Indus Valley Times

ଗଜପତି: ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଶିଶୁ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଶିଶୁ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

November 16
10:11 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୧୧: ପାରଳାଖେମୁଣ୍ଡି ସହରରେ ଥିବା ଅଗ୍ରଣୀ ମହିଳା ସାଂସ୍କୃତିକ ଅନୁଷ୍ଠାନ “ପ୍ରଗତି ମହିଳା ସଂଗଠନ” ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ରର ମିଳିତ ସହଯୋଗରେ ” ଶିଶୁ ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ।
ପ୍ରଗତି ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ କଳ୍ପନା ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ରେ ପଣ୍ଡିତ ନରସିଂହ ଗୌଡ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ମୁଖ୍ୟବକ୍ତା ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀ ଲୋକନାଥ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ ।
ଅତିଥି ମାନେ ଶିଶୁର ମନସ୍ତତ୍ତ୍ୱକୁ ନେଇ ତାର ମୂଲ୍ୟବାନ ଜୀବନକୁ ସମାଜର ସବୁ ବର୍ଗର ସମ୍ପୂର୍ଣ୍ଣ ସହଯୋଗ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ
ଅନୁଷ୍ଠାନର ସଂପାଦିକା ଶ୍ରୀମତୀ ତନୁଜା ଶତପଥି ସ୍ଵାଗତ ସମ୍ଭାଷଣ ଦେଇ କାର୍ଯ୍ୟକ୍ରମ ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ।
ଏହି ଅବସରରେ ପ୍ରାଥମିକ ସ୍ତର ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହସ୍ତକଳା , ତର୍କ , ଚିତ୍ରକଳା , ନୃତ୍ୟ , ସଙ୍ଗୀତ ପ୍ରଭୃତି ପ୍ରତିଯୋଗିତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭା କାର୍ଯ୍ୟକ୍ରମ ଶେଷରେ ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରା ଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ତ୍ରିପତି ପଣ୍ଡା , ଶ୍ରୀ ପ୍ରମୋଦ ପାଢ଼ୀ , ଶ୍ରୀମତୀ ମାନସୀ ପଣ୍ଡା , ଶ୍ରୀମତୀ ପ୍ରଫୁଲ୍ଲ ବେବର୍ତ୍ତା , ଶ୍ରୀ ଶ୍ରୀନିବାସ ଗୟା , ମାମୀ , ଶ୍ରୀ ଶରତ ପ୍ରଧାନ , ପରିଚାଳନାରେ ସହଯୋଗ କରିଥିବା ବେଳେ ସବିତା ପଣ୍ଡିତ ପରିଚୟ ପ୍ରଦାନ କରିଥିଲେ ଏବଂ ଶ୍ରୀ ଭଗବତ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031