Indus Valley Times

ଗଜପତି: ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଗୁରୁ ପୂଜନ ଉତ୍ସବ ପାଳିତ

 Breaking News

ଗଜପତି: ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଗୁରୁ ପୂଜନ ଉତ୍ସବ ପାଳିତ

September 06
18:59 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ପାରଳାଖେମୁଣ୍ଡି,୬/୯: ପାରଳାଖେମୁଣ୍ଡି ସ୍ଥାନୀୟ ସାଇନଗର ସ୍ଥିତ ଭାଗିରଥି ପାଢି ସ୍ମୃତି କଳା ପରିଷଦ ଭବନ ପରିସରରେ  ଭକ୍ତିସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସଭାପତିତ୍ବରେ  ଦେବୀ ମଠର ମହନ୍ତ ମହାରାଜ ରାମାନନ୍ଦ ଦାସଜୀ , ଗୁରୁ ରଘୁନାଥ ପାତ୍ର ଓ ଗୁରୁ ଏମ୍ ମାଧବ ପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।

କାର‌୍ୟ୍ୟକ୍ରମ  ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗୁରୁ ବନ୍ଦନା ଗାନ କରିବା ସହ ଦୁଇଜଣ ସଙ୍ଗୀତ ଗୁରୁ ମାଧବ ପାତ୍ର ଓ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ  ଫୁଲ, ଚନ୍ଦନ ଲଗାଇବା ସହ ଉପଢ଼ୌକନ ଦେଇ ସମ୍ଭର୍ଦ୍ଧିତ କରାଯାଇ  ଗୁରୁପୂଜନ କାର‌୍ୟ୍ୟ ସମ୍ପାଦନ କରିଥିଲେ ।

ମୁଖ୍ୟଅତିଥି , ମହନ୍ତ ମହାରାଜ ରାମାନନ୍ଦ ଦାସଜୀ  ତାଙ୍କ ଅଭିଭାଷଣରେ ଉପସ୍ଥିତ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁ ଦିବସ ପାଳନର ତାତ୍ପର‌୍ୟ୍ୟ ଓ ଗରୁଶିଷ୍ୟ ପରମ୍ପରାର ଉଚ୍ଚ ମୂଲ୍ୟବୋଧ ଉପରେ ଆଲୋକପାତ କରିବା ସହ ସମସ୍ତଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ ।

 ସେହିପରି ଭକ୍ତି ସଙ୍ଗୀତ ସଂସଦ ଅନୁଷ୍ଠାନର  ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ନିଜ ଅଭିଭାଷଣରେ ଅନୁଷ୍ଠାନଟି ଦୁଇଜଣ ଗୁରୁଙ୍କ ତତ୍ତ୍ୱାବଧାନରେ ଉଚ୍ଚକୋଟିର ସଙ୍ଗୀତ  ଶିକ୍ଷାଦାନ ପ୍ରଦାନ କରାଯାଇ ଆସୁଥିବା ପ୍ରକାଶ କରିଥିଲେ ।

ଅନ୍ୟପକ୍ଷରେ ଗୁରୁ ରଘୁନାଥ ପାତ୍ରଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଆକାଶବାଣୀ ଓ ଦୂରଦର୍ଶନରେ ନିଜର ପ୍ରତିଭା ପ୍ରଦର୍ଶନ କରି ଅନୁଷ୍ଠାନର  ଗୌରବ ଦ୍ଵିଗୁଣିତ କରିଥିବା ପ୍ରକାଶ କରିଥିଲେ ।

ସେହିପରି ଗୁରୁ ରଘୁନାଥ ପାତ୍ର  ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନେ ପାଠପଢା ସହିତ ସଙ୍ଗୀତକୁ ମଧ୍ୟ ସମାନ ଗୁରୁତ୍ବ ଦେଇ ଅଭ୍ୟାସ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଗୁରୁ ମାଧବ ପାତ୍ର ସଙ୍ଗୀତ ବିଦ୍ୟାଳୟର ପୂର୍ବତନ ଗୁରୁ ସ୍ବର୍ଗତ ବିଜୟ ଚନ୍ଦ୍ର ପ୍ରଧାନଙ୍କ ସ୍ମୃତିଚାରଣ କରି ଭାବବିହ୍ବଳ ହୋଇ ପଡିଥିଲେ ।

ସେହିଭଳି ଅଭିଭାବକମାନେ ମଧ୍ୟ ଗୁରୁପୂଜନ ଉତ୍ସବ ଓ ସଙ୍ଗୀତ ଶିକ୍ଷା ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସମସ୍ତ କାର‌୍ୟ୍ୟକ୍ରମକୁ ଅନୁଷ୍ଠାନର ସ୍ନିଗ୍ଧା ମିଶ୍ର ଓ ସଂଗଠନ ସମ୍ପାଦକ ରାଜେନ୍ଦ୍ର କୁମାର ରଥ ପରିଚାଳନା କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031