Indus Valley Times

ଗଜପତି : ଭାରତ ସରକାରଙ୍କ ତିନୋଟି ନୂତନ କ୍ରିମିନାଲ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ

 Breaking News

ଗଜପତି : ଭାରତ ସରକାରଙ୍କ ତିନୋଟି ନୂତନ କ୍ରିମିନାଲ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ

ଗଜପତି : ଭାରତ ସରକାରଙ୍କ ତିନୋଟି ନୂତନ କ୍ରିମିନାଲ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ
July 02
19:50 2024

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨/୭: ଭାରତ ସରକାରଙ୍କ ପକ୍ଷରୁ ୩ ଟି ନୂତନ ଅପରାଧିକ ଆଇନ ଅଣାଯାଇଛି । ବ୍ରିଟିଶ ଅମଳରୁ ଚଳି ଆସୁଥିବା ଆଇନ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡ଼ି ଏବେ ତାହାର ସ୍ଥାନ ନେଇଛି ସମ୍ପୂର୍ଣ ନୂତନ ସ୍ୱଦେଶୀ ନ୍ୟାୟ ବ୍ୟବସ୍ଥା ।
ଏହି ୩ଟି ନୂତନ ଅପରାଧିକ ଆଇନ ହେଉଛି (୧):- ଭାରତୀୟ ନ୍ୟାୟ ସଂହିତା (୨):- ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ(୩):- ଭାରତୀୟ ସାକ୍ଷ୍ୟ ଅଧିନିୟମ ।
ଏହି ୩ଟି ନୂତନ ଅପରାଧିକ ଆଇନ ଅଣାଯାଇ ଆଜି ଜୁଲାଇ ପହିଲାରୁ ଭାରତ ସରକାରଙ୍କ ପକ୍ଷରୁ ଦେଶରେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବାକୁ ଯାଉଛି । ଏହି ନୂତନ ଆଇନ ଲାଗୁ ହେବା ଫଳରେ ଦେଶରେ ଏକ ସମାନ ନ୍ୟାୟ ପ୍ରଣାଳୀ ସୁନିଶ୍ଚିତ କରିବା ସହ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାରେ ବେଶ୍ ସହାୟକ ହେବ ।
ଏହି ଅବସରରେ ପାରଳାଖେମୁଣ୍ଡି ଆଦର୍ଶ ଥାନାର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆଦର୍ଶ ଥାନା ସହଯୋଗରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ନୂତନ ଆଇନକୁ ନେଇ ଗଜପତି ଜିଲ୍ଲାର ସାଧାରଣ ନାଗରିକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଛି ।
ଆସନ୍ତା ଜୁଲାଇ ମାସ ପହିଲାରୁ ଦେଶରେ ବ୍ରିଟିଶ ଅମଳରୁ ରହିଥିବା ଅପରାଧିକ ଆଇନ ବଦଳରେ ଦେଶରେ ନୂତନ ୩ଟି ଆଇନ ଯଥା:-(୧): ଭାରତୀୟ ନ୍ୟାୟ ସଂହିତା (୨): ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ (୩): ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଇନ ଅଣାଯାଇ ଲାଗୁ ହେବ ।
ଏହି ଆଇନ ଗୁଡ଼ିକୁ ମୁଖ୍ୟତଃ ଆଇପିସି(୧୮୬୦) , ସିଆରପିସି(୧୯୭୩) ଏବଂ ଏଭିଡେନ୍ସ ଆକ୍ଟ(୧୮୭୨) ସ୍ଥାନରେ ଅଣାଯାଇଛି ।
ଆଦର୍ଶ ଥାନା ଇନ୍ସପେକ୍ଟର ଇନଚାର୍ଜ୍ ଶ୍ରୀ ପ୍ରଶାନ୍ତ କୁମାର ଭୂପତି କାର୍ଯ୍ୟକ୍ରମ ସଞ୍ଚାଳନ କରି କାର‌୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଆଜିଠାରୁ ପ୍ରତ୍ୟେକ ଥାନାରେ ଏହି ନୂତନ ୩ ଟି ଅପରାଧିକ ଆଇନ କାର୍ଯ୍ୟକାରୀ ହେଉଥିବା କହି। ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସରକାରୀ ଓକିଲ ଶ୍ରୀ ବୃନ୍ଦାବନ ନାୟକ , ଡିଏସପି: ଶ୍ରୀ ଆଲୋକ ରଞ୍ଜନ ରାୟ , ବାର ସଂଘ ସଭାପତି ଶ୍ରୀ ସ୍ୱରୂପ ପାଳ ଏବଂ ବରିଷ୍ଠ ଓକିଲ ଶ୍ରୀ ହୀରାଚାନ୍ଦ ପ୍ରମୁଖ ମଞ୍ଚାସିନ ତଥା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଅତିଥି ମାନେ ମୁଖ୍ୟତଃ ଏହି ନୂତନ ୩ଟି ଅପରାଧିକ ଆଇନ ଲାଗୁ ହେବା ଫଳରେ ଦେଶର ନ୍ୟାୟ ପ୍ରଣାଳୀକୁ ସୁନିଶ୍ଚିତ କରିବ। ଏହାଦ୍ବାରା ସାଧାରଣ ଲୋକେ ନ୍ୟାୟ ପାଇବା କ୍ଷେତ୍ରରେ ବେଶ୍ ଉପକୃତ ହେବେ , ଯାହାକି , ମାମଲା ଗୁଡ଼ିକର ତ୍ୱରିତ ରଫାଦଫା ହେବ ।
ଏହି ନୂତନ ୩ ଟି ଆଇନରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ହେଉଥିବାପରାଧିକୁ ସର୍ବାଧିକ ପ୍ରାଥମିକତା ଦିଆଯିବା ସହ ଏହି ଆଇନ କାର୍ଯ୍ୟକାରୀ ହେବା ଦ୍ବାରା ଦେଶର ନ୍ୟାୟ ପ୍ରଣାଳୀ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଆଧୁନିକ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ପରିଣତ ହେବ ।
ଏହି ନୂତନ ଆଇନରେ ପ୍ରାସଙ୍ଗିକତା ଅନୁସାରେ ବିଭିନ୍ନ ଧାରା ଯୋଡ଼ାଯାଇଛି , ଏମିତିକି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଅନେକ ଧାରାକୁ ହଟାଇ ପରିବର୍ତ୍ତନ କରାଯାଇଛି । ଯାହାକି ଏହି ୩ ଟି ନୂଆ ଆଇନ ଆମ ଦେଶର ସମଗ୍ର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଭାରତୀୟ ଭାବନାକୁ ପ୍ରତିଫଳିତ କରିବାରେ ସହାୟକ ହେବ ।
ଏଥିରେ ମୁଖ୍ୟତଃ ଦଣ୍ଡ ବଦଳରେ ନ୍ୟାୟ ବିଳମ୍ବ ପରିବର୍ତ୍ତେ ତ୍ୱରିତ ବିଚାର ଓ ଶୀଘ୍ର ନ୍ୟାୟ ଏବଂ ପୀଡ଼ି

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031