Indus Valley Times

ଗଜପତି: ଜୋର୍ ଧରିଲା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

 Breaking News

ଗଜପତି: ଜୋର୍ ଧରିଲା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ଗଜପତି: ଜୋର୍ ଧରିଲା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି
February 16
19:27 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି, ୧୬/୨: ପାରଳାଖେମୁଣ୍ଡି ଠାରେ ଜୋର୍ ଧରିଲା , ଐତିହ୍ୟ ସମ୍ପନ୍ନ ପୃଷ୍ଠଭୂମି ପରିପୂର୍ଣ୍ଣ ୧୨୭ ବର୍ଷର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେବା ପାଇଁ ।
ଗୁଣାତ୍ମକ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର, ରାଜ୍ୟର କେତେକ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେଇ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଏ କ୍ଷେତ୍ରରେ ପାରଳାଖେମୁଣ୍ଡି ରେ ଥିବା ପୁରାତନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପ୍ରତି କିଭଳି ସମ୍ପୂର୍ଣ୍ଣ ଅଣଦେଖା ଓ ଘୋର ଅନ୍ୟାୟ କରାଯାଇଛି , ସେଥିପ୍ରତି ଜିଲ୍ଲାର ବିଭିନ୍ନ ମହଲରେ ଘୋର ଆଲୋଡନ ଓ ଉଦବେଗ ପ୍ରକାଶ ପାଇବା ସହ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହି ଅବସରରେ ସନ୍ଧ୍ୟାରେ ସ୍ଥାନୀୟ ଗୁଣ୍ଡିଚା ବାଡ଼ି ପରିସରରେ ସଂପୃକ୍ତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୁଲ୍ୟରେ ସର୍ବଦଳୀୟ , ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିଶେଷ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ମଞ୍ଚାସୀନ ଭାବେ ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓ , ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ରାଜଜେମା ସୁଶ୍ରୀ କଲ୍ୟାଣୀ ଗଜପତି , ବୁଦ୍ଧିଜୀବୀ ତଥା ଗବେଷକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବରିଷ୍ଠ ଓକିଲ ଶ୍ରୀ ଜନା ସୁବାଷ ଚନ୍ଦ୍ର ରାଓ , ପୁରାତନ ଛାତ୍ର ସଂସଦର ଶ୍ରୀ ନାସିର ବେଗ , ପୂର୍ବତନ ପୌର ଅଧ୍ୟକ୍ଷ ଶ୍ରୀ ନୃସିଂହ ପଟ୍ଟନାୟକ , ଏବଂ ସମାଜସେବୀ ଶ୍ରୀ ବସନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ବୈଠକ କାର‌୍ୟ୍ୟକ୍ରମକୁ ଶ୍ରୀ ଦେବାଶିଷ ପାଢ଼ୀ(ମିଟୁ ଭାଇ) ପରିଚାଳନା କରିଥିଲେ।
ପାରଳାର ଏହି ଶତାୟୁ ମହାବିଦ୍ୟାଳୟ ଓଡ଼ିଶା ପ୍ରଦେଶ ଗଠନ ଠାରୁ ମଧ୍ୟ ଅଧିକ ପୁରୁଣା ଓ ଏହା ଓଡ଼ିଶାର ୨ୟ ପୁରାତନ ଡିଗ୍ରୀ ମହାବିଦ୍ୟାଳୟ । ଅତୀତରେ ଏହି ମହାବିଦ୍ୟାଳୟ ଅନେକ ବ୍ୟକ୍ତି ବିଶେଷଙ୍କୁ ଦିଗଦର୍ଶନ ଦେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି ।
ଏହି ମହାବିଦ୍ୟାଳୟଟି ସମସ୍ତ ଯୋଗ୍ୟତା ଓ ଭିତ୍ତିଭୂମି ଥିବା ସତ୍ତ୍ବେ କିଭଳି ରାଜ୍ୟ ସରକାରଙ୍କ ଅଣଦେଖା ଓ ଅନ୍ୟାୟର ଶିକାର ହେଲା , ଯଦି ମହାବିଦ୍ୟାଳୟର କୌଣସି ମାନଦଣ୍ଡ ସର୍ତ୍ତ ର କମି ରହୁଛି , ତା ହେଲେ ସେଥିପାଇଁ ରାଜ୍ୟ ସରକାର ହିଁ ଦାୟୀ , କାରଣ ଅନୁଷ୍ଠାନର ଅଭାବ ଅସୁବିଧା ପୁରଣ କରିବା ଏହା ସରକାରଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ବୋଲି କହିଥିଲେ ।
ଏଠାରେ ଏକ ବିରାଟ ପ୍ରଶ୍ନ ଉଠୁଛି ଯେ , ପାରଳାର ଏହି ପୁରାତନ ଶତାୟୁ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ସବୁ ଦିଗରୁ ଐତିହ୍ୟ ଓ କୃତିତ୍ୱ ବହନ କରୁଥିବା ସହ ରାଜ୍ୟ ଓ ଜାତୀୟ ସ୍ତରରେ ଏହାର ଅଧିକ ସୁନାମ ରହିଥିବା ବେଳେ କିଭଳି ଏହା ରାଜ୍ୟ ସରକାରଙ୍କ ଅଣଦେଖାର ଶିକାର ହେଲା ଏବଂ ବିଶ୍ୱବିଦ୍ୟାଳୟ ମାନ୍ୟତା ତାଲିକାରୁ ବାଦ ପଡ଼ିଲା , ଏହାକୁ ନେଇ ଘୋର ବିସ୍ମିତ ହୋଇ ପଡିଛନ୍ତି ଗଜପତି ଜିଲ୍ଲାବାସୀ ।
ଏଥିପାଇଁ ଏକ ଏକ୍ସନ୍ କମିଟି ଗଠନ ହୋଇଥିଲା । ସେଇ ମାଧ୍ୟମରେ ରାଜ୍ୟ ସରକାରଙ୍କ ଠାରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ଦେବା ଦାବୀ ଉପସ୍ଥାପନା କରାଯିବାକୁ ନିଷ୍ପତ୍ତି ନିଆ ଯାଇଥିଲା ।
ଏହି କାର‌୍ୟ୍ୟକ୍ରମରେ ଡଃ ଭାରତୀ ପାଣିଗ୍ରାହୀ , ଶ୍ରୀ ପ୍ରଦୀପ ନାୟକ , ଶ୍ରୀ କାହ୍ନୁ ମହାରଣା , ଶ୍ରୀ ସିଦ୍ଧେଶ୍ୱର ମିଶ୍ର , ଶ୍ରୀ ବସନ୍ତ ପଣ୍ଡା , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀ ରୁପେଶ ସାହୁ ପ୍ରମୁଖ ଯୋଗଦେଇ ନିଜର ଉପାଦେୟ ମତ ପ୍ରଦାନ କରିଥିଲେ ।

 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031