Indus Valley Times

ଗଜପତି: ପାରଳାଖେମୁଣ୍ଡି ବନଖଣ୍ଡର ପକ୍ଷୀ ଗଣନା କାର୍ଯ୍ୟକ୍ରମ,-୭ଟି ରେଞ୍ଜରେ ୪୦ଟି ପ୍ରଜାତିର ୯,୮୨୮ ଟି ପକ୍ଷୀ ଚିହ୍ନଟ

 Breaking News

ଗଜପତି: ପାରଳାଖେମୁଣ୍ଡି ବନଖଣ୍ଡର ପକ୍ଷୀ ଗଣନା କାର୍ଯ୍ୟକ୍ରମ,-୭ଟି ରେଞ୍ଜରେ ୪୦ଟି ପ୍ରଜାତିର ୯,୮୨୮ ଟି ପକ୍ଷୀ ଚିହ୍ନଟ

ଗଜପତି: ପାରଳାଖେମୁଣ୍ଡି ବନଖଣ୍ଡର ପକ୍ଷୀ ଗଣନା କାର୍ଯ୍ୟକ୍ରମ,-୭ଟି ରେଞ୍ଜରେ ୪୦ଟି ପ୍ରଜାତିର ୯,୮୨୮ ଟି ପକ୍ଷୀ ଚିହ୍ନଟ
January 16
10:57 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୧ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ୭ ଟି ବନ-ରେଞ୍ଜର ଥିବା ୪୦ଟି ୟୁନିଟରେ ସରିଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ ।
ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ତଥା ଡିଏଫଓ: ଶ୍ରୀ ଅମ୍ଳାନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏସିଏଫଓ: ଶ୍ରୀ ଅଶୋକ କୁମାର ବେହେରାଙ୍କ ନେତୃତ୍ୱରେ ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ।
ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ , ପାରଳାଖେମୁଣ୍ଡି ବନଖଣ୍ଡ ଅଧିନରେ ଥିବା ୭ ଟି ବନ-ରେଞ୍ଜ ଯଥା:- ଚନ୍ଦ୍ରଗିରି , ମହେନ୍ଦ୍ର , କାଶୀନଗର , ମୋହନା , ରାମଗିରି , ରକ୍ଷ: ଉଦୟଗିରି ଓ ଦେବଗିରି ରେଞ୍ଜର ୪୦ ଟି ୟୁନିଟରେ ଥିବା ବନ୍ଧ , ନାଳ , ପୋଖରୀ , ୱାଟର-ବଡି , ଡ୍ୟାମ , ଜଳଭଣ୍ଡାର , ସାଗର , କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳ , ଜଳପ୍ରପାତ ଓ ଓଦାଳିଆ ଜମି ପ୍ରଭୃତି ଅଞ୍ଚଳରେ ଚିହ୍ନଟ ଓ ଗଣନା କରା ଯାଇଥିଲା ।
ଏହି ପକ୍ଷୀ ଚିହ୍ନଟ ଓ ଗଣନା କାର୍ଯ୍ୟକ୍ରମ ବେଳେ ମୋଟ ୪୦ଟି ୟୁନିଟରେ ୪୦ ଟି ପ୍ରଜାତିର ସମୁଦାୟ ୯, ୮୨୮ଟି ପକ୍ଷୀ ଉପରୋକ୍ତ ୟୁନିଟ ଅଞ୍ଚଳ\’କୁ ଆସିଥିବା ଜଣା ପଡିଛି ।
