Indus Valley Times

ଗଜପତି: ଟସର ଚାଷୀ ଓ ଟସର ଶ୍ରମିକଙ୍କ ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣଧାରଣା କାର୍ଯ୍ୟକ୍ରମ

 Breaking News

ଗଜପତି: ଟସର ଚାଷୀ ଓ ଟସର ଶ୍ରମିକଙ୍କ ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣଧାରଣା କାର୍ଯ୍ୟକ୍ରମ

ଗଜପତି: ଟସର ଚାଷୀ ଓ ଟସର ଶ୍ରମିକଙ୍କ ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣଧାରଣା କାର୍ଯ୍ୟକ୍ରମ
December 05
20:32 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୫/୧୨: ଗଜପତି ଜିଲ୍ଲାରେ ସରକାରଙ୍କ ଦ୍ବାରା ଚାଲିଥିବା ବିଭିନ୍ନ ଟସର ପ୍ରକଳ୍ପରେ ନିୟୋଜିତ ଶ୍ରମିକ ଓ ଚାଷୀ ମାନଙ୍କ ବକେୟା ମଜୁରୀ ପ୍ରଦାନ ତଥା ଅନ୍ୟାନ୍ୟ ଦାବୀ ନେଇ ଆଜି ଗଜପତି ଜିଲ୍ଲା ସେରିକଲଚର ଓ୍ଵାର୍କରସ୍ ୟୁନିଅନ୍ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ୟୁନିଅନ୍ ସଭାପତି ଶ୍ରୀ କାରୁକା ଶବରଙ୍କ ଅଧ୍ୟକ୍ଷତା\”ରେ ଅନୁଷ୍ଠିତ ଏହି ଧାରଣା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ଶତାଧିକ ଟସର ଚାଷୀ , ଟସର ସାଥି ଓ ଟସର ମିତ୍ର ଯୋଗ ଦେଇ ନିଜର ସମସ୍ୟାକୁ ଉପସ୍ଥାପିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ କମିଟି ସମ୍ପାଦକ ଶ୍ରୀ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଜିଲ୍ଲାରେ ଟସର ଚାଷ ଓ ତା ଉପରେ ନିର୍ଭରଶୀଳ ହଜାର ହଜାର ଚାଷୀ ଓ ଶ୍ରମିକଙ୍କ ସମସ୍ୟା ପ୍ରତି ସରକାରୀ ଅବହେଳାକୁ ଦୃଢ଼ ନିନ୍ଦା କରିଥିଲେ ।
ସରକାର ଜିଲ୍ଲାରେ ଟସର ଚାଷର ବିକାଶ ପାଇଁ ଅତିତରେ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ , ତାକୁ ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ ।
ଏହି ଅବସରରେ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ଦିଆଯାଇ ସେଥିରେ ଟସର ସାଥି , ଟସର ମିତ୍ର ଓ ଅନ୍ୟ ଶ୍ରମିକଙ୍କ ବକେୟା ମଜୁରୀ ଓ ଦରମାକୁ ତୁରନ୍ତ ପ୍ରଦାନ କରିବା , ପୁରୁଣା ପ୍ରକଳ୍ପର ନବୀକରଣ ଓ ନୂଆ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରୀ କରିବା , ଠିକ୍ ସମୟରେ ଟସର ଚାଷୀଙ୍କୁ ସାର ,ଚାରା , କୀଟନାଶକ ଔଷଧ ଓ ଟସର ପୋକର ଅଣ୍ଡା ଯୋଗାଇବା , ଟସର କୋଷାକୁ ସୁରକ୍ଷିତ ଭାବେ ଗଚ୍ଛିତ ରଖିବାକୁ ଗୋଦାମର ବ୍ୟବସ୍ଥା କରିବା , ଜିଲ୍ଲାରେ ଟସର ସୂତା ତିଆରି ଶିଳ୍ପ ପ୍ରତିଷ୍ଠା କରିବା ପ୍ରଭୃତି ଦାଵୀ କରା ଯାଇଥିଲା ।
ୟୁନିଅନ୍ ପକ୍ଷରୁ ଶ୍ରୀ କାରୁକା ଶବର , ସୁଭଦ୍ରା କାର୍ଯ୍ୟୀ , ଇସୋମତୀ ଭୂୟାଁ , ରୁଷମା ଗମାଙ୍ଗ , ଗାମନିଏଲ୍ ଭୂୟାଁ ଓ ଏଆଇକେଏମଏସ: ଜିଲ୍ଲା ସମ୍ପାଦକ ଶ୍ରୀ କେଦାର ଶବର ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଟସର ଶ୍ରମିକ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।
ସମସ୍ୟାର ସମାଧାନ ପାଇଁ ଖୁବ ଶୀଘ୍ର ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ଏ ସମ୍ପର୍କିତ ଏକ ବୈଠକ ଡକାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗଣ ଧାରଣା ସ୍ଥଗିତ ରହିଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031