Indus Valley Times

ଗଜପତି: ବିଶ୍ବ ହକି କପ୍ ୨୦୨୩ ଟ୍ରଫିକୁ ଗଜପତି ଜିଲ୍ଲାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ

 Breaking News

ଗଜପତି: ବିଶ୍ବ ହକି କପ୍ ୨୦୨୩ ଟ୍ରଫିକୁ ଗଜପତି ଜିଲ୍ଲାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ

December 31
10:55 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୧/୧୨: ଓଡିଶାରେ ଆୟୋଜନ ହେବାକୁ ଯାଉଛି ଆସନ୍ତା ୨୦୨୩ ଜାନୁୟାରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଶ୍ଵକପ ହକି । ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ଵକପର ମ୍ୟାଚଗୁଡିକ ଅନୁଷ୍ଠିତ ହେବ । ୧୬ଟି ଦେଶ ଏଥିରେ ପ୍ରତିନିଧିତ୍ଵ କରିବେ । ଟୁର୍ଣ୍ଣାମେଣ୍ଟ କିଭଳି ସଫଳ ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆ ଯାଇଛି ।
ହକି ବିଶ୍ଵକପ-୨୦୨୩ ଟ୍ରଫିକୁ ବିଭିନ୍ନ ସ୍ଥାନରେ ସ୍ଵାଗତ କରା ଯାଇଥିବା ବେଳେ ଏହିଭଳି ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟ ବିଶ୍ଵକପ ହକି-୨୦୨୩ ଟ୍ରଫିକୁ ଭବ୍ୟ ସ୍ଵାଗତ କରାଯାଇଛି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆ ଯାଇଥିଲା ।
ବିଶ୍ବ ହକି-କପ୍ ୨୦୨୩- ଟ୍ରଫି ଗଞ୍ଜାମ ଜିଲ୍ଲାରୁ ଗଜପତି ଜିଲ୍ଲାର ମୋହନା , ଜିରାଙ୍ଗ , ଆର୍ ଉଦୟଗିରି , ଖଜୁରୀପଦା , ରାୟଗଡ଼ ପ୍ରଭୃତି ଦେଇ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ଫରେଷ୍ଟ୍ ଗେଟ ଛକ ଠାରେ ହକି ବିଶ୍ବକପ୍ ୨୦୨୩ ଟ୍ରଫି ପହଞ୍ଚିଥିଲା ।
ସେଠାରେ ଜିଲ୍ଲା ପ୍ରଶାସନଙ୍କ ସମେତ ବିଭିନ୍ନ ସ୍ତରରେ ଟ୍ରଫିକୁ ଭବ୍ୟ ସ୍ବାଗତ କରା ଯାଇଥିଲା ।
ଏହି ବିଶ୍ଵ ହକି କପ୍ ୨୦୨୩ ଟ୍ରଫିକୁ ଦେଖିବା ଓ ସ୍ଵାଗତ କରିବା ପାଇଁ ହଜାର ହଜାର ସଂଖ୍ୟକ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା ।
ଗଜପତି ଜିଲ୍ଲା ପ୍ରଶାସନ ସମେତ ଜିଲ୍ଲାବାସୀଙ୍କ ପକ୍ଷରୁ ଟ୍ରଫିକୁ ଭବ୍ୟ ସ୍ବାଗତ କରାଯାଇଛି । ହଜାର ହଜାର ଦର୍ଶକ ଟ୍ରଫିକୁ ଦେଖିବା ସହ ଚକ୍ ଦେ ଇଣ୍ଡିଆ ଧ୍ବନୀ ଦେଇଥିଲେ ।
ଫରେଷ୍ଟ ଗେଟ ଛକ ଠାରେ ଟ୍ରଫି\’କୁ ସ୍ଵାଗତ କରାଯିବା ପରେ ସେଠାରୁ ଗଜପତି ଷ୍ଟାଡିୟମ୍ ପର‌୍ୟ୍ୟନ୍ତ ଟ୍ରଫି\’କୁ ଏକ ବିରାଟ ଶୋଭାଯାତ୍ରା\’ରେ ଅଣାଯାଇଥିଲା ।ଗଜପତି ଷ୍ଟାଡିୟମ୍ ଖେଳପଡିଆ ଠାରେ ହକି ବିଶ୍ବକପ୍ ଟ୍ରଫି\’କୁ ସ୍ବାଗତ କରାଯିବା ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଏହି କାର‌୍ୟ୍ୟକ୍ରମ\’କୁ ପରିଚାଳନା କରିଥିଲେ ।
ପରେ ଷ୍ଟାଡିୟମ୍ ଠାରୁ ହାଇସ୍କୁଲ ଛକ ଓ ସେଠାରୁ ବଡ଼ଦାଣ୍ଡ ଦେଇ ଟ୍ରଫି ଶୋଭାଯାତ୍ରା ପ୍ୟାଲେସ ଛକ ଠାରେ ପହଞ୍ଚି ଥିଲା । ସେଠାରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ସ୍ଵାତୀ କୁମାର\’ଙ୍କ ସମେତ ଅନ୍ୟାନ୍ୟ ବହୁ ସଂଖ୍ୟକ ପ୍ରଶାସନିକ ଅଧିକାରୀ , ପୋଲିସ ଅଧିକାରୀ , ଜନ-ପ୍ରତିନିଧି , ରାଜନେତା ଓ ଜନସାଧାରଣ ରାୟଗଡ଼ା ଜିଲ୍ଲା ଭ୍ରମଣ ପାଇଁ ବିଦାୟ ଜଣାଇଥିଲେ ।
ଏହି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ଵାତୀ କେ କୁମାର , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି: ତିରୁପତି ରାଓ , ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଏସଡିସି: ଅଧ୍ୟକ୍ଷା ଶ୍ରୀମତୀ ମରୀୟମ ରଇତ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ନାୟକ ଓ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ରୋମାଞ୍ଚଳ ଖମାରୀ , ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ନଟବର ଗରଡ଼ା , ଜିଲ୍ଲାର ସମସ୍ତ ବିଡିଓ: , ସମସ୍ତ ଜନ ପ୍ରତିନିଧି , ସାମ୍ବାଦିକ ବନ୍ଧୁଗଣ , କ୍ରୀଡାବିତ୍ , ମିଶନ ଶକ୍ତି ବିଭାଗ\’ର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀ , ଗଜପତି ଜିଲ୍ଲା\’ର ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜନ ସାଧାରଣ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ ବିଶ୍ବ ହକିକପ୍ କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30