Indus Valley Times

ଗଜପତି: ବାଲ୍ୟ ବିବାହ ବନ୍ଦ ନିମନ୍ତେ ଓଡିଶା ଜିବିକା ମିଶନର କର୍ମକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

 Breaking News

ଗଜପତି: ବାଲ୍ୟ ବିବାହ ବନ୍ଦ ନିମନ୍ତେ ଓଡିଶା ଜିବିକା ମିଶନର କର୍ମକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

June 23
20:44 2022

ଗଣେଶ କୁମାର ରାଜୁ ରିପୋର୍ଟ
ଗଜପତି, ୨୩/୬: ଗଜପତି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ଗୋଟିଏ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଜିଲ୍ଲାର ଆର: ଉଦୟଗିରି ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଅଛି ।
ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ୫୧ ଜଣ ଓଡିଶା ଜିବିକା ମିଶନ ର କର୍ମକର୍ତ୍ତା ଏମବିକେ: , ସିଆରପି ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ନେତା ଉପସ୍ଥିତ ରହିଥିଲେ ।
ଆକ୍ସନଆଡ୍ଡ ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ସେମାନଙ୍କୁ ବାଲ୍ୟବିବାହ ବିଷୟ ବସ୍ତୁ ଉପରେ ଅବଗତ କରିବା ସହ ଓଡିଶା ଜିବିକା ମିଶନ ର କର୍ମକର୍ତ୍ତାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।
ଶ୍ରୀ ମେହେର ବାଲ୍ୟ ବିବାହ ଦ୍ଵାରା ଶିଶୁ ର ଅଧିକାର କ୍ଷୁର୍ଣ୍ଣ ହୋଇଥାଏ , ଶିଶୁ ଟି ଉଚ୍ଚ ଶିକ୍ଷିତ ହେବାରେ ବଞ୍ଚିତ ହୋଇଥାଏ , ମାନସିକ ନିର୍ଯ୍ୟାତନା ର ଶିକାର ହୋଇଥଏ । ନିଜେ ନିସ୍ପତି ନେବାରୁ ବଞ୍ଚିତ ହୋଇ ଥାଏ ଓ ପରିବାର ର ସାମାଜିକ ଓ ଆର୍ଥିକ ସ୍ଥିତି ଦୃର୍ବଳ ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଅବଗତ କରେଇ ଥିଲେ ।
ଏହି ଅନ୍ଧବିଶ୍ୱାସକୁ ଦୂର କରିବା ନିମନ୍ତେ ସରକାର ୨୦୦୬ ମସିହାରୁ ବାଲ୍ୟବିବାହ ନିଷେଧ ଆଇନ ପ୍ରଣୟନ ହୋଇଛି ।
ଏହା ସହିତ ବାଲ୍ୟ-ବିବାହ ହୋଇଥିବା ସ୍ଥାନ ଓ ବ୍ୟକ୍ତି ସଂମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଆଗୁଆ ତଥ୍ୟ ପ୍ରଦାନ କରିବା ନିମନ୍ତେ ଜଣାଇ ଦିଆଗଲା । ଗ୍ରାମରେ ପରିବାରରେ ଶିଶୁମାନଙ୍କୁ କିପରି ସୁରକ୍ଷା ଯୋଗାଇବା, ଶିଶୁମାନଙ୍କର ମୌଳିକ ଅଧିକାରକୁ ବଜାଇ ରଖିବା ଆମର ଶିଶୁମାନଙ୍କୁ କିପରି ଯୌନ ନିର୍ଯ୍ୟାତନାରୁ ଶିକାରରୁ ସୁରକ୍ଷିତ ରଖିବା ସହିତ ଦକ୍ଷ ପିତାମାତା ପ୍ରସ୍ତୁତି ହେବା ନିମନ୍ତେ ଦକ୍ଷତା ବୃଦ୍ଧି କରା ଯାଇଥିଲା ।
ସଖୀ ୱାନ୍ ଷ୍ଟପ୍ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ସକ୍ଷୀ ଦ୍ଵାରା ଯୋଗାଇ ଦିଆ ଯାଉଥିବା ବିଭିନ୍ନ ସେବା ବିଷୟ\’ରେ ଅବଗତ କରେଇ ଥିଲେ ।
ଏହି ଅବସରରେ ବାଲ୍ୟ-ବିବାହ ବନ୍ଦ କରିବା ଉପରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଝୁନୂ ବେହେରା (ସମିତି ସଭ୍ୟା, ଆର୍. ଉଦୟଗିରି) , ଆକ୍ସନ-ଆଡ୍ଡର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର , ୱାନ୍ ଷ୍ଟପ୍ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ସ୍ଵୟମ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ , ବିଏସଏସଓ: ଶ୍ରୀ ଅରୁଣ କୁମାର ଉଦୟଭାନୁ , ଓଡିଶା ଜୀବିକା ମିଶନର ବିପିଏମ: ଶ୍ରୀ ରଜନୀ କାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30