Indus Valley Times

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟରେ ଓଡିଆ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟରେ ଓଡିଆ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟରେ ଓଡିଆ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ
January 08
19:40 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮/୧: ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ସଭାଗୃହ ଠାରେ ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଓଡିଆ ଭାଷାରେ କମ୍ପ୍ୟୁଟରୀ କରଣ ଶୀର୍ଷକ ଉପରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଆଲୋଚନା ଓ ପାଠାଚକ୍ର କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ସ୍ଥାନୀୟ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର , ଓଡ଼ିଆ ଭାଷା ଓ ସାହିତ୍ୟ , ସ୍ନାତକୋତ୍ତର ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀ ଚନ୍ଦ୍ରଶେଖର ଦାସ ।
କମ୍ପ୍ୟୁଟର ମାଧ୍ୟମରେ ଓଡିଆ ଭାଷାର ବ୍ୟବହାର ଶିଖିଲେ ଅଦୂର ଭବିଷ୍ୟତରେ ଛାତ୍ରୀମାନେ ପେଶାଗତ ଭାବରେ ତାର ପ୍ରୟୋଗ କରି , ସ୍ବାବଲମ୍ବୀ ହେବା ସହିତ ଆର୍ଥିକ ସ୍ବଚ୍ଛଳ କିପରି ହୋଇ ପାରିବେ , ସେ ସମ୍ପର୍କରେ ଅଧ୍ୟକ୍ଷା ଡଃ ରୀନା ସାହୁ ଅବଗତ କରାଇ ଥିଲେ ।
ଓଡିଆ ଭାଷାରେ ସାହିତ୍ୟ ପଢିବା ଓ ଲେଖିବା ପାଇଁ ଅନେକ ସହାୟକ ଗ୍ରନ୍ଥ ର ଆବଶ୍ୟକତା ରହିଛି , ଛାତ୍ରୀ ମାନେ ଏ ଦିଗରେ ପ୍ରଥମେ ଯତ୍ନଶୀଳ ହେବା ସହିତ ପ୍ରୟୋଜନୀୟ ନୋଟ୍ସ ଗୁଡିକ କମ୍ପ୍ୟୁଟର ମାଧ୍ୟମରେ ପ୍ରସ୍ତୁତ କରିବେ ବୋଲି ମୁଖ୍ୟ ବକ୍ତା ଶ୍ରୀ ଦାସ୍ ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିପାଇଁ ‘ ସପ୍ଟୱେର୍ ଓ ଆକୃତି ’ ଅଭ୍ୟାସର ନିହାତି ଆବଶ୍ୟକ ବୋଲି ସେ ଛାତ୍ରୀ ମାନଙ୍କୁ କହିଥିଲେ ।
ଏହି ପାଠଚକ୍ର କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଓଡିଆ ବିଭାଗର ସ୍ନାତକ ଶ୍ରେଣୀର ଶେଷ ବର୍ଷ ଛାତ୍ରୀ ସୁଶ୍ରୀ ବର୍ଷା ରାଣୀ ପରିଚ୍ଛା ଓ କରିସ୍ମା କାର୍ଜୀ ପ୍ରମୁଖ ଓଡିଆ ଭାଷାରେ କମ୍ପ୍ୟୁଟରର ବ୍ୟବହାର ଉପରେ ନିବନ୍ଧ ଉପସ୍ଥାପନା କରିଥିଲେ ।
ଏଥିସହିତ ପ୍ରଥମ ବର୍ଷ ନୂତନ ଛାତ୍ରୀ ମାନଙ୍କୁ ସ୍ଵାଗତ ମଧ୍ୟ କରା ଯାଇଥିଲା । ପାଠଚକ୍ରରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ପ୍ରସିଦ୍ଧ ମୟୀ ରାଉଳ , ଦିନେଶ୍ବରୀ ଭୂୟାଁ , ଅର୍ଚନା ରଇତ ଓ ଆଶାରାଣୀ ବେହେରା ।
ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସୁଶ୍ରୀ ତପସ୍ବିନୀ କୁମ୍ଭ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031