Indus Valley Times

ଗଜପତି: ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ପାରଳାଖେମୁଣ୍ଡି ଶାଖା ଉଦଘାଟିତ

 Breaking News

ଗଜପତି: ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ପାରଳାଖେମୁଣ୍ଡି ଶାଖା ଉଦଘାଟିତ

September 09
20:41 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୯/୯: ପାରଳାଖେମୁଣ୍ଡି ପାଥପାଟନାମ ରୋଡ଼ ସ୍ଥିତ ବାଲାଜୀ କଲ୍ୟାଣୀ ମଣ୍ଡପ ନିକଟସ୍ଥରେ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରର ପାରଳାଖେମୁଣ୍ଡି ଶାଖା ଶୁକବ୍ରାରଉଦଘାଟିତ ହୋଇଯାଇଛି ।
ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂପୃକ୍ତ ବ୍ୟାଙ୍କ୍ ଶାଖାକୁ, ରିବନ୍ କାଟି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ପୁଷ୍ପ ଦୀପ ଦେଇ ଉଦଘାଟନ କରିଥିଲେ ।
ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର , ଭୁବନେଶ୍ୱର ଜୋନର ସିନିୟର୍ ମ୍ୟାନେଜର ଶ୍ରୀ ଅନିନ୍ଦା ମୈତ୍ର ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଓଡ଼ିଶାରେ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରର କାର୍ଯ୍ୟକାରିତା ଓ ଏହାର ରହିଥିବା ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଧାରଣ ଲୋକଙ୍କ ଏଠାରେ ଯଥେଷ୍ଟ ମାତ୍ରାରେ ବ୍ୟବସାୟିକ ମନୋଭାବ ରହିଛି । ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ଅର୍ଥନୈତିକ କ୍ଷେତ୍ରକୁ କିଭଳି ସମାଜର ମୁଖ୍ୟସ୍ରୋତକୁ ଆଣିବା ଦିଗରେ ବ୍ରତୀ ହେବ ଏବଂ ଲୋକଙ୍କୁ ଉତ୍ତମ ବ୍ୟାଙ୍କ୍ ସେବା ଯୋଗାଇ ଦେବାରେ ସହାୟକ ହେବ , ସେ ସମ୍ପର୍କରେ ବ୍ୟାଙ୍କ୍ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ବ୍ୟାଙ୍କର ଭୁବନେଶ୍ୱର ଜୋନର ଜୋନାଲ ମ୍ୟାନେଜର ଶ୍ରୀ ବିନୟ କୁମାର ଯୋଗଦେଇ ଏହି ବ୍ୟାଙ୍କ୍ ଓଡ଼ିଶାରେ ଆମର ୩୫ ନମ୍ବର ବ୍ୟାଙ୍କ୍ ଶାଖା । ବ୍ୟାଙ୍କର ରହିଥିବା ବିଭିନ୍ନ ସୁବିଧା ବ୍ୟବସ୍ଥା ଉପରେ କହି ଏହି ବ୍ୟାଙ୍କର ସିଡି ରେସିଓ ଭଲ ରହିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରହିଥିବା ବିଭିନ୍ନ ସ୍ପୋନସର୍ ସ୍କିମ ଏଠାରେ ଦୃତ୍ ଗତିରେ କାର୍ଯ୍ୟକାରୀ ହେଉଛି । ମିଶନ ଶକ୍ତି ସହ ବ୍ୟାଙ୍କର ଟାଇଅପ ଥିବା ବେଳେ ଏସଏଚଜି କ୍ଷେତ୍ରରେ ଆମେ ଅଧିକ ପ୍ରମୋଟ କରୁଛୁ । ଏଠାରେ ଗୋଲ୍ଡ- ଋଣରେ କମ୍ ସୁଧହାର ରହିଥିବା ବେଳେ ବର୍ତ୍ତମାନ ବ୍ୟାଙ୍କ୍ ପକ୍ଷରୁ ରିଟେଲ ବଞ୍ଜତ୍ ସ୍କିମରେ ଯେତେ ସବୁ ଋଣ ବ୍ୟବସ୍ଥା ହାଉସିଂ , ଏଜୁକେଶନ ଓ କାର ପ୍ରଭୃତି କ୍ଷେତ୍ରରେ ରହିଛି ଏହି ସବୁଥିରେ ଆମର ପୋସେଶିଂ ଫ୍ରୀ ରହିଛି ।
ତେଣୁ ଏତେ ସବୁ ସୁବିଧା ବ୍ୟବସ୍ଥା ଏହି ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ବ୍ୟାଙ୍କରେ ଥିବା ଯୋଗୁଁ ପାରଳାଖେମୁଣ୍ଡି ବାସୀ ଏହି ବ୍ୟାଙ୍କରେ ଅଧିକରୁ ଅଧିକ ଲୋକ ଆସି ବ୍ୟାଙ୍କ୍ ଖାତା ଖୋଲି ଆମ ସହିତ ଯୋଡ଼ିହୋଇ ଏହି ସବୁ ରହିଥିବା ସୁବିଧା ବ୍ୟବସ୍ଥା ସୁଯୋଗ ନେଇ ଉପକୃତ ହେବାକୁ ଆହ୍ବାନ କରିଥିଲେ ।
ଶେଷରେ ଉପସ୍ଥିତ ସମସ୍ତଙ୍କୁ ପାରଳାଖେମୁଣ୍ଡି ଶାଖା ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଶ୍ରୀ କାଟା ଶିବ ନାରାୟଣ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ସ୍ଥିତ ଜୋନାଲ ବ୍ୟାଙ୍କର ବ୍ୟବସାୟ ବିକାଶ ଅଧିକାରୀ ଶ୍ରୀ ଜିତେନ୍ଦ୍ରିୟ ପ୍ରଧାନ ଏବଂ ପାରଳାଖେମୁଣ୍ଡି ଶାଖା ବ୍ୟାଙ୍କର ଶ୍ରୀ ରାଙ୍ଗା ପଟ୍ଟନାୟକ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031