Indus Valley Times

ଗଜପତି: ଦେଶରେ ପ୍ରଥମ, ଗଜପତି ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ଅଧିକାର ଅଧିନିୟମ -୨୦୧୬ ଅନ୍ତର୍ଗତ ଅଧ୍ୟାୟ ୧୩ ଓ ୧୬ ଧାରା ନେଇ କର୍ମଶାଳା କାର୍ଯ୍ୟକ୍ରମ

 Breaking News

ଗଜପତି: ଦେଶରେ ପ୍ରଥମ, ଗଜପତି ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ଅଧିକାର ଅଧିନିୟମ -୨୦୧୬ ଅନ୍ତର୍ଗତ ଅଧ୍ୟାୟ ୧୩ ଓ ୧୬ ଧାରା ନେଇ କର୍ମଶାଳା କାର୍ଯ୍ୟକ୍ରମ

November 17
10:41 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୭/୧୧: ଭାରତ ଦେଶରେ ପ୍ରଥମ କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ଅଧିକାର ଅଧିନିୟମ ଧାରା – ୨୦୧୬ ଅନ୍ତର୍ଗତ ଅଧ୍ୟାୟ -୧୩(ସ୍ବତନ୍ତ୍ର ଅଦାଲତ) ଓ ଅଧ୍ୟାୟ -୧୬( ଅପରାଧ ଜୋରିମାନା) ସମ୍ପର୍କିତ ଏକ ସ୍ବତନ୍ତ୍ର ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଜିଲ୍ଲାର ଆଇନ ରକ୍ଷକ ପୋଲିସ ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାର ଅଗ୍ରଣୀ ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ପକ୍ଷରୁ ସିସିଡି ଓ ସାଇଟ୍ ସେଭାର୍ସ୍ ସହାୟତାରେଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟତଃ ଥାନା ଏଫ୍ଆଇଆର: ରେ , ୨୦୧୬ ମସିହା\’ର ଭିନ୍ନକ୍ଷମ ଅଧିକାର ଆଇନ ଅଧ୍ୟାୟ ୧୬ ରେ ଥିବା ଧାରା – ଏଫ୍ଆଇଆର ରେ ଯେତେବେଳ ପର୍ଯ୍ୟନ୍ତ ନ ଆସିବ ସେତେବେଳ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଦାଲତର କୌଣସି କାର୍ଯ୍ୟକାରିତା ହୋଇ ପାରିବ ନାହିଁ ।
ତେଣୁ ଏହି ଅଧିନିୟମ କାର୍ଯ୍ୟକାରୀ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ଭିନ୍ନକ୍ଷମ ଅନୁଷ୍ଠାନର ଜିଲ୍ଲା ସଭାପତି ଶ୍ରୀ ନିରଂଜନ ବେହେରାଙ୍କ ସଭାପତିତ୍ବରେ କର୍ମଶାଳାର ସଭା କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ଶ୍ରୀ ସନ୍ତୋଷ ମହାରଣା ସଂଯୋଜନା କରିଥିଲେ ।
ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଦୌରାଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ କ୍ଷେତ୍ରରେ ଅନ୍ୟମାନଙ୍କ ସୁସ୍ଥ ମାନସିକତାର ପରିବର୍ତ୍ତନ ଦରକାର । କୋର୍ଟ ଅଛି ଏବଂ ଆମେ ମଧ୍ୟ ଆପଣ ମାନଙ୍କ ପାଇଁ ଅଛୁ , ଏ ଦିଗରେ ସ୍ବତନ୍ତ୍ର କୋର୍ଟ ମଧ୍ୟ ଗଠନ ହୋଇଛି ଏବଂ ତାର ଉପଯୁକ୍ତ କାର‌୍ୟ୍ୟକାରୀ ହେବା ପାଇଁ ପ୍ରତିଶ୍ରୁତି ଦେବାସହ ପୋଲିସ ପ୍ରଶାସନକୁ ଏଫ୍ଆଇଆର: ରେ ଅନ୍ୟ ଭାରତୀୟ ଆଇନ ସହ ଏହି ଧାରା ସଂଯୋଗ କରିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏଥିରେ ଯୋଗଦେଇ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ଯଦି ସମାନ ସୁବିଧା ସୁଯୋଗ ଦିଆଯିବ , ତେବେ ସେମାନେ ମଧ୍ୟ ଏହି ସମାନ ସୁବିଧା ପାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଏକ ସୁସ୍ଥ ଜୀବନ ଯାପନ କରିବାରେ ସହାୟକ ହୋଇପାରିବେ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏସପି: ଶ୍ରୀ ଜୟରାମ ଶତପଥି , ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା ଏବଂ ସିସିଡ଼ି ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ ଏବଂ ଏଏସପି: ଶ୍ରୀ ବାମଦେବ ସିଂହ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ଅଧିକାର ଅଧିନିୟମ -୨୦୧୬ ଧାରାର ଅଧ୍ୟାୟ ୧୩ ଓ ଅଧ୍ୟାୟ ୧୬ କାର୍ଯ୍ୟକାରିତା ଓ ତାର ଉପକାରିତା ର ବିଭିନ୍ନ ଦିଗ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଏହି ସଚେତନତା କର୍ମଶାଳାରେ ମାନ୍ୟବର ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା \”ପାରସ\” ସଂସ୍ଥା\’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସିହ୍ନା ଏବଂ ଦିଲ୍ଲୀ ହାଇକୋର୍ଟର ଆଇନଜୀବୀ ସୁଶ୍ରୀ ପ୍ରଜ୍ଞା ମେଡମ ଯୋଗଦେଇ ଭିନ୍ନକ୍ଷମ ଅଧିକାର ଅଧିନିୟମ ଧାରା-୨୦୧୬\” ଅନ୍ତର୍ଗତ ଅଧ୍ୟାୟ-୧୩ ଏବଂ ଏବଂ ଅଧ୍ୟାୟ-୧୬ ଧାରା ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ଓ ଏହାର ଉପାଦେୟତାର ବିଭିନ୍ନ ଦିଗ ସମ୍ପର୍କ\’ରେ ସଚେତନ କରାଇ ଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଥାନାର ଥାନାଧିକାରୀ , ଏସଆଇ ଓ ସହକାରୀ ଏଏସଆଇ:ଙ୍କ ସମେତ ବହୁ ସଂଖ୍ୟାରେ ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031