୁ ଉର୍ଦ୍ଧ୍ବ ଅଂଶଗ୍ରହଣ କରିଥିଲେ ।
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ଭାବେ ଶତାଧିକ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031