Indus Valley Times

ଗଜପତି: ପାରଳାଖେମୁଣ୍ଡି ଠାରେ ୪ ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା କାର୍ଯ୍ୟକ୍ରମର ଶୁଭାରମ୍ଭ

 Breaking News

ଗଜପତି: ପାରଳାଖେମୁଣ୍ଡି ଠାରେ ୪ ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା କାର୍ଯ୍ୟକ୍ରମର ଶୁଭାରମ୍ଭ

February 11
10:44 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୧/୨: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ୪ ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା କାର୍ଯ୍ୟକ୍ରମଶୁଭାରମ୍ଭ ହୋଇଯାଇଛି । ଏହି ୪ ଦିନିଆ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଚାଷୀ ଭାଇଭଉଣୀଙ୍କୁ ନୂଆ ନୂଆ କୃଷି ପଦ୍ଧତି , ବୈଜ୍ଞାନିକ ଉପାୟରେ ଚାଷ କାମ , ଆଧୁନିକ ଜ୍ଞାନକୌଶଳ ଏବଂ କୃଷି ଯନ୍ତ୍ରପାତିର ପ୍ରୟୋଗ ସମ୍ପର୍କରେ ଧାରଣା ଦେବା ପାଇଁ ଏହି ମେଳାର ଆୟୋଜନ କରାଯାଉଛି।
ଚାରି ଦିନ ବ୍ୟାପି ଚାଲିବାକୁ ଥିବା ଏହି ମେଳାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଚାଷୀ ଭାଇଭଉଣୀ ମାନେ ଆସି ଯୋଗ ଦେଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସଭାପତିତ୍ବରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କ ଆୟକୁ ଦ୍ଵିଗୁଣିତ କରିବା ପାଇଁ ବୈଷୟିକ ଜ୍ଞାନ ଓ ଜୈବିକ ସାର ପ୍ରୟୋଗ ସହ ଆଧୁନିକ କୃଷି ଯନ୍ତ୍ରପାତି\’ର ସଠିକ୍ ଉପଯୋଗ କରି କମ ସମୟରେ ଅଧିକ ଫସଲ ଉତ୍ପାଦନ କରିବା ଉପରେ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , ପାରଳା ପୌରାଧ୍ୟକ୍ଷକ୍ଷ ଶ୍ରୀମତୀ ନିର୍ମଳା ସେଠୀ , ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ ଓ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରେଣୁକା ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ମୁଖ୍ୟ ଜିଲ୍ଲାକୃଷି ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ।
ଏହି ମେଳାକୁ ଆସିଥିବା ଚାଷୀମାନେ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ବୁଲି ଦେଖିବା ସହ ଚାଷରେ ଉନ୍ନତ ମାନର ଜ୍ଞାନ କୌଶଳ ପ୍ରୟୋଗ କରାଯାଇ କିପରି ଅଧିକ ଅମଳ କରାଯାଇ ପାରିବ ସେ ସମ୍ପର୍କରେ କୃଷି ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇଥିଲେ ।
କୃଷି ଯନ୍ତ୍ରପାତି ମେଳାରେ ୫୦ ଟି ଆଧୁନିକ ଯନ୍ତ୍ରପାତି ପ୍ରଦର୍ଶନୀ ଷ୍ଟଲ ଖୋଲା ଯାଇଛି । କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ଆଧୁନିକ ଯନ୍ତ୍ରପାତିର ଉପକାରିତା , କାର୍ଯ୍ୟକାରିତା ଏବଂ ବ୍ୟବହାର ସମ୍ପର୍କରେ ଚାଷୀମାନେ ଜାଣିବାର ସୁଯୋଗ ପାଇଥିଲେ ।
ତା’ଛଡ଼ା ଆବଶ୍ୟକ ମୁତାବକ ଯନ୍ତ୍ରପାତି କିଣିବା ଏବଂ ସେଥିରେ ସରକାର ଦେଉଥିବା ସବସିଡ୍ ନେବାର ସୁଯୋଗ ଉପରେ ପଚାରି ବୁଝିଥିଲେ ।
କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତି ବ୍ୟବହାର କଲେ ଚାଷୀ ମାନଙ୍କ ଶ୍ରମ ଲାଘବ ହେବା ସହ କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନ ହୋଇପାରିବ। ଚାଷୀମାନଙ୍କ ଆୟ ବୃଦ୍ଧିରେ ଏହା ବିଶେଷ ସହାୟକ ହୋଇପାରିବ।
ମେଳାରେ କୃଷି ବିଭାଗ, ଓଡ଼ିଷା କୃଷି ଶିଳ୍ପ ନିଗମ, ଓଡ଼ିଶା ମିଲେଟ୍ସ ମିଶନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଉଦ୍ୟାନ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ସହିତ ବିଭିନ୍ନ କୃଷି ଯନ୍ତ୍ରପାତି ଡିଲରମାନଙ୍କ ଓ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ ସବୁ ଖୋଲା ଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ୫ ଜଣ ମତ୍ସ୍ୟ ଚାଷୀଙ୍କୁ ଜାଲ ଏବଂ ଜିଲ୍ଲା କୃଷି ବିଭାଗ ପକ୍ଷରୁ ରିହାତି ଦରରେ ପାମ୍ପସେଟ ଓ ପାୱାର ଟିଲର ପ୍ରଭୃତି କ୍ରୟ ପାଇଁ ବୁକିଁଙ୍ଗ କରିଥିବା ଚାଷୀଙ୍କୁ କ୍ରୟ ଆଦେଶ ପତ୍ର ବଣ୍ଟନ କରା ଯାଇଥିଲା ।
ଏହି ସଭା କାର୍ଯ୍ୟକ୍ରମକୁ ପ୍ରାଣୀ ସମ୍ପଦ ବିଭାଗ ରାୟଗଡ଼ ଭିଏଏସ: ଡ଼ାଃ ଲିମା ମହାନ୍ତି ପରିଚାଳନା କରିଥିବା ବେଳେ ଶେଷରେ ଉପସ୍ଥିତ ସମସ୍ତଙ୍କୁ କୃଷି ବିଭାଗ ବିଏଓ: ଶ୍ରୀ ନାରାୟଣ ଚାନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031