Indus Valley Times

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ଓ ହୋଲି ଉତ୍ସବ ପାଳନ

 Breaking News

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ଓ ହୋଲି ଉତ୍ସବ ପାଳନ

ଗଜପତି: ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ଓ ହୋଲି ଉତ୍ସବ ପାଳନ
March 09
09:57 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୩: ପାରଳାଖେମୁଣ୍ଡି ସ୍ଥିତ ୟୁଟେକ-କମ୍ପ୍ୟୁଟର ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ଏବଂ ହୋଲି ଉତ୍ସବ “ପ୍ରଗତି” ମହିଳା ସଙ୍ଗଠନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଦେଶ ଓ ଜାତିର ସାମଗ୍ରିକ ବିକାଶରେ ନାରୀ ମାନଙ୍କ ଭୂମିକାଓ ଅବଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବକ୍ତା ମାନେ କହିଥିଲେ। ଆଜିର ବିକାଶ ଉନ୍ମୂଖୀ ଯୁଗରେ ମଧ୍ୟ ନାରୀ ସମ୍ପୁଣ୍ଣ ସୁରକ୍ଷିତ ନୁହେଁ ବୋଲି ବକ୍ତବ୍ୟ ଛଳରେ କହିଥିଲେ ।
ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ବିବରଣୀ ପାଠ କରିଥିଲେ । ସେହିଭଳି ଶ୍ରୀମତୀ ସବିତା ପଣ୍ଡିତ ସ୍ଵାଗତ ସମ୍ଭାଷଣ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡଃ ଅଜୟ କୁମାର ତ୍ରିପାଠୀ , ମୁଖ୍ୟବକ୍ତା ଭାବେ ଡିପିଏମ: ସୁଶ୍ରୀ ସୌମ୍ୟକ୍ଷ ରାଣୀ ଗୌଡ଼ , ସଂଗଠନର ସଭାନେତ୍ରୀ ଡି: ପ୍ରିୟଙ୍କା , କାର୍ଯ୍ୟକାରିଣୀ ସଭାନେତ୍ରୀ ଶ୍ରୀମତୀ କଳ୍ପନା ପଟନାୟକ ପ୍ରମୁଖଙ୍କ ସମେତ ଶ୍ରୀ ଭାଗବତ ପାଢୀ , ସଂଯୋଜକ ଶ୍ରୀ ଲୋକନାଥ ମିଶ୍ର ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ଅଧିକାର , ସୁରକ୍ଷା ଓ ସଶକ୍ତିକରଣ ପ୍ରଭୃତିର ବିଭିନ୍ନ ଦିଗ ସମ୍ପର୍କରେ ସେମାନଙ୍କ ଅଭିଭାଷଣ ରଖିଥିଲେ ।
ଏହି ଅବସରରେ ତର୍କ , ନିବନ୍ଧ , ନୃତ୍ୟ, ସାଲାଡ଼ ପ୍ରସ୍ତୁତି , ମୁଢ଼ି ମିକ୍ଚର , ପ୍ରଭୃତି ବିଭାଗରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ତଥା ଛାତ୍ରଛାତ୍ରୀ ଓ ଗୃହିଣୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା।
ଏହି ଅବସରରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀମତୀ ଏସ୍: ଲକ୍ଷ୍ମୀ ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସଙ୍ଗଠନ ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ସମ୍ଭର୍ଦ୍ଧିତ କରା ଯାଇଥିଲା ।
ଶ୍ରୀମତୀ ମାନସୀ ପଣ୍ଡା , ଶ୍ରୀମତୀ ପ୍ରଫୁଲ୍ଲ ବେବର୍ତ୍ତା , ଶ୍ରୀ ଶରତ ପ୍ରଧାନ ଏବଂ ଗୁରୁ କୈଳାସ ଚନ୍ଦ୍ର ପଟନାୟକ ପ୍ରମୁଖ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଶେଷରେ ଉପସ୍ଥିତ ସମସ୍ତଙ୍କୁ ସଂଗଠନର ସଦସ୍ୟା ବର୍ଷା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031