Indus Valley Times

ଗଜପତି : ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

October 30
19:27 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩୦/୧୦ : ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ଶନିବାର ଜିଲ୍ଲା ପ୍ରଶାସନର ଜିଲ୍ଲା ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେହିଭଳି ସ୍ୱଳ୍ପ ସଞ୍ଚୟ ଅଧିକାରୀ ନର୍ମଦା ନାୟକ ମଧ୍ୟ ବୃକ୍ଷରୋପଣ କରିଥିଲେ। ।
ପରେ ଜିଲ୍ଲାବ୍ୟାପୀ ୧୫ ଦିନଧରି ବାହାରିଥିବା ଏକ ଭ୍ରାମ୍ୟମାଣ ସଚେତନତା ସଞ୍ଚୟ ରଥ ଓ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଏହି ବିଶ୍ୱ ମିତଵ୍ୟୟୀତା ଦିବସ ପାଳନ ସମ୍ପର୍କରେ ଅଧିକ ସୂଚନା ଦେଇ କହିଥିଲେ ଯେ , ଆମର କଷ୍ଟ ଉପାର୍ଜିତ ଅର୍ଥକୁ କିଭଳି ସଠିକ ଓ କମ ଖର୍ଚ୍ଚରେ ବିନିଯୋଗ କରି ସଞ୍ଚୟ କରିବା ଏହି ଦୁଇଟି ବାର୍ତ୍ତା ଉପରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବ। । ଏହା ହେଲେ ଆମେ ଆଗାମୀ ଦିନରେ ଆର୍ଥିକ କ୍ଷେତ୍ରରେ ସୁଖୀ ରହିପାରିବା ।
ଆମେ ମିତବ୍ୟୟିତା କରିବା କମ ଖର୍ଚ୍ଚରେ ଚଳିବା ଓ ଅଯଥା ଖର୍ଚ୍ଚଠାରୁ ଦୁରେଇ ରହିବା । ଯାହା ଫଳରେ ଆର୍ଥିକ କ୍ଷେତ୍ରରେ ଆମର ଆଗାମୀ ଦିନର ଭବିଷ୍ୟତ ଅଧିକ ସୁନ୍ଦର ଓ ସ୍ୱଚ୍ଛଳ ହୋଇପାରିବ ଏବଂ କରୋନା ମହାମାରୀ ସମୟରେ ଏହା ନିଶ୍ଚିତ ଭାବେ ଲୋକମାନଙ୍କୁ ଏକ ଭଲ ସନ୍ଦେଶ ଦେବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ ।
ଏହି ଅବସରରେ ଲୋକମାନେ ଅତି ଲୋଭରେ ନ ପଡି ସନ୍ଦେହପୁର୍ଣ୍ଣ ଅଣବ୍ୟାଙ୍କିଙ୍ଗ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ଓ ଏଣେତେଣେ ଟଙ୍କା ସଞ୍ଚୟ ନ କରି ନିରାପଦ ସଞ୍ଚୟ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଡାକଘର କିମ୍ବା ବାଣିଜ୍ୟିକ ବ୍ୟାଙ୍କରେ ନିଜର କଷ୍ଟ ଉପାର୍ଜିତ ଟଙ୍କା ନିବେଶ କରି ସ୍ୱଳ୍ପ ସଞ୍ଚୟ ଯୋଜନା ପ୍ରତି ଧ୍ୟାନ ଦେବା ନିମନ୍ତେ ସଚେତନତା ଶୋଭାଯାତ୍ରା ବେଳେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟର ଏଜେଣ୍ଟ ମାନେ ବିଭିନ୍ନ ପ୍ଲାକାର୍ଡ ଧରି ସ୍ଲୋଗାନ ମାନ ଦେଇ ଲୋକଙ୍କୁ ସଚେତନ କରାଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସ୍ୱରାଜ ଶିସାଙ୍କ ସମେତ ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟର ଅଜିତ କୁମାର ସାହୁ ଏବଂ ଲକ୍ଷ୍ମୀକାନ୍ତ ଶବର ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031