Indus Valley Times

ଗଜପତି: ମୋଦି ସରକାରଙ୍କ ଜଙ୍ଗଲ ସଂରକ୍ଷଣ ନିୟମାବଳୀକୁ ଆଦିବାସୀ ମାନଙ୍କ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ

 Breaking News

ଗଜପତି: ମୋଦି ସରକାରଙ୍କ ଜଙ୍ଗଲ ସଂରକ୍ଷଣ ନିୟମାବଳୀକୁ ଆଦିବାସୀ ମାନଙ୍କ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ

November 22
19:48 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୧୧: କେନ୍ଦ୍ର ସରକାର , ଦେଶୀ ବିଦେଶୀ କର୍ପୋରେଟ୍ କମ୍ପାନୀ ମାନଙ୍କୁ ଜଙ୍ଗଲ ଦେବା ଉଦ୍ଦେଶ୍ୟରେ ଜଙ୍ଗଲ ସଂରକ୍ଷଣ ନିୟମାବଳୀ-୨୦୨୨\” ଆଣିଛନ୍ତି ବୋଲି ଆଦିବାସୀ ମାନେ ଅଭିଯୋଗ କରିଛନ୍ତି । ଏହି ନିୟମ ଜରିଆରେ ସରକାର ଜଙ୍ଗଲ ମଧ୍ୟରେ ରହୁଥିବା ଦେଶର କୋଟି କୋଟି ଆଦିବାସୀ ଓ ପାରମ୍ପରିକ ବନଜୀବି ମାନଙ୍କ କଷ୍ଟାର୍ଜିତ ଜଙ୍ଗଲ ଅଧିକାରକୁ ଛଡାଇ ନେବା ସହ ଦେଶର ଜଙ୍ଗଲ ସମ୍ପଦକୁ କର୍ପୋରେଟଙ୍କ ହାତରେ ଟେକି ଦେବାକୁ ଯାଉଛନ୍ତି ବୋଲି ଅଖିଳ ଭାରତ କିଶାନ୍ ମଜଦୁର୍ ସଭା -ଏଆଇକେଏମଏସ ପକ୍ଷରୁ ଅଭିଯୋଗରେ କୁହାଯାଇଛି ।
ସଂଗଠନ ପକ୍ଷରୁ ଏହି ନିୟମାବଳୀ ବିରୋଧ କରାଯିବା ସହ ଏହାକୁ ପ୍ରତ୍ୟାହାର କରିବା ଦାବିରେ ଦେଶସାରା କାର୍ଯକ୍ରମର ଆୟୋଜନ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ଆଜି ସଂଗଠନର ଗଜପତି ଜିଲ୍ଲା ଗୁମ୍ମା ବ୍ଳକ୍ କମିଟି ପକ୍ଷରୁ ଗୁମ୍ମା ଠାରେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ ସହ ସ୍ଥାନୀୟ ତହସିଲ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା ।
ସଭାର ଜିଲ୍ଲା ସମ୍ପାଦକ ଶ୍ରୀ କେଦାର ଶବରଙ୍କ ସମେତ ଶ୍ରୀ କାଡୁକା ଶବର , ଶ୍ରୀ କାରୁକା ଶବର , ଶ୍ରୀ ସମ୍ଵରା ରଇତ , ଶ୍ରୀ ମୁସୃଦା ଗମାଙ୍ଗ ପ୍ରମୁଖଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ସମ୍ପାଦକ ଶ୍ରୀ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଲୋକଙ୍କ ଜଙ୍ଗଲ ଅଧିକାର ଦେବାରେ ବିଫଳ ମୋଦି ସରକାର ଆଜି ଦେଶୀ ବିଦେଶୀ କର୍ପୋରେଟ ମାନଙ୍କ ହାତରେ ଦେଶର ଲକ୍ଷ ଲକ୍ଷ ହେକ୍ଟର ଜଙ୍ଗଲ ସମ୍ପଦ ଟେକି ଦେବାକୁ ବସିଛି ବୋଲି କହିଥିଲେ ।
ଅତଏବ , ଏଭଳି ଏକ ଆଦିବାସୀ ବିରୋଧୀ ଓ ପରିବେଶ ବିରୋଧୀ ନିୟମାବଳୀକୁ ପ୍ରତ୍ୟାହାର କରିବାକୁ ଜୋରଦାର ଆନ୍ଦୋଳନ କରିବାକୁ ଡାକରା ଦେଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଏଆଇକେଏମଏସ୍ ଜିଲ୍ଲା ନେତୃବୃନ୍ଦଙ୍କ ସମେତ ଗୁମ୍ମା ବ୍ଳକର ବିଭିନ୍ନ ଗ୍ରାମରୁ ଶହ ଶହ ସଂଖ୍ୟାରେ ଆଦିବାସୀ ଓ ପାରମ୍ପରିକ ବନଜୀବି ଯୋଗ ଦେଇଥିଲେ ।
ଏହି ଅବସରରେ ବ୍ଳକର ଭୂମହୀନ ଓ ଗୃହହୀନ ଲୋକଙ୍କୁ ଜମି ଓ ଘରଡିହ ପଟ୍ଟା ପ୍ରଦାନ କରିବାକୁ ତହସିଲ କାର୍ଯ୍ୟାଳୟରେ ଦରଖାସ୍ତ ଦିଆ ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031