Indus Valley Times

ଗଜପତି: ଟିପିଏସଓଡିଏଲ୍: ପକ୍ଷରୁ ୫୨ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଵେଛାକୃତ ରକ୍ତଦାନ ଶିବିର

 Breaking News

ଗଜପତି: ଟିପିଏସଓଡିଏଲ୍: ପକ୍ଷରୁ ୫୨ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଵେଛାକୃତ ରକ୍ତଦାନ ଶିବିର

ଗଜପତି: ଟିପିଏସଓଡିଏଲ୍: ପକ୍ଷରୁ ୫୨ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଵେଛାକୃତ ରକ୍ତଦାନ ଶିବିର
March 15
19:36 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୩ : ୫୨ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଟିପିଏସଓଡିଏଲ ପାରଳାଖେମୁଣ୍ଡି ଡିଭିଜନ ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅଥିତି ଭାବେ ଗଜପତି ଜିଲ୍ଲାର ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ଏବଂ ସଂମ୍ମାନିତ ଅତିଥି ଭାବେ ଵିଦ୍ୟୁତ ବିଭାଗ\’ର ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିଅର ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ , ବ୍ଲଡ଼ ବେଙ୍କ ଅଫିସର ଡ଼ାଃ ଏନ: ରବିବାବୁ ଓ ବରିଷ୍ଠ ଟେକନିସିଆନ ଶ୍ରୀ ଖଗେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ପାରଳାଖେମୁଣ୍ଡି ଵିଦ୍ୟୁତ ବିଭାଗ ଅଧୀନ ରେ କାର୍ଯ୍ୟରତ ବିଜିନେସ ଆସୋସିୟଟ ୩୩/୧୧ କେ: ଓଁମକାର ଟେକ୍ନିକାଲ ସର୍ଭିସ ପ୍ରାଇଭେଟ ଲିମିଟେଡ଼ ଏଜେନ୍ସି ଅଧୀନରେ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରାୟ ପଚାଶ ୟୁନିଟ ରକ୍ତ , ସ୍ୱଇଚ୍ଛାରେ ରକ୍ତଦାନ କରି ରକ୍ତଦାନ ମହାପୁଣ୍ୟ ବାର୍ତ୍ତାର ମହତ୍ ଉଦ୍ଦେଶ୍ୟ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଶ୍ରୀ ସତ୍ୟବ୍ରତ କଅଁର , ଶ୍ରୀ ବିଶ୍ବଭୂଷଣ ବିଷୋୟୀ , ଶ୍ରୀ ଅଭିଷେକ ପଟ୍ଟନାୟକ , ଶ୍ରୀ ଆଦିତ୍ୟ ପ୍ରସାଦ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031