Indus Valley Times

ଗଜପତି: ପୁରାତନ ଛାତ୍ର ସଂସଦ ପକ୍ଷରୁ ପ୍ରଧାନ ଶିକ୍ଷକଙ୍କୁ ଅବସର-କାଳୀନ ସ୍ମୁତି ସୌରଭ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

 Breaking News

ଗଜପତି: ପୁରାତନ ଛାତ୍ର ସଂସଦ ପକ୍ଷରୁ ପ୍ରଧାନ ଶିକ୍ଷକଙ୍କୁ ଅବସର-କାଳୀନ ସ୍ମୁତି ସୌରଭ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଗଜପତି: ପୁରାତନ ଛାତ୍ର ସଂସଦ ପକ୍ଷରୁ ପ୍ରଧାନ ଶିକ୍ଷକଙ୍କୁ ଅବସର-କାଳୀନ ସ୍ମୁତି ସୌରଭ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
February 07
19:21 2022

ଗଜପତି,୭/୨ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ବିଶ୍ୱନାଥ କଲ୍ୟାଣ ମଣ୍ଡପ ଠାରେ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡ. ବୄଷକେତୁ ଦାଶଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା।
ଏହି ସ୍ମୁତି ସୌରଭ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦର ସଭାପତି ବସନ୍ତ ଦାଶ ପୌରହିତ୍ୟ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳା ରାଜଜେମା କଲ୍ୟାଣୀ ଗଜପତି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡା ଓ ସମ୍ମାନୀତ ଅତିଥି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ।
ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ପ୍ରଧାନଶିକ୍ଷକ ଡ.ଦାଶଙ୍କ ବିଦ୍ୟାଳୟରେ ସ୍ୱଳ୍ପ ମାସର ରହଣି କାଳରେ ପୁରାତନ ତଥା ଖ୍ୟାତି ସମ୍ପନ୍ନ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ହୋଇଥିବା ବେଳେ ତାଙ୍କରି ବଳିଷ୍ଠ ଉଦ୍ୟମରେ “ମୋ ସ୍କୁଲ ଅଭିଯାନ” ଆନୁକୂଲ୍ୟରେ ଶ୍ରେଣୀକକ୍ଷ ନବୀକରଣ , ବଗିଚାର ଉନ୍ନତିକରଣ , ଡ୍ରେନ ନିର୍ମାଣ , ପାନୀୟ ଜଳ ଯୋଗାଣ ବ୍ୟବସ୍ଥା , ପାଠାଗାର ପୁସ୍ତକ ସଂରକ୍ଷଣ , ବିଦ୍ୟାଳୟର ସୌନ୍ଦର‌୍ୟ୍ୟକରଣ ପରି ଅନେକ ଉନ୍ନତିକରଣ କାର୍ଯ୍ୟ ହୋଇଥିବା ଯୋଗୁଁ ଡ଼ଃ ଦାଶଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଡ଼ଃ ଦାଶଙ୍କ ନେତୃତ୍ଵରେ ଅଟଳ ଟିଙ୍ଗରିଙ୍ଗ ଲେବ ପ୍ରତିଷ୍ଠା , ଭୋକେସନାଲ ଅଟୋମେଟିଭ ଟ୍ରେଡ ପ୍ରତିଷ୍ଠା , ସ୍ମାର୍ଟ କ୍ଳାସ , ମଡେଲ ଲେବ୍ରୋଟେରି, ଇ-ଲାଇବ୍ରେରୀ ସ୍ଥାପନ ଆଦି କାର୍ଯ୍ୟ କରି ବିଦ୍ୟାଳୟର ଖ୍ୟାତି ବଢାଇଥିବା ପୁରାତନ ଛାତ୍ର ଗଣ ନିଜ ନିଜର ବକ୍ତବ୍ୟରେ ବଖାଣି ଥିଲେ। ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା , ସଭା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ରମେଶ ଚନ୍ଦ୍ର ଚୌଧୂରୀଙ୍କ ନେତୃତ୍ଵ ଓ ଆବାହକତ୍ଵରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ବସନ୍ତ ପଣ୍ଡା , ନରସିଂହ ଚୌଧୁରୀ , ରମେଶ ଚୌଧୁରୀ , ନୃସିଂହ ଚରଣ ପଟ୍ଟନାୟକ , ଅମୂଲ୍ୟ ପାଣିଗ୍ରାହୀ , ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ , ରାଜେନ୍ଦ୍ର ବେହେରା, ବାବୁଲା ପଟ୍ଟନାୟକ, ରବି ସାହୁ , କେ.ରାମସ୍ଵାମୀ , ସ୍ଥାନୀୟ ବୁଦ୍ଧିଜୀବି , ସାମ୍ୱାଦିକ ପ୍ରମୁଖ ବହୁ ସଂଖ୍ୟାରେ ଏହି ସମାରୋହରେ ଯୋଗ ଦେଇଥିଲେ।
ଛାତ୍ର ସଂସଦ ପକ୍ଷରୁ ଡ.ଦାଶଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031