Indus Valley Times

ଗଜପତି : ପବିତ୍ର ମହେନ୍ଦ୍ରଗିରି ଶିଖରରେ ଥିବା ପର୍ଶୁରାମ ଧାମରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ପବିତ୍ର ମହେନ୍ଦ୍ରଗିରି ଶିଖରରେ ଥିବା ପର୍ଶୁରାମ ଧାମରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ପବିତ୍ର ମହେନ୍ଦ୍ରଗିରି ଶିଖରରେ ଥିବା ପର୍ଶୁରାମ ଧାମରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ
May 04
10:17 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୪/୫: ଗଜପତି ଜିଲ୍ଲା ର‌୍ୟାଗଡ଼ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ପବିତ୍ର ମହେନ୍ଦ୍ରଗିରି ଶିଖରରେ ଥିବା ବିଶ୍ବ ପ୍ରସିଦ୍ଧ ସପ୍ତ କୁଳାଚଳ ପର୍ଶୁରାମ ଧାମରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ମଙ୍ଗଳବାର ପବିତ୍ର ଅକ୍ଷୀ ତୃତୀୟା ଦିନରେ ଅନୁଷ୍ଠିତ ହୋଇଯାଇଛି ।
ଚିରଞ୍ଜିଵୀ ଭଗବାନ ପର୍ଶୁରାମ ପବିତ୍ର ମହେନ୍ଦ୍ରଗିରି ଶିଖରରେ ତପସ୍ୟା ରତ ଥିବା ବେଳେ ତ୍ରେତୟା , ଦ୍ୱାପର ଓ କଳିଯୁଗର ସମସ୍ତ ଅବତାରି ପୁରୁଷ ଓ ମହାପୁରୁଷ ମାନଙ୍କ ସମେତ ବହୁ ସାଧୁ-ସନ୍ଥ ଯାଇ ଶିକ୍ଷା ନେଇଥିବା କଥା ପୁରାଣ ଓ ଇତିହାସରେ ବର୍ଣ୍ଣିତ ଥିବା ମହେନ୍ଦ୍ରଗିରି ଆଶ୍ରମର ମୁଖ୍ୟ ସାଧକ ପୂଜ୍ୟ ତପସ୍ୱି ଦଣ୍ଡିସ୍ୱାମୀ ଭାସ୍କରତୀର୍ଥଙ୍କ ଠାରୁ ଜଣାଯାଇଛି ।
ମଙ୍ଗଳବାର ପବିତ୍ର ଅକ୍ଷୀ-ତୃତୀୟା ଦିବସରେ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଶିଖରରେ ଥିବା ଭଗବାନ ପର୍ଶୁରାମଙ୍କ ପୀଠରେ ମହେନ୍ଦ୍ର ଆଶ୍ରମର ଋଷିପୁତ୍ର ଓ ଋଷିକନ୍ୟା ମାନେ ପର୍ଶୁରାମ ଜୟନ୍ତୀ ପାଳନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପୂଜ୍ୟ ତପସ୍ବୀ ଦଣ୍ଡିସ୍ୱାମୀ ଭାସ୍କରତୀର୍ଥ , ମହେନ୍ଦ୍ରଗିରିର ଋଷିକନ୍ୟା ଓ ଋଷିପୁତ୍ର ମାନଙ୍କୁ ନେଇ ଜପଯଜ୍ଞ , ଘୃତଯଜ୍ଞ ଓ ଅନ୍ନଯଜ୍ଞ ପ୍ରଭୃତିର ଆୟୋଜନ କରିଥିଲେ ।
କାର୍ଯ୍ୟକ୍ରମରେ ସନ୍ଥ ଦଣ୍ଡିବାବା ମହେନ୍ଦ୍ର ସାଧକ ପ୍ରଫୁଲ୍ଲ ବାବା , ଋଷିପୁତ୍ର ଆଚାର୍ଯ୍ୟ ଓ ସନ୍ୟାସୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ମୁଖ୍ୟତଃ ବିଶ୍ୱରେ ଶାନ୍ତି ସ୍ଥାପନା ଏବଂ ପ୍ରତ୍ୟେକ ପ୍ରାଣୀ ମାନଙ୍କ କଲ୍ୟାଣ ପାଇଁ ଏହି କାର୍ଯ୍ୟକ୍ରମ ଅବସରରେ ପୂଜାର୍ଚ୍ଚନା , ଯଜ୍ଞ ଓ ସାମୂହିକ ପ୍ରାର୍ଥନା କରା ଯାଇଥିଲା

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031