Legatus

ଗଜପତି: ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଉପରେ ସଚେତନତା ଅଭିଯାନ

 Breaking News

ଗଜପତି: ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଉପରେ ସଚେତନତା ଅଭିଯାନ

July 20
21:09 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୦/୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଭିଏସସି: ୪ ଓ ୫ ପକ୍ଷରୁ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଉପରେ ଏକ ସଚେତନତା ଅଭିଯାନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ରେ ଭିଏସସି: ୪ ଓ ୫ ଦାୟିତ୍ୱରେ ଥିବା ଏଏନଏମ: ତଥା ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ଭି: ଲକ୍ଷ୍ମୀ କୁମାରୀ ପଟନାୟକ ଏବଂ ଲକ୍ଷ୍ମୀପ୍ରିୟା ସାହୁଙ୍କ ନେତୃତ୍ୱରେ ସଂଜୟଗାନ୍ଧି କଲୋନୀରୁ ଏକ ସଚେତନତା ଶୋଭାଯାତ୍ରା ଅଭିଯାନ ବାହାରି ଥିଲା ।
ଏହି ସଚେତନତା ଶୋଭାଯାତ୍ରାରେ ଭିଏସସି: ର ସମସ୍ତ ଅଙ୍ଗନବାଡ଼ି ଓ ଆଶାକର୍ମୀ ମାନଙ୍କ ସମେତ ଅଞ୍ଚଳର ମହିଳା ମାନେ ମଧ୍ୟ ସାମିଲ ଥିଲେ ।
ଏମାନେ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆରୁ ରକ୍ଷା ପାଇବା ପାଇଁ ରହିଥିବା ଉପାୟ ଉପରେ ସଚେତନତା ବ୍ୟାନର ଧରି ମାଇକ ଯୋଗେ ପ୍ରଚାର କରି ସଚେତନ କରାଇଥିଲେ ।
ମୁଖ୍ୟତଃ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ରୋଗ ର କାରଣ , କଣ ପାଇ ହୋଇଥାଏ , ଏହା ହେଲେ କଣ ସବୁ ଲକ୍ଷଣ ଦେଖା ଦେଇଥାଏ ଏବଂ ଏହି ରୋଗର ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରକାରର ଲକ୍ଷଣ ଦେଖା ଦେଲେ କିଭଳି ପ୍ରତିକାର ବ୍ୟବସ୍ଥା କରିବେ ଏବଂ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ରକ୍ତ ପରୀକ୍ଷା କରାଇ ନେବା ସହ ଔଷଧ ଖାଇ କିଭଳି ରୋଗରୁ ଉପଶମ ଲାଭ କରିବେ , ସେ ଦିଗରେ ସଚେତନ କରାଇ ଥିଲେ ।
ଏହି ଅବସରରେ ସଚେତନତା ଅଭିଯାନ ବେଳେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ମୁଖ୍ୟ କାରଣ ହୋଇଥିବା ତଥା ଏଣେ ତେଣେ ପଡି ରହିଥିବା ଟାୟାର ଓ କଟା ପଇଡ ସହ ଅନ୍ୟାନ୍ୟ ଭଙ୍ଗା ପାତ୍ର ଯେଉଁଠିକି ଦୀର୍ଘ ଦିନଧରି ପାଣି ଜମି ରହି ମଶାର ବଂଶବୃଦ୍ଧି ପାଇଁ ପଥ ସୁଗମ ହୋଇଥାଏ , ସେ ସବୁକୁ ଓଲଟାଇ ନଷ୍ଟ କରିବା ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ସସ୍ମିତା ଅଧିକାରୀଙ୍କ ସମେତ ଆଶାକର୍ମୀ ସୁଜାତା ପାଢ଼ୀ , ସୁନିତା ପଟନାୟକ , ସନ୍ତୋଷି ପ୍ରଧାନ , ଏ