Indus Valley Times

ଗଜପତି: ନୂଆ କେରାଣ୍ଡି ଗ୍ରାମରେ ପବିତ୍ର “ଗାନ୍ଧୀ ଜୟନ୍ତୀ” ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ନୂଆ କେରାଣ୍ଡି ଗ୍ରାମରେ ପବିତ୍ର “ଗାନ୍ଧୀ ଜୟନ୍ତୀ” ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ନୂଆ କେରାଣ୍ଡି ଗ୍ରାମରେ ପବିତ୍ର “ଗାନ୍ଧୀ ଜୟନ୍ତୀ” ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
October 03
18:06 2021

ଗଣେଶ ରାଜୁଙ୍କ ରିପୋର୍ଟ
ଗଜପତି, ୩/୧୦ : ଜାତିର ଜନକ ମହାତ୍ମାଗାନ୍ଧିଙ୍କ- ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ନୂଆ କେରାଣ୍ଡି ଗ୍ରାମରେ ଅଗ୍ରଣୀ ମହିଳା ଅନୁଷ୍ଠାନ”ଆକାଂକ୍ଷା” , “ସଖୀ” ୱାନ-ଷ୍ଟପ ସେଣ୍ଟର ଓ ଚାଇଲଡ଼ ଲାଇନର ମିଳିତ ସହଯୋଗରେ ସଚେତନତା ସଭା , ଶୋଭାଯାତ୍ରା ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା।
ଏଥିରେ ଆଇଏସଆରଡି: ଅନୁଷ୍ଠାନ ବ୍ରହ୍ମପୁରର ଆସିଷ୍ଟାଣ୍ଟ ଡାଇରେକ୍ଟର ଶ୍ରୀ ପ୍ରଭୁ ପ୍ରସାଦ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଗୁରାଣ୍ଡି ଗୋଷ୍ଟିସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀ ଜୟନ୍ତୀ ଓ ସ୍ଵଛତା କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇ ଥିଲେ।
ଆକାଂକ୍ଷା ମହିଳା ସଙ୍ଗଠନର ଉପଦେଷ୍ଟା ସ୍ୱର୍ଣ୍ଣପ୍ରଭା ପାଠୀ ଏବଂ ସମ୍ପାଦିକା ଶ୍ରୀମତୀ ମୀନାକୁମାରୀ ଟହଲ ସ୍ୱଚ୍ଛ ରହିଲେ ସୁସ୍ତ ରହିପାରିବେ ଏବଂ ଗ୍ରାମକୁ ପରିସ୍କାର ପରିଚ୍ଛନ୍ନତା ରଖିବା ସମ୍ପର୍କରେ ବୁଝାଇଥିଲେ।
ପରେ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା ଓ ଗ୍ରାମ ସଫେଇ କାର୍ଯ୍ୟକ୍ରମ କରା ଯାଇଥିଲା। ସଫେଇ କାର୍ଯ୍ୟକ୍ରମରେ ମହିଳା ମାନେ ଝାଡୁ ଧରି ଗ୍ରାମରାସ୍ତା ଝାଡୁମାରି ସଫା-ସୁତୁରା କରି ଗ୍ରାମର ଅନ୍ୟମାନଙ୍କୁ ସଚେତନ କରାଇଥିଲେ। ।
ପରିବେଶ ସ୍ୱଚ୍ଛତା ସାଙ୍ଗକୁ ପଲିଥିନ ମୁକ୍ତ ସମାଜ ଗଠନ ପାଇଁ ବାର୍ତ୍ତା ଦେବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ବେଗ୍ ଓ କୁଲା ବଣ୍ଟନ କରା ଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଚାଇଲଡଲାଇନ୍ ର ସଦସ୍ୟା ଲକ୍ଷ୍ମୀ ଗୌଡ , ଗଙ୍ଗାଧର ଶବର , “ସଖୀ” ୱାନ-ଷ୍ଟପ ସେଣ୍ଟର କର୍ମକର୍ତ୍ତା ମୋହିନୀ ପ୍ରଧାନ , ସୁପ୍ରଭା ସାହୁ , ସୁନିତା ବେହେରା , ଅଙ୍ଗନବାଡି କର୍ମୀ ଟି. ଏଶ୍ୱରୀ , ସଂଯୁକ୍ତା ବିଶ୍ୱାଳ , ବି.ତେଜଶ୍ୱରୀ , ରଶ୍ମି ଚୌଧୁରୀ , ଆଶା ଓ ଅଙ୍ଗନବାଡି କର୍ମୀମାନେ ଯୋଗଦେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ସାମିଲ ଥିଲେ ।
ଆକାଂକ୍ଷା” ମହିଳା ସଂଗଠନର ସମ୍ପାଦିକା ମିନା କୁମାରୀ ଟହଲ , ଉପଦେଷ୍ଟା ସ୍ବର୍ଣ୍ଣପ୍ରଭା ପାଠୀ ଓ ମମତା ପାଢ଼ୀଙ୍କ ନେତୃତ୍ୱରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031