Indus Valley Times

ଗଜପତି: ବିଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଲାବାରସିଂ ଏବଂ ଚନ୍ଦ୍ରଗିରି ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ସଭା ଓ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ବିଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଲାବାରସିଂ ଏବଂ ଚନ୍ଦ୍ରଗିରି ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ସଭା ଓ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ବିଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଲାବାରସିଂ ଏବଂ ଚନ୍ଦ୍ରଗିରି ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ସଭା ଓ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
January 05
18:17 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୫/୧: ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ ଆଜି ମୋହନା ବ୍ଲକର ଲାବରସିଂ ଏବଂ ଚନ୍ଦ୍ରଗିରି ପଞ୍ଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସଚେତନ କରାଯାଇଛି।
ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନତା ରଥ ପ୍ରଥମେ ଲାବରସିଂ ପଞ୍ଚାୟତରେ ପହଞ୍ଚିବା ପରେ ସେଠାରେ ବିଭିନ୍ନ ବିଭାଗୀୟ ଅଧିକାରୀ , ପଞ୍ଚାୟତ ଜନପ୍ରତିନିଧି ଙ୍କ ସମେତ ବିଭିନ୍ନ ସ୍ତରର ଶତାଧିକ ସଂଖ୍ୟାରେ ମହିଳା ମାନଙ୍କ ଦ୍ଵାରା ହୁଳହୁଳି ସହ ବନ୍ଦାପନା କରି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ସେହିଭଳି ଚନ୍ଦ୍ରଗିରି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ପହଞ୍ଚିବା ପରେ ସେଠାରେ ମଧ୍ୟ ଭବ୍ୟ ସ୍ବାଗତ କରା ଯାଇଥିଲା ଏବଂ ସେଠାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ଅନୁଷ୍ଠିତ ହୋଇଥିଲା ।
ଲାବରସିଂ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ଯମୁନା ରଇତ , ସମିତିସଭ୍ୟା ମଞ୍ଜୁଳା ନାୟକ , ନୋଡାଲ ଅଧିକାରୀ ରବି କୁମାର ପାତ୍ର , ପିଇଓ: ରଞ୍ଜିତ ଭୂୟାଁ , ଡ୍ରୋନ ପ୍ରତିନିଧି ଓମିତା ପାତ୍ର , କୃଷି ଅଧିକାରୀ ରିତାଞ୍ଜଳୀ ସ୍ୱାଇଁ , ସିଡିପିଓ: ଲଳିତା ମଲ୍ଲିକ , ପିଏଚଇଓ: ଜଗନ୍ନାଥ ନାୟକ , ଭିବିଏସୱାଇ: ଜିଲ୍ଲା ସଂଯୋଜକ ବାମଦେବ ବଡ଼ନାଇକ ଏବଂ ସିପିଓ: ସୁଶାନ୍ତ କୁମାର ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ମଲ୍ଲିକ ଏବଂ ନାଏବ ସରପଞ୍ଚ ଶ୍ରୀ ନକୁଳ ମଲ୍ଲିକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ନିଜ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ କାର‌୍ୟ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନ କରାଇ ତାର ସଫଳତା ସଂପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇବା ସହ ଯୋଜନାର ଲାଭ କିଭଳି ତୃଣମୂଳ ସ୍ତରରେ ହିତାଧିକାରୀଙ୍କ ଦ୍ଵାରା ଉଠା ଯାଇପାରିବ ସେ ସମ୍ପର୍କରେ କହିଥିଲେ ।
ଏହି ଅବସରରେ ବିକଶିତ ଭାରତ ଭାବେ ଗଢି ତୋଳିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ନେଇ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଚେତନତା ସଂକଳ୍ପ ଯାତ୍ରା ରଥରେ ଲାଗିଥିବା ଏଲଇଡି: ଦ୍ଵାରା କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ସଚେତନତା ବାର୍ତ୍ତା ପ୍ରଦର୍ଶିତ କରା ଯାଇଥିଲା ।
ଅନ୍ୟପକ୍ଷରେ ଉପସ୍ଥିତ ସମସ୍ତଙ୍କୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମ୍ପର୍କିତ କେଲେଣ୍ଡର ଏବଂ ସଚେତନତା ପାମ୍ପଲେଟ ବଣ୍ଟନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମ ଅବସରରେ ଉଭୟ ପଞ୍ଚାୟତ ସଭାସ୍ଥଳ ପରିସରରେ ପୋଷଣ ଅଭିଯାନରେ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହେବା ସହ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଶତାଧିକ ଲୋକଙ୍କ ସୁଗାର , ରକ୍ତଚାପ , ମ୍ୟାଲେରିଆ ପରୀକ୍ଷା କରା ଯାଇଥିଲା।
ବିଭିନ୍ନ କେନ୍ଦ୍ରୀୟ ଯୋଜନା\’ର ହିତାଧିକାରୀ ମାନେ ସେମାନଙ୍କ ଅନୁଭୂତି ପ୍ରକାଶ କରିଥିଲେ ଏବଂ ପରେ ସେମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରା ଯାଇଥିଲା ।
ଏହି ଅବସରରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ୪ ଜଣ ହିତାଧିକାରୀ ଯଥା:- ଲାବରସିଂ ଗ୍ରାମର ଅଭିମନ୍ୟୁ ରଇତ:- ପିଏମ: କିସାନ ଯୋଜନା , ରାୟପୁର ଗ୍ରାମର ଉର୍ମିଳା କାର୍ଜି:- ପିଏମ: ଆବାସ ଯୋଜନା , ଲବରସିଂ ଗ୍ରାମର ମାଳତୀ ରଇତ ଉଜ୍ଜଳକ୍ଷ ଯୋଜନା ଏବଂ ରାଙ୍କୁଡ଼ା ଗ୍ରାମର ଅନିତା ନାୟକ ସ୍ୱଚ୍ଛ ଭାରତ ଯୋଜନା ସମ୍ପର୍କରେ ଏହି କେନ୍ଦ୍ରୀୟ ଯୋଜନାରେ ସାମିଲ ହୋଇ କିଭଳି ସେମାନେ ଉପକୃତ ହେଉଛନ୍ତି ସେ ସମ୍ପର୍କରେ କହି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ୍ ଦେଇଥିଲେ ।
ଶେଷରେ ଚାଷ ଜମିରେ ସାର , କୀଟ ନାଶକ ଔଷଧ ଓ ବିହନ ପକାଇବା ଦିଗରେ ଡ୍ରୋନ କିଭଳି ବ୍ୟବହାର କରାଯାଏ , ସେ ଦିଗରେ ଡ୍ରୋନ ଉଡାଣ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା
ସଚେତନତା ସଭା କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଶ୍ରୀ ରବି କୁମାର ପାତ୍ର ସଂଯୋଜନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ଶ୍ରୀ ରବି ପାତ୍ର , ପିଇଓ: ଶ୍ରୀ ରଞ୍ଜିତ ଭୂୟାଁ ଏବଂ ଜିଆରଏସ: ଆଶାପ୍ରାପ୍ତ ସନ୍ତୋଷ ମାଳି ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031