Indus Valley Times

ଗଜପତି: ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

 Breaking News

ଗଜପତି: ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

June 22
10:35 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୨୨/୬: ଗଜପତି ଜିଲ୍ଲା ଗୁମ୍ମାବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମଙ୍ଗଳବାର ଦିନ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଯୋଗ ସଚେତନତା ଓ ଯୋଗାଭ୍ୟାସ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟର ଏନଏସଏସ , ୱାଇଆରସି ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଏହି ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଥିଲା ।
ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟନାୟକଙ୍କ ଅଧ୍ୟକ୍ଷତାରେ ଯୋଗ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମରେ ସିଡିଏମଓ: ତଥା ଡିପିଏଚଓ ଡା: ପ୍ରଦୀପ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଯୋଗର ମହତ୍ୱ ଓ ଉପାଦେୟତା ଉପରେ ଆଲୋଚନା କରି ନିୟମିତ ଯୋଗ କରିବା ଦ୍ୱାରା ଏହା ଶରୀର ଓ ମନକୁ ଶାନ୍ତି ଦେବା ସହ ଆମକୁ ସୁସ୍ଥ ଓ ନିରୋଗ ଜୀବନ ପ୍ରଦାନ କରିଥାଏ ବୋଲି କହିଥିଲେ ।
ଏକ୍ସନ-ଏଡ଼ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଯୋଗ କିଭଳି ଶରୀର, ମନ, ଆତ୍ମା ,ପ୍ରାଣ ଓ ପରମାତ୍ମାକୁ ଯୋଡିବା କାର୍ଯ୍ୟ କରିଥାଏ , ସେ ସମ୍ପର୍କରେ କହିଥିଲେ ।
ଅଧ୍ୟକ୍ଷ ଶ୍ରୀ ମନୋଜ ପଟନାୟକ , ଯୋଗ କରିବା ଦ୍ୱାରା ଶାରୀରିକ ସୁସ୍ଥତା ରଖିବା ସହ ମାନସିକରୁ ଆଧ୍ୟାତ୍ମିକ ଚିନ୍ତାଧାରା ଯୋଡିବା ଦିଗରେ କିଭଳି ସାହାୟକ ହୋଇଥାଏ , ତାହା କହିଥିଲେ ।
ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ର ଓ ଅଧ୍ୟାପିକା ଡ଼: ନଳିନୀ ସାବତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୋଗାଭ୍ୟାସର ଶିକ୍ଷଣୀୟ ଓ ଉପାଦେୟତାର ବିଭିନ୍ନ ଦିଗ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ।
ପିଇଟି ତଥା କ୍ରୀଡା ଶିକ୍ଷକ ଶ୍ରୀ ଆର ସନମୁଖ ରାଓ ବିଦ୍ୟାଳୟର ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାରର ଯୋଗାଭ୍ୟାସ ଶିକ୍ଷା ତାଲିମ ପ୍ରଦାନ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଶ୍ରୀ ସୀତାରାମ ପ୍ରଧାନ ପରିଚାଳନା କରିଥିବା ବେଳେ ଶେଷରେ ଅଧ୍ୟାପକ ରବେନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930