Indus Valley Times

ଗଜପତି: ପାରଳାଖେମୁଣ୍ଡି ଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ କାର୍ଯ୍ୟକ୍ରମ

 Breaking News

ଗଜପତି: ପାରଳାଖେମୁଣ୍ଡି ଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ କାର୍ଯ୍ୟକ୍ରମ

October 16
22:22 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧୬/୧୦: ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗଜପତି ଜିଲ୍ଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ପକ୍ଷରୁ ଶୁକ୍ରବାର ଦିନ ପବିତ୍ର ବିଜୟ ଦଶମୀ ଉତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଆୟୋଜିତ କାର୍ଯ୍ୟକ୍ରମରେ ଧ୍ବଜା-ପ୍ରଣାମ , ସଙ୍ଘ ପ୍ରାର୍ଥନା ଓ ଶକ୍ତି ପୂଜା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଙ୍ଘର ନଗର ବୌଦ୍ଧିକ ପ୍ରମୁଖ ଶ୍ରୀ ସରୋଜ କୁମାର ପଣ୍ଡା , ସିସିଡି ସ୍ବେଛାସେବୀ ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ଶ୍ରୀ ଏ: ଜଗନ୍ନାଥ ରାଜୁ ଏବଂ ଜିଲ୍ଲା ସଙ୍ଘ ଚାଳକ ଶ୍ରୀ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ମଞ୍ଚଆସିନ ଅତିଥି ଭାବେ ଯୋଗଦେଇ ପବିତ୍ର ବିଜୟା ଦଶମୀ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ମୁଖ୍ୟତଃ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ମହତ ଉଦ୍ଦେଶ୍ୟ ନେଇ ହୋଇଥିବା ପ୍ରତିଷ୍ଠା ଓ ଏହାର ଆବଶ୍ୟକତା , ସଂଗଠନର ଶକ୍ତି ଉପରେ ସଙ୍ଘରେ ଜୀବନ କୌଶଳ ଶକ୍ତି ରହିଛି , ଭାରତର ଅଖଣ୍ଡତା ରକ୍ଷା କରିବା ସହ ଏହାକୁ ଶକ୍ତିଶାଳୀ କରିବା ଓ ନୈତିକ ମୂଲ୍ୟବୋଧ ଫେରାଇ ଆଣିବା ପାଇଁ ସଙ୍ଘ ଭୂମିକାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଶେଷରେ ସଂଘର ଧ୍ବଜା ଅବତରଣ ମୁରଲୀ ଗୁରୁଜୀଙ୍କ ଦ୍ଵାରା ସମାପନ ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜି , ପାରଳାଖେମୁଣ୍ଡି ବିଧାୟକ ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀ କେ: ନାରାୟଣ ରାଓ , ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀ ନୃସିଂହ ଚରଣ ପଟନାୟକ ଏବଂ ସଙ୍ଘର ଜିଲ୍ଲା ବିଭାଗ କାର୍ଯ୍ୟକର୍ତ୍ତା ଶ୍ରୀ ଅନାଦି ଚରଣ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।


ଗଜପତି: ଆକାଂକ୍ଷା ଓ “ସଖୀ” ୱାନଷ୍ଟପ ସେଣ୍ଟର ମିଳିତରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ସପ୍ତାହ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧୬/୧୦: ପାରଳାଖେମୁଣ୍ଡି ସ୍ଥିତ ଅନ୍ଧ ଓ ଉପଶମ ଶିଶୁଯତ୍ନ ଅନୁଷ୍ଠାନ ନବଜୀବନ ଟ୍ରଷ୍ଟ ପରିସରରେ ମହିଳା ସଂଗଠନ ଆକାଂକ୍ଷା ଓ “ସଖୀ” ୱାନଷ୍ଟପ ସେଣ୍ଟରର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଦିନ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ସପ୍ତାହ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ଏକ ସଚେତନତା ସଭା କାର୍ଯ୍ୟକ୍ରମକୁ ସଖୀ” ୱାନଷ୍ଟପ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଶିଶୁକଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ରାଉଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନ୍ତର୍ଜାତୀୟ କନ୍ୟା-ସନ୍ତାନ ଦିବସ ଅକ୍ଟୋବର ୧୧ ତାରିଖ ବିଷୟରେ ଆଲୋକପାତ କରିବା ସହ ଶିଶୁ ମାନଙ୍କ ଶିକ୍ଷା , ସ୍ୱାସ୍ଥ୍ୟର ଯତ୍ନ ଓ ସୁରକ୍ଷା କରିବା ଦିଗରେ ଆଗେଇ ଆସିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
କାର୍ଯ୍ୟକ୍ରମରେ ଆକାଂକ୍ଷା ମହିଳା ସଂଗଠନର ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ , ଉପଦେଷ୍ଟା ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ପାଠୀ , ଉପ-ସଭାନେତ୍ରୀ ଶ୍ରୀମତୀ ଅନିତା ମିଶ୍ର , ଶିଶୁକଲ୍ୟାଣ ସମିତିର ସଦସ୍ୟା ଶ୍ରୀମତୀ ଅଳକା ସାହୁ ପ୍ରମୁଖ ଯୋଗଦେଇ କନ୍ୟାଶିଶୁଙ୍କ ଯତ୍ନ ଓ ସେମାନଙ୍କ ଅଧିକାର ସମ୍ପର୍କରେ ବର୍ଣ୍ଣନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନବଜୀବନ ଟ୍ରଷ୍ଟ ଶିଶୁ ଅନୁଷ୍ଠାନର ହାଉସ-ମଦର ବି: ଜୟଲକ୍ଷ୍ମୀ , ପ୍ରଭାସିନୀ ଲୀମା , ସୁନିତା ରଥ , ସୁପ୍ରଭା ସାହୁ , ମୋନାଲିସା ବେହେରା ଏବଂ ହରିକୃଷ୍ଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ।
ସଭା କାର୍ଯ୍ୟକ୍ରମ ଶେଷରେ କନ୍ୟା-ଶିଶୁ ମାନଙ୍କୁ ନେଇ ଆକାଂକ୍ଷା ଅନୁଷ୍ଠାନ ଦ୍ୱାରା ଗୀତ ଓ ଶିଶୁ ମାନଙ୍କ ଦକ୍ଷତା ଉପରେ ପ୍ରତିଯୋଗିତା ଆୟୋଜନ କରା ଯାଇଥିଲା ।
ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚଆସିନ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯିବା ସହ ସମସ୍ତ ଛାତ୍ରୀଙ୍କୁ ଖାତା , କଲମ , ବିସ୍କୁଟ ପ୍ରଭୃତି ବଣ୍ଟନ କରା ଯାଇଥିଲା । ଏଥିରେ ଶିଶୁମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଯିବା ସହ ସେମାନଙ୍କୁ ନିଜର ଭବିଷ୍ୟତ ଗଢିବା ପାଇଁ ଉତ୍ସାହ ପ୍ରଦାନ କରା ଯାଇଥିଲା। ।
ଶେଷରେ ଶ୍ରୀମତୀ ସୁପ୍ରଭା ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031