Indus Valley Times

ଗଜପତି : ପାରଳାଖେମୁଣ୍ଡି ଠାରେ ପବିତ୍ର ଦୀପାବଳୀ ଉତ୍ସବ ପାଳିତ

 Breaking News

ଗଜପତି : ପାରଳାଖେମୁଣ୍ଡି ଠାରେ ପବିତ୍ର ଦୀପାବଳୀ ଉତ୍ସବ ପାଳିତ

October 26
10:56 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୧୦: ଭାରତୀୟ ସଂସ୍କୃତିର ମହାନ୍ ପର୍ବ ତଥା ଆଲୋକର ପର୍ବ ଦୀପାବଳୀ ପୂଜା ଉତ୍ସବ ପାରଳାଖେମୁଣ୍ଡି ଓ ଆଖପାଖ ଅଞ୍ଚଳରେ ଆନନ୍ଦ ଓ ଉଦ୍ଦୀପନାର ସହ ଅତ୍ୟନ୍ତ ଧୁମଧାମରେ ପାଳିତ ହୋଇ ଯାଇଛି ।
ଗତ ୨ ବର୍ଷ ଧରି କରୋନା କଟକଣା ଯୋଗୁଁ ଲୋକେ ଏହି ଦୀପାବଳୀ ଉତ୍ସବକୁ ଠିକ୍ ଭାବେ ପାଳନ କରି ପାରି ନ ଥିଲେ , ହେଲେ ଚଳିତ ବର୍ଷ କରୋନା କଟକଣା ଉଠି ଯାଇଥିବା ଯୋଗୁଁ ଏହି ଦୀପାବଳୀ ଉତ୍ସବକୁ ଚଳିତ ବର୍ଷ ଅତି ଆନନ୍ଦ ଓ ଉଦ୍ଦୀପନାର ସହ ପାଳନ କରିଛନ୍ତି । ଏଥିପାଇଁ ସମଗ୍ର ସହର ଚଳଚଞ୍ଚଳ ଓ ଉତ୍ସବ ମୁଖର ଉଠିଥିଲା ।
ପବିତ୍ର ଦୀପାବଳି ଉତ୍ସବ ଅବସରରେ ପ୍ରତ୍ୟେକଙ୍କ ଘରେ ଘରେ ପାରମ୍ପରିକ ରୀତିନୀତି ପ୍ରକାରେ ତୁଳସୀ ଚଉରା ଠାରେ ଝୋଟି ପକାଇ ଭୋଗ-ରାଗ ପ୍ରଭୃତି ରଖି ପୂଜାର୍ଚ୍ଚନା କରା ଯାଇଥିଲା ।
ପରେ ଘରର ମୂରବୀ , ଠାକୁର ଘର ଠାରେ ଥିବା ଦିପରେ କାଲ ଓ କାମରା ଡାଙ୍ଗ ଲଗାଇ ନେବା ପରେ ସେଥିରୁ ପରିବାରର ଅନ୍ୟ ସଦସ୍ୟ ମାନେ ଧରିଥିବା ଆଖୁ ସଲିତା ଲଗାଇ ଆକାଶ ମାର୍ଗକୁ ପିତୃପୁରୁଷ ଓ ବଡବଡିଆଙ୍କ ଉଦ୍ଦେଶ୍ୟରେ ଡାଙ୍ଗ-ନିଆ ଦେଖାଇ ଅନ୍ଧାରରେ ଆସି ଉଜ୍ଜଳରେ ଯାଅ ଏବଂ ଗଙ୍ଗା ଯାଅ – କାଶୀ ଯାଅ ବୋଲି କହିଥିଲେ ।
ପରେ ଘରର ବିଭିନ୍ନ ସ୍ଥାନରେ ମାଟିଦୀପ ସଜ୍ଜିତ କରାଯିବା ସହ ଘରକୁ ରଙ୍ଗ ବେରଙ୍ଗର ଲିଚୁ ମାଲାରେ ସହିତ କରିଛନ୍ତି ।
ଏହି ପବିତ୍ର ଦୀପାବଳୀ ଉତ୍ସବର ବାଣ ଫୁଟା କାର୍ଯ୍ୟକ୍ରମରେ ସମଗ୍ର ସହରରେ ଛୋଟ ପିଲାଠାରୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇ ବିଭିନ୍ନ ପ୍ରକାରର ଆତସବାଜି ବାଣ ସହ ଝୀର ଝିରା , ମଥାପି , କୁମ୍ପି , ଚକ୍ରି ପ୍ରଭୃତି ଲଗାଇ ଏହି ଉତ୍ସବକୁ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସରେ ପାଳନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30