Indus Valley Times

ଗଜପତି: ନିଖିଳ ଉତ୍କଳ ଅଣ-ଗେଜେଟେ ଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ଜିଲ୍ଲା ସ୍ତରୀୟ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ନିଖିଳ ଉତ୍କଳ ଅଣ-ଗେଜେଟେ ଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ଜିଲ୍ଲା ସ୍ତରୀୟ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

July 30
22:14 2022

ଗଣେଶ କୁମାର ରାଜୁଙ୍କ ରିପୋଟ
ଗଜପତି, ୩୦/୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ତାଲିମ କକ୍ଷ ଠାରେ ନିଖିଳ ଉତ୍କଳ ଅଣ- ଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ଗଜପତି ଜିଲ୍ଲା ଶାଖାର ଜିଲ୍ଲା ସ୍ତରୀୟ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏହି ବୈଠକରେ ସଭାପତି ଶ୍ରୀ ଶରତ ଚନ୍ଦ୍ର ପରିଚ୍ଛା , ଉପ ସଭାପତି ଶ୍ରୀ ନରେନ୍ଦ୍ର କୁମାର ଚୌଧୁରୀ , ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପଟ୍ଟନାୟକ ଏବଂ ପରାମର୍ଶ ଦାତା ସୂର୍ଯ୍ୟ କାନ୍ତ ପଟ୍ଟନାୟକ ଓ ଚିତ୍ତ ରଞ୍ଜନ ମିଶ୍ରଙ୍କ ସମେତ ଶ୍ରୀ ଲଳିତେନ୍ଦୁ ଦଳେଇ , ଶ୍ରୀ ସଞ୍ଜୀବ କୁମାର ହୋତା ପ୍ରମୁଖ ମଞ୍ଚାସିନ ଥିଲେ ।
ଏହି ବୈଠକରେ ଜିଲ୍ଲାର ସମସ୍ତ ପଶୁ ନିରୀକ୍ଷକ ଏବଂ ଭେଟେନେରୀ ଟେକ୍ନିସିୟାନ ମାନେ ଉପସ୍ଥିତ ରହିବା ସହ ବିଭିନ୍ନ ସମସ୍ୟା ଗୁଡିକ ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା ।
ପରେ, ଏହି ଅବସରରେ କର୍ମଚାରି ସଙ୍ଘର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ନୂତନ ସଭାପତି ଭାବେ ଶ୍ରୀ ଗୌରହରି ବେହେରା ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ଶ୍ରୀ ଏସ: ବିରରାଜୁ , ସମ୍ପାଦକ ଭାବେ ଶ୍ରୀ ବିଭୁତି ଭୂଷଣ ଗନ୍ତାୟତ , କୋଷାଧ୍ୟକ୍ଷ ଭାବେ ଶ୍ରୀ ସୂର୍ଯ୍ୟ ନାରାୟଣ ପଣ୍ଡା , ସଙ୍ଘଠନ ସମ୍ପାଦକ ଭାବେ ଶ୍ରୀ ଶଙ୍କର ରାଓ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ।
ବୈଠକରେ ବିଭିନ୍ନ ସମସ୍ୟା ଗୁଡିକ ଉପରେ ବିସ୍ତୃତ ଆଲୋଚନା କରାଯିବା ସହ ସେ ସବୁ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଦାବୀ ଗୁଡିକ ସର୍ବସମ୍ମତି କ୍ରମେ ବୈଠକରେ ଉପସ୍ଥାପନ କରା ଯାଇଥିଲା ।
ସେହି ଦାବି ଗୁଡିକ ହେଲା: କେଡର ରିଷ୍ଟ୍ରକଚର କରାଯିବା ସହ , ମୂଳ ଦରମାର ଅଂଶଗତି ଦୂରୀକରଣ କରିବା ଏବଂ ପ୍ରତ୍ୟେକ ପ୍ରାଣୀ ସହାୟକ କେନ୍ଦ୍ରରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ଦେବା ପ୍ରଭୃତି ଦାବି ରହିଥିବା ବୈଠକରେ କୁହା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930