Indus Valley Times

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ମକର ଉତ୍ସବ ପାଳିତ

 Breaking News

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ମକର ଉତ୍ସବ ପାଳିତ

January 14
21:14 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୧: ପାରଳାଖେମୁଣ୍ଡି ଠାରେ ଆଜି ପବିତ୍ର ମକର ସଂକ୍ରାନ୍ତି ଦିନ ଅବସରରେ ଅଗ୍ରଣୀ ମହିଳା ସଂଗଠନ “ପ୍ରଗତି” ପକ୍ଷରୁ ମକର ଉତ୍ସବ ଭରଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପ୍ରଗତି ମହିଳା ସଂଗଠନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀଙ୍କ ଅଧ୍ୟକ୍ଷତାରେ” ମକର ଉତ୍ସବରେ ଉତ୍କଳୀୟ ନାରୀଙ୍କ ଭୂମିକା ” ଶୀର୍ଷକ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଆଭାଷୀ ଆଲୋଚନା କାର୍ଯ୍ୟକ୍ରମରେ , ବିଶେଷ କରି ଆଧୁନିକତା ଗ୍ରହଣ କରିଥିଲେ ସୁଦ୍ଧା ପରମ୍ପରା ଓ ସଂସ୍କୃତିକୁ ଆପଣେଇ ବସୁଦେବ କୁଟୁମ୍ବ କମ୍ ନିତି ଓ ଆଦର୍ଶକୁ ଉଚ୍ଚାରଣରେ ନୁହେଁ ଆଚରଣରେ ପରିଣତ କରିବା ଆବଶ୍ୟକ ବୋଲି ଅଂଶଗ୍ରହଣ କାରୀ ମାନେ ସେମାନଙ୍କ ମତ ପ୍ରକାଶ କରିଥିଲେ।
ମୁଖ୍ୟତଃ ଭାବେ ଏହି ଗଣ ପର୍ବ ଜାତି,ଧର୍ମ,କର୍ମ,ଧନୀ,ଗରିବ,ଲିଙ୍ଗ ନିର୍ବିଶେଷରେ ଆମେ ଏକ ଅଭିନ୍ନ , ଆମର ମାନବିକତା ଓ ନୈତିକତାକୁ ସଦା-ସର୍ବଦା ସବୁ କର୍ମରେ ଲଗାଇ ନାରୀ ସମାଜକୁ ବିକାଶ ପଥରେ ନେବା ଅତ୍ୟନ୍ତ ଜରୁରୀ ବୋଲି ବକ୍ତା ମାନେ ସ୍ବୀକାର କରିଥିଲେ।
ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ଭାବଚନ୍ଦ୍ରିକା ଦେବୀ (ଜୟପୁର) , ଗୀତିଶ୍ମିତା ସାହୁ (ସୋରଡ଼ା) ପ୍ରମୁଖ ଯୋଗଦାନ କରିଥିଲେ ।
ସେହିଭଳି , ମମତା ପାଢ଼ୀ , ମୋହିନୀ ପ୍ରଧାନ , ନିବେଦିତା ପଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ମୁଖ୍ୟ ଅତିଥି ଏବଂ ଶ୍ରୀ ଡାକ୍ତର ମୁର୍ମୁ ପ୍ରମୁଖ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ନିଜର ମତ ରଖିଥିଲେ।
ଶେଷରେ ମମତା ପାଢ଼ୀ , ଏହି ଭରଚୁଆଲ ମୋଡ଼ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031