Indus Valley Times

ଗଜପତି: ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଛାଙ୍କ ୧୪୫ ତମ ଜୟନ୍ତୀ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ

 Breaking News

ଗଜପତି: ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଛାଙ୍କ ୧୪୫ ତମ ଜୟନ୍ତୀ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ

February 17
23:17 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୨: ପାରାଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସମ୍ମିଳନୀ କକ୍ଷ ଠାରେ ଆଜି ନାଟ୍ୟକାର ଆପନ୍ନା ପରିଛା ସ୍ମୃତି ସଂସଦ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର ଓ ଗଜପତି ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ପାରଳାର ଯୁଗଜ୍ମା ତଥା ମହାନ ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଛାଙ୍କ ୧୪୫ତମ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି ।
ଏହି ଅବସରରେ ଆୟୋଜିତ ସାରସ୍ୱତ କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ସାହିତ୍ୟିକ ତଥା ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ବରେ ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ନାଟ୍ୟକାର ଆପନ୍ନା ପରିଛା ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଓଡ଼ିଆ ନାଟ୍ୟ ଜଗତର ଜଣେ ଅମ୍ଲାନ ପ୍ରତିଭା ଥିଲେ ।
ସାହିତ୍ୟ ଜଗତକୁ ସ୍ୱରଚିତ ନାଟକ ବିଜୟ ବସନ୍ତ, ସୀତା ବନବାସ , ନବଲିଳା ବିଳାସ , ଗୋଷ୍ଠ ମିଳନ , ମାନସଭଞ୍ଜ , ରାଧାକୃଷ୍ଣ ପ୍ରଣୟ ପ୍ରଭୃତି ରଚନା କରି ଏକ ମହା ଉପହାର ଦେଇ ଯାଇଛନ୍ତି ।
ଭାଷାଭିତ୍ତିରେ ସେ ସ୍ୱତନ୍ତ୍ର ଓଡିଶା ଗଠନର ପୁରୋଧା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମେତ ପଣ୍ଡିତ ଗୋପବନ୍ଧୁ , ମଧୁସୂଦନ , ପଣ୍ଡିତ ନୀଳକଣ୍ଠ ଓ ଫକୀର ମୋହନ ସେନାପତିଙ୍କ ସହ ସେ କାନ୍ଧରେ କାନ୍ଧ ମିଶାଇ ଲକ୍ଷ ପଥରେ ଆଗେଇ ଯାଇଥିଲେ , ତେଣୁ ଏଭଳି ଏକ ମହାନ ଦେଶଭକ୍ତ ସର୍ବଦା ଚୀର ସ୍ମରଣୀୟ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେଶ ମିଶ୍ରଣ ଓ ରଇତ ଆନ୍ଦୋଳନରେ ଆପନ୍ନା ପରିଚ୍ଛାଙ୍କ ପୂର୍ଣ୍ଣ ସହଯୋଗର ଅବଦାନ କୃତି ସମ୍ପର୍କରେ କହିବା ସହ ସେ ରୀତି ଯୁଗର ସାହିତ୍ୟ ପରମ୍ପରାକୁ ଆଧୁନିକ ନାଟ୍ୟ ପରମ୍ପରାରେ ଜୀବନ୍ତ କରିଥିବା ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜାତୀୟ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜାତୀୟ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ପାରଳା ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର ପ୍ରମୁଖ ସମ୍ମାନୀତ ଓ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଜାତୀୟ ଆନ୍ଦୋଳନ ସମେତ ଉତ୍କଳ ପ୍ରଦେଶ ଗଠନ ଦିଗରେ ଦେଶଭକ୍ତ ନାଟ୍ୟକାର ଅପନ୍ନା ପରିଛାଙ୍କ ସକ୍ରିୟ ଭୂମିକା ସର୍ବଦା ଚିରସ୍ମରଣୀୟ ବୋଲି କହି ନାଟ୍ୟକାର ଆପନ୍ନା ପରିଛା ଏକଧାରାରେ ଜଣେ ପଣ୍ଡିତ , ସଂସ୍କୃତିପ୍ରେମୀ. ଯୋଗଜନ୍ମା , ଅମ୍ଲାନ ପ୍ରତିଭାଧାରୀ , ପ୍ରଜ୍ଞା ଓ ବୀର ପୁରୁଷ , ଓଡ଼ିଆ ଭାଷା ଓ ଜାତିପ୍ରାଣ , ଦେଶଭକ୍ତ , ବିପ୍ଲବୀ, ବିଦ୍ରୋହୀ ଏବଂ ସମାଜ ସଂସ୍କାରକ ଥିଲେ ବୋଲି ମଞ୍ଚଆସୀନ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ।
