Indus Valley Times

ଗଜପତି: ବେଟି ବଚାଓ ବେଟି ପଢ଼ାଓ ଅନ୍ତର୍ଗତ ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବାଳିକା ମାନଙ୍କ ପାଇଁ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା-୨୦୨୩

 Breaking News

ଗଜପତି: ବେଟି ବଚାଓ ବେଟି ପଢ଼ାଓ ଅନ୍ତର୍ଗତ ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବାଳିକା ମାନଙ୍କ ପାଇଁ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା-୨୦୨୩

ଗଜପତି: ବେଟି ବଚାଓ ବେଟି ପଢ଼ାଓ ଅନ୍ତର୍ଗତ ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବାଳିକା ମାନଙ୍କ ପାଇଁ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା-୨୦୨୩
September 17
20:29 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୯: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆଜି ଜିଲ୍ଲା ପ୍ରଶାସନଙ୍କ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ” ବେଟି ବଚାଓ ବେଟି ପଢ଼ାଓ\” ଅନ୍ତର୍ଗତରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବାଳିକା ମାନଙ୍କ ପାଇଁ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ସେହିଭଳି ଉଦଯାପନୀ ଉତ୍ସବ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଆତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଞ୍ଜ ଯୋଗଦେଇ \” ବେଟି ବଚାଓ ବେଟି ପଢାଓ , ସରକାରଙ୍କ ଏକ ମହତ୍ ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟକ୍ରମ କରାଯାଉଛି ।
ଝିଅ ମାନେ ସମାଜରେ କୌଣସି କ୍ଷେତ୍ରରେ ପଛୁଆ ନୁହନ୍ତି । ସେମାନଙ୍କ ସବୁ କ୍ଷେତ୍ରରେ ପାରଙ୍ଗମ ଅଛନ୍ତି ଏବଂ ପାରିଦର୍ଷିତା ରହିଛି।
ସେହି ବାର୍ତ୍ତା ଦେବା ସହ ଝିଅ ମାନଙ୍କୁ ଆଗକୁ ଆଣିବା ପାଇଁ ଏହି କ୍ରୀଡ଼ା ପ୍ରତିଯୋଗିତା କେବଳ ସେମାନଙ୍କ ପାଇଁ କରାଯାଉଛି । ଝିଅ ମାନେ ସେମାନଙ୍କ ପ୍ରତିଭା ଓ ପାରିଦର୍ଶିତା ଦେଖାଇବାର ସୁଯୋଗ ଦେବା ପ୍ରୟାସ କରାଯାଉଛି ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।
ବାଳିକା ମାନଙ୍କ ଏହି ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୦୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।
ଏହି ପ୍ରତିଯୋଗିତାରେ ଝିଅ ମାନଙ୍କ ପାଇଁ ୧୦୦ ଓ ୨୦୦ ମିଟର ଦୌଡ ପ୍ରତିଯୋଗୀତା ସହ ଲମ୍ବ ଡିଆଁ ଓ ଉଚ୍ଚଡିଆଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
୨୦ ରୁ ଅଧିକ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟତ୍ରୀ ଯଥା:- ଶ୍ରୀ ଲିଙ୍ଗରାଜ ସାହୁ , ଶ୍ରୀ କିଶୋର କୁମାର ସାମଲ , ଶ୍ରୀମତୀ ତପସ୍ଵିନୀ ପଣ୍ଡା , ଶ୍ରୀ ସୀମା ପଲେଇ , ଶ୍ରୀ ସନ୍ତୋଷ ପଣ୍ଡା ଏବଂ ଶ୍ରୀ କେ: ବାସୁଦେବ ରେଡ୍ଡୀ ପ୍ରମୁଖ ଯୋଗ ଦେଇ ସମସ୍ତ କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଓ କର୍ମଚାରୀ ମାନେ ସମସ୍ତ କାର୍ଯ୍ୟ କ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031