Indus Valley Times

ଗଜପତି : ମୋ ଡାଏରୀ ଓ ଷ୍ଟୁଡେଣ୍ଟ୍ ନୋଟ୍ ବୁକ୍ ବିତରଣ କାର୍ଯ୍ୟକ୍ରମ

 Breaking News

ଗଜପତି : ମୋ ଡାଏରୀ ଓ ଷ୍ଟୁଡେଣ୍ଟ୍ ନୋଟ୍ ବୁକ୍ ବିତରଣ କାର୍ଯ୍ୟକ୍ରମ

July 20
21:19 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୦/୭: ଗଜପତି ଜିଲ୍ଲାରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆଜି ମୋ ଡାଏରୀ ୨୦୨୩ -୨୪ ନିମନ୍ତେ ଷ୍ଟୁଡେଣ୍ଟ୍ ନୋଟ୍ ବୁକ୍ ଓ ମୋ ପ୍ରୋଜେକ୍ଟ ନୋଟ୍ ବୁକ୍ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି।
ଜିଲ୍ଲାରେ ସମସ୍ତ ୮୮୦ ଗୋଟି ସରକାରୀ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରା ଯାଇଅଛି ଓ
ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ସକାଳ ୯ ଘଟିକା ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା , ଅଭିଭାବକ , ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ମୋ ଡାଏରୀ ଓ ଷ୍ଟୁଡେଣ୍ଟ୍ ନୋଟ୍ ବୁକ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ନିଜେ ତଦାରଖ କରିଥିଲେ।
ଜିଲ୍ଲାପାଳ ଶ୍ରୀ ପ୍ରଧାନ କାଶୀନଗର ବ୍ଲକ ଅନ୍ତର୍ଗତ ରାଣୀପେଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟ , ବଂଶଧାରା ଉଚ୍ଚ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ଏହି ବିତରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓ ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ମଧ୍ୟ ରା.ଉଦୟଗିରି ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ଯାଇ ବୁଲି ଦେଖିବା ସହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031