Indus Valley Times

ଗଜପତି: ଫାଇଲେରିଆ(ବାତଜ୍ୱର) ରୋଗର ପରିଚାଳନା ଏବଂ ଶାରିରୀକ ଅସାମର୍ଥ୍ୟର ନିରାକରଣ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

 Breaking News

ଗଜପତି: ଫାଇଲେରିଆ(ବାତଜ୍ୱର) ରୋଗର ପରିଚାଳନା ଏବଂ ଶାରିରୀକ ଅସାମର୍ଥ୍ୟର ନିରାକରଣ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଗଜପତି: ଫାଇଲେରିଆ(ବାତଜ୍ୱର) ରୋଗର ପରିଚାଳନା ଏବଂ ଶାରିରୀକ ଅସାମର୍ଥ୍ୟର ନିରାକରଣ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
January 12
17:07 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୧: ଗଜପତି ଜିଲ୍ଲା କାଶୀନଗର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଆଜି ବ୍ଲକସ୍ତରୀୟ ଫାଇଲେରିଆ(ବାତଜ୍ୱର) ରୋଗର ପରିଚାଳନା ଏବଂ ଶାରିରୀକ ଅସାମର୍ଥ୍ୟର ନିରାକରଣ ସମ୍ପର୍କିତ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠିତ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ଗୀତାରାଣୀ ପାଣିଗ୍ରାହି ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହ କ୍ୟୁଲେକ୍ସ ଏବଂ ମନସୋନିଆ ମଶା ଯୋଗୁଁ ଏହି ରୋଗ ହୋଇଥାଏ , ତେଣୁ ମଶାବଂଶ ଲୋପ ପାଇଁ ଜନସଚେତନତାର ଆବଶ୍ୟକତା ଉପରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇ ଥିଲେ। ।
ସେହିଭଳି ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କାଶୀନଗର ସିଏଚସି: ର ଭାରପ୍ରାପ୍ତ ମେଡିକଲ ଅଫିସର ଡ଼ାଃ ସୌମ୍ୟ ରଞ୍ଜନ ଦାସ ଏବଂ ଖାଣ୍ଡବା ସେକ୍ଟର ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକଲ ଅଫିସର ଡ଼ାଃ ରାଜେଶ ବିଶ୍ଵାଳ ପ୍ରମୁଖ ମଞ୍ଚାସିନ ରହି ଫାଲେରିଆ ରୋଗର କାରଣ , ଲକ୍ଷଣ ଓ ତାର ଚିହ୍ନଟକରଣ ସମ୍ପର୍କରେ କହିବା ସହ ଏଭଳି ରୋଗୀ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିଲେ , ରୋଗୀ ରୋଗମୁକ୍ତ ହୋଇପାରିବ ବୋଲି କହି ଶୋଇବା ବେଳେ ମଶାରୀ ବ୍ୟବହାର କରିବା ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ ।
ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିବିଡି: ତଥା ମଶା-ବାହିତ ରୋଗ ବିଶେଷଜ୍ଞ ଶିବମ ଶୁକ୍ଳା କାର୍ଯ୍ୟକ୍ରମରେ ଯୋଗ ଦେଇ ଫାଇଲେରିଆ ଏକ ମଶା ବାହିତ ରୋଗ , କୁଲେକ୍ସ ଏବଂ ମନ-ସୋନିଆ ମଶା ଏହି ରୋଗର ବାହକ ବୋଲି କହି ଏହି ରୋଗର ଲକ୍ଷଣ ଓ ରୋଗର ବିଭିନ୍ନ ଷ୍ଟେଜ , ନିରାକରଣ ଓ ସାବଧାନତା , ରୋଗ ପରିଚାଳନା ଏବଂ ଏହାର ଚିକିତ୍ସା ପଦ୍ଧତି ପ୍ରଭୃତି ଉପରେ ପ୍ରୋଜେକ୍ଟର ସ୍ଲାଇଡ୍ ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଇ ଉପାଦେୟ ତଥ୍ୟ ସବୁ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ଭିବିଡି ଟେକ୍-ସୁପରଭାଇଜର ଶ୍ରୀ ସ୍ନେହାଶିଷ ସାମଲ ଯୋଗଦେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଫାଲେରିଆ ତଥା ବାତଜ୍ୱର ରୋଗୀଙ୍କ କ୍ଷତ ସ୍ଥାନ ସଫା କରିବା ସହ କ୍ଷତ ସ୍ଥାନରେ ଏଣ୍ଟି-ବାୟୋଟିକ ମଲମ ଲଗାଇ ଥିଲେ ।
ଏହି କାର୍ଯ୍ୟକ୍ରମରେ କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସମସ୍ତ ସେକ୍ଟରର ମେଡିକଲ ଅଫିସର , ବହୁମୁଖି ସ୍ୱାସ୍ଥ୍ୟ ସୁପରଭାଇଜର ଓ ସ୍ବାସ୍ଥ୍ୟକର୍ମୀ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଚଇଓ: ଗୀତାରାଣୀ ପାଣିଗ୍ରାହୀ , ବିପିଏମ୍-ପି: ଇଶ୍ୱରୀ ଆମ୍ମା , ଭିବିଡି:-ଟେକ୍ନିକାଲ ସୁପରଭାଇଜର ଶ୍ରୀ ସ୍ନେହାସିଷ ସାମଲ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031