Indus Valley Times

ଗଜପତି: ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ପର୍ଶୁରାମ ମହାବିଦ୍ୟାଳୟ ଠାରେ ଭାରତ ସରକାରଙ୍କ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ପର୍ଶୁରାମ ମହାବିଦ୍ୟାଳୟ ଠାରେ ଭାରତ ସରକାରଙ୍କ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ପର୍ଶୁରାମ ମହାବିଦ୍ୟାଳୟ ଠାରେ ଭାରତ ସରକାରଙ୍କ “ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ
August 16
11:28 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୮: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସେବକ ପୁର ସ୍ଥିତ ପର୍ଶୁରାମ ମହାବିଦ୍ୟାଳୟ ତଥା ପର୍ଶୁରାମ ଗୁରୁକୂଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅନ୍ତର୍ଗତ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କେନ୍ଦ୍ର ସରକାରଙ୍କ “ମେରୀ ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ଶ୍ରୀ ଏ: ମହେଶ୍ୱର ରାଓଙ୍କ ସମେତ ସେବା ନିବୃତ୍ତ ସେନା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ରାଉତ , ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶଶିକାନ୍ତ ମହାପାତ୍ର , ଅଧ୍ୟାପକ ଶ୍ରୀ ଏନ: ମିନାରାଓ ଓ ଶ୍ରୀ ଏ: ରାମାରାଓ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ମାଟିକୁ ନାମ ଓ ବିରଙ୍କୁ ବନ୍ଦନା କରିଥିଲେ ।
ଆଜି ବି ଭାରତ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଗାଥା କୁ ଭୁଲି ନାହିଁ , ସେମାନଙ୍କ ବଳିଦାନ ଚିର ସ୍ମରଣୀୟ ଅଟେ ବୋଲି କହିଥିଲେ ।
ଏହି ଅବସରରେ , ସେବା ନିବୃତ୍ତ ସାମରିକ ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ରାଉତଙ୍କୁ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା ।
ସମ୍ଭର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀ ରାଉତ କହିଥିଲେ ଯେ , ଦେଶ ମାତୃକାର ସେବା ଓ ସୁରକ୍ଷା ପାଇଁ ସାମରିକ କର୍ମଚାରୀ ମାନଙ୍କ ଯୋଗଦାନ ର ବିଶେଷତ୍ଵ ଓ ଗୁରୁତ୍ଵ ଉପରେ କହି ସେ ଦୀର୍ଘବର୍ଷ ଧରି ଦେଶ ସୁରକ୍ଷା ପାଇଁ ସେବା କରିଥିବା ଯୋଗୁଁ ନିଜକୁ ଗର୍ବିତ କହି ଛାତ୍ରଛାତ୍ରୀ ତଥା ଆଜିର ଯୁବପିଢିଙ୍କୁ ଦେଶ ମାତୃକାର ସେବା ଓ ସୁରକ୍ଷା କରିବା ସହ ଉନ୍ନତି ଦିଗରେ ସହଯୋଗ ପାଇଁ ଆଗେଇ ଆସିବାକୁ ଆହ୍ବାନ କରିଥିଲେ ।
କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ଦିନରେ ଦେଶର ସୁରକ୍ଷା ଓ ଉନ୍ନତିରେ ବ୍ରତୀ ହେବା ପାଇଁ ଶପଥ ନେଇଥିଲେ ।
ଏହି ଅବସରରେ ବୀର ଯବାନ ମାନଙ୍କୁ ସମ୍ମାନ ସହ ମାଟିକୁ ପ୍ରଣାମ ଜଣାଇ ମାଟି ମାଆର ସୁରକ୍ଷା ପାଇଁ ତିରଙ୍ଗା ପତାକା ଗହଣରେ ବୃକ୍ଷ ରୋପଣ କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ଗଣ ଶ୍ରୀ ଏ: ମହେଶ୍ୱର ରାଓଙ୍କ ସମେତ ଶ୍ରୀ ବି: ଭବାନୀ ପ୍ରସାଦ ଏବଂ ଶ୍ରୀ ଶଙ୍କର ନାୟକ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031