ଏହି ଅବସରରେ ରାଜ୍ୟ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନଶିକ୍ଷକ ଶ୍ରୀ ସଚ୍ଚିଦା ନନ୍ଦ ସାମଲଙ୍କ ୨ ଟି ଲିଖିତ ପୁସ୍ତକ \”ନାରୀ ନୀତି\” ଓ \”ନାଟ୍ୟକାର ଆପନ୍ନା ପରିଛାଙ୍କ ମାଦଳା ପାଞ୍ଜି\” ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।
ସେହିଭଳି କାର୍ଯ୍ୟକ୍ରମରେ ସମ୍ଭର୍ଦ୍ଧିତ ପ୍ରତିଭା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ଅଶୋକ କୁମାର ତ୍ରିପାଠୀଙ୍କୁ ନାଟ୍ୟକାର ଆପନ୍ନା ପରିଚ୍ଛା ସ୍ମୃତି ସମ୍ମାନ-୨୦୨୩ ରେ ସମ୍ବର୍ଦ୍ଧିତ କରା ଯାଇଥିଲା ।
ସେହିଭଳି ଏହି ସାରସ୍ଵତ ସଭାରେ ପାରଳାଖେମୁଣ୍ଡି ସ୍ଥିତ ଆପନ୍ନା ପରିଚ୍ଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସର୍ବଗୁଣ ଦକ୍ଷତା ସମ୍ପନ୍ନ ଚତୁର୍ଥ ଶ୍ରେଣୀ ଛାତ୍ରୀ ଅଭିପ୍ସା ଶବରଙ୍କୁ ବିଦ୍ୟାଳୟର ଶ୍ରେଷ୍ଠ କୃତି ଛାତ୍ରୀ ଭାବେ ଉପଢୌକନ , ପୁଷ୍ପଗୁଚ୍ଛ କ୍ଟ ମାନପତ୍ର ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା।
ଅନ୍ୟପକ୍ଷରେ , ଏଥି ସହିତ ଏହି ଆପନ୍ନା ପରିଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗତବର୍ଷ ୨୦୨୨ ରେ ଗଜପତି ଜିଲ୍ଲା ସ୍ତରରେ ପ୍ରଥମ ଆଦର୍ଶ ବିଦ୍ୟାଳୟ ଭାବେ \”ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ , ଓଡ଼ିଶା ଭୁବନେଶ୍ୱର\” ଦ୍ବାରା ପୁରସ୍କୃତ ହୋଇଥିଲା।
ତେଣୁ ସେହି ଅବସରରେ ଅନୁଷ୍ଠାନ ପକ୍ଷରୁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମନୋଜିନୀ ପାତ୍ରଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଓ ଶିକ୍ଷକଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀମତୀ ବି: କୋମଲାଙ୍ଗି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଶ୍ରୀ ହରି ମୋହନ ପଟ୍ଟନାୟକ ଅତିଥି ଆବାହନ , ଶ୍ରୀ ଭାଗବତ ପାଢ଼ୀ ଅତିଥି ମାନଙ୍କ ପରିଚୟ ପ୍ରଦାନ , ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସ୍ମୃତି ସଂସଦର ସମ୍ପାଦକ ଶ୍ରୀ ମୁରଲୀଧର ପରିଚ୍ଛା ଏବଂ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ରାଜେନ୍ଦ୍ର ପଢିଆରୀ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଅନୁଶ୍ରୀ ପଟନାୟକ , ଶ୍ରୀମତୀ ପ୍ରଭାବତୀ ପଟନାୟକ , ଶ୍ରୀ ବିଷ୍ଣୁ ଚରଣ ପଣ୍ଡା , ଶ୍ରୀ ନିତ୍ୟା ନନ୍ଦ ଚୌଧୁରୀ , ନିବେଦିତା ପଟ୍ଟନାୟକ , ରାଜେଶ୍ୱରୀ ସ୍ୱାଇଁ , ସଂଗୀତା ପାତ୍ର ତ୍ରିପତି ପଣ୍ଡା , ସଚ୍ଚିଦାନନ୍ଦ ସାମଲ ଏବଂ ଶ୍ରୀ ଶରତ ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା\’ରେ ସହଯୋଗ କରିଥିଲେ ।
ଅନ୍ୟପକ୍ଷରେ , ଏହି ମନୋଜ୍ଞ ପରିବେଶ ସାରସ୍ୱତ କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ କବି , ଲେଖକ , ସାହିତ୍ୟିକ , ନାଟ୍ୟକାର , ସଂଗୀତଜ୍ଞ, ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031