ଯାହାକି , ଏହା ପୂର୍ବବର୍ଷ ଅର୍ଥାତ୍ ୨୦୨୨ ବର୍ଷ ଅପେକ୍ଷା ଚଳିତ ବର୍ଷ ୧, ୨୬୮ ଟି ଅଧିକ ପକ୍ଷୀ ଓ ୧୦ ଟି ଅଧିକ ପ୍ରଜାତିର ପକ୍ଷୀ ଆସିଥିବା ଦେଖାଯାଇଛି । ପୂର୍ବବର୍ଷ ୪୨ ଟି ୟୁନିଟରେ ୩୦ ଟି ପ୍ରଜାତିର ମୋଟ ୮,୫୬୦ ଟି ପକ୍ଷୀ ଆସିଥିବା ଗଣନା ରେକର୍ଡ଼ରୁ ଜଣା ପଡ଼ିଛି।
ଚିହ୍ନଟ ଓ ଗଣନା କାର୍ଯ୍ୟକ୍ରମ ବେଳେ ଦେଖା ଯାଇଥିବା ଏହି ୪୦ଟି ପ୍ରଜାତିର ପକ୍ଷୀ ମାନଙ୍କ ମଧ୍ୟରେ ମୁଖ୍ୟତଃ କିଲିଚିଆ ବାଗ , ପାଣିକୁଆ , କାଣ୍ଟି ବଗ , ଦୁଇ ଓଠରେ ଶବ୍ଦ କରୁଥିବା ମାଇ ବତକ , ଗିରିଆ ହଂସ , ହଂଶରାଳି , ଗେଣ୍ଡି ପକ୍ଷୀ ପ୍ରଭୃତି ଅନ୍ତର୍ଭୁକ୍ତ ।
ସେହିଭଳି ଶତାଧିକ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ ମାନଙ୍କ ମଧ୍ୟରେ ମୁଖ୍ୟତଃ ନର୍ଦେନ୍ ପିଣ୍ଟେଲ , ସେଣ୍ଟ ପାଇପର , ଲିଟିଲ ପ୍ରୋଭର ଓ ଲିଟିଲ ଷ୍ଟିଣ୍ଟ ପ୍ରଭୃତି ଅନ୍ତର୍ଭୁକ୍ତ ।
ଅଧିକାଂଶରେ ଚଳିତ ଥର ଦେବଗିରି ରେଞ୍ଜ ର ଗଜପତି ସାଗର ଅଞ୍ଚଳରେ ୨,୬୮୫ ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଗଣନା ବେଳେ ଦେଖା ଯାଇଥିଲା ।
ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ୭ ଟି ରେଞ୍ଜ ର ୪୦ ଟି ୟୁନିଟ ପାଇଁ ୨୦୦ ରୁ ଅଧିକ ବନ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହୋଇଥିବାର ଜଣା ଯାଇଛି ।
କିଛି ବର୍ଷ ହେଲା ଉପରୋକ୍ତ ବିଭିନ୍ନ ଜଳାଶୟ ମାନଙ୍କରେ ରାଜ୍ୟ ଓ ରାଜ୍ୟ ବାହାର ସମେତ ବିଦେଶୀ ପକ୍ଷୀ ମାନଙ୍କ ଆଗମନ ହେଉଥିବା ଦେଖିବାକୁ ମିଳିଛି ।
ମୁଖ୍ୟତଃ , ଜିଲ୍ଲାର ପାହାଡ ପର୍ବତ ଘେର ମଧ୍ୟରେ ଥିବା ଏହି ଉପରୋକ୍ତ ଜଳାଶୟ ମାନଙ୍କ ମଧୁର ଜଳ ସହିତ ଏଠାକାର ଅନୁକୂଳ ପରିବେଶ ଯୋଗୁଁ ରାଜ୍ୟ ବାହାର ଓ ବିଦେଶୀ ପକ୍ଷୀ ମାନଙ୍କୁ ଏହା ଆକୃଷ୍ଟ କରୁଥିବା ଜଣାଯାଇଛି । ଏତଦ୍ ବ୍ୟତୀତ ଏ ଅଞ୍ଚଳ ମାନଙ୍କରେ ସେହି ପକ୍ଷୀ ମାନଙ୍କ ପାଇଁ ପ୍ରାକୃତିକ ଖାଦ୍ୟ ପ୍ରଚୁର ପରିମାଣର ଉପଲବ୍ଧ ହେଉଥିବା କାରଣରୁ ଏଠାକୁ ବହୁ ସଂଖ୍ୟାରେ ଏହି ପକ୍ଷୀ ମାନଙ୍କ ଆଗମନ ହେଉଥିବା ଜଣା ଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031