Indus Valley Times

ଗଜପତି: ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ମତଦାନ ଶାନ୍ତିପୂର୍ଣ୍ଣ ,୮୨ ପ୍ରତିଶତରୁ ଉର୍ଦ୍ଧ୍ବ ମତଦାନ

 Breaking News

ଗଜପତି: ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ମତଦାନ ଶାନ୍ତିପୂର୍ଣ୍ଣ ,୮୨ ପ୍ରତିଶତରୁ ଉର୍ଦ୍ଧ୍ବ ମତଦାନ

February 21
19:55 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୨: ଗଜପତି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆଜି ରାୟଗଡ ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନରେ ଶାନ୍ତି ପୂର୍ଣ୍ଣ ଭାବରେ ମତଦାନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ।
ଏହି ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନରେ ୮୨ ପ୍ରତିଶତରୁ ଉର୍ଦ୍ଧ୍ବ ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି ।
ସକାଳ ୭ଟାରୁ ଏହି ରାୟଗଡ ବ୍ଲକରେ ମତଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଭୋଟର ମାନେ ବହୁ ସଂଖ୍ୟାରେ ଆସି କୋଭିଡ କଟକଣା ମଧ୍ୟରେ ଧାଡିରେ ଠିଆହୋଇ ପ୍ରବଳ ଆଗ୍ରହ ଓ ଉତ୍କଣ୍ଠାର ସହ ନିଜ ମନପସନ୍ଦ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ।
ଏହି ମତଦାନ ସମୟରେ ବିଶେଷ କରି ମହିଳା ଭୋଟର ମାନଙ୍କ ମଧ୍ୟରେ ବେଶ ଆନନ୍ଦ ଓ ଉତ୍ସାହ ଥିବା ପରିଲକ୍ଷିତ ହୋଇଥିଲା ।
ଆଜି ରାୟଗଡ ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନ ସମେତ ୨୧ଟି ପଞ୍ଚାୟତ ସରପଞ୍ଚ ଓ ୧୯ଟି ସମିତି ସଭ୍ୟ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥବା ବେଳେ ଏଥିପାଇଁ ମୋଟ ୨୪୯ଟି ମତଦାନ କେନ୍ଦ୍ରରେ ୫୨ ହଜାର ୬୩୬ ଜଣ ଭୋଟର ଦ୍ୱାରା ଭୋଟ ଗ୍ରହଣ କରା ଯାଇଥିଲା । ସେଥିମଧ୍ୟରୁ ୪୩ ହଜାର ୫୩୯ ଜଣ ଅର୍ଥାତ ୮୨:୭୨ ପ୍ରତିଶତ ଭୋଟର ଭୋଟ ଦେଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି ।
ରାୟଗଡ ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନ ପାଇଁ ୩ ଲେଖାଏଁ ମୋଟ ୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୨୧ଟି ସରପଞ୍ଚ ପଦବୀ ପାଇଁ ୯୪ ଜଣ ଏବଂ ୧୯ଟି ସମିତିସଭ୍ୟ ପଦବୀ ପାଇଁ ୬୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ପୂର୍ବରୁ ୨ଟି ସମିତିସଭ୍ୟ ଆସନରେ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଛନ୍ତି
ଏହି ରାୟଗଡ ବ୍ଲକ ମୁଖ୍ୟତଃ ପାର୍ବତ୍ୟ ଓ ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ୪୭\’ଟି ଉତ୍ତେଜନା ପ୍ରବଣ ଓ ୪୪\’ଟି ଅଧିକ ଉତ୍ତେଜନା ପ୍ରବଣମତଦାନ କେନ୍ଦ୍ର ଚିହ୍ନଟ ହୋଇଥିବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରା ଯାଇଥିଲା ।
ଅନ୍ୟପକ୍ଷରେ କୋଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୂର୍ବରୁ ଚିହ୍ନଟ ହୋଇଥିବା ବିଭିନ୍ନ ସମ୍ବେଦନଶୀଳ ମତଦାନ କେନ୍ଦ୍ର ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡାକଡି କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରା ଯାଇଛି ବୋଲି ଏସଡିପିଓ ଶ୍ରୀ ରାମକୃଷ୍ଣ ପତି କହିଛନ୍ତି ।
ସେହିଭଳି ରାୟଗଡ ବ୍ଲକର ୨ ଗୋଟି ଜୋନର ସମସ୍ତ ପଞ୍ଚାୟତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଥିଲା ବୋଲି ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା କହିଥିଲେ।
ଚଳିତ ୩ୟ ପର୍ଯ୍ୟାୟ ମତଦାନ ବେଳେ ବ୍ଲକର ବଡ଼ଗାଁ , ନୂଆସାହି , ନାରାୟନପୁର , ସେବକ ପୁର ଓ ପରିଡା ପ୍ରଭୃତି ଗ୍ରାମରେ ମତଦାନ କରିବା ପାଇଁ ପୁରୁଷଙ୍କ ଠାରୁ ମହିଳା ମାନଙ୍କ ଆଗ୍ରହ ଓ ଉତ୍କଣ୍ଠା ଅଧିକ ଦେଖିବାକୁ ମିଳିଥିଲା ।
ନୂଆସାହି ଗ୍ରାମ ସ୍ଥିତ ମତଦାନ କେନ୍ଦ୍ରରେ ଭୋଟ ଦେବାକୁ ଆସିଥିବା ୧୮ ବର୍ଷ ବୟସର ୨ ଜଣ ନୂତନ ଭୋଟର ସ୍ନିଗ୍ଧାରାଣୀ ବେବର୍ତ୍ତା ଏବଂ ନିଦାନ ଜେନା ଅତ୍ୟନ୍ତ ଖୁସି ହୋଇ ଏହା ମୋର ପ୍ରଥମ ଭୋଟ ଦେଉଛି , ନିଜର ମନ ପସନ୍ଦ ପ୍ରାର୍ଥୀ ବାଛି ଭୋଟ ଦେବୀ ଯିଏ ଆମର ଅଞ୍ଚଳର ଉନ୍ନତି କରିପାରିବ ବୋଲି କହିଥିଲେ। । ।
ସେହିଭଳି ସେବକପୁର ଗ୍ରାମ ମତଦାନ କେନ୍ଦ୍ରଠାରେ ଜଣେ ନୂତନ ଭୋଟର ଲକ୍ଷ୍ମୀପ୍ରିୟ ଜାଣି ମଧ୍ୟ ଅନୁରୂପ ଭାବେ କହି , ଏହି ମୌଳିକ ଅଧିକାରକୁ କେହି ହାତଛଡା ନ କରି ସମସ୍ତେ ଭୋଟ ଦେଇ ନିଜ ପସନ୍ଦର ପ୍ରାର୍ଥୀ ବାଛିବାକୁ ଅନୁରୋଧ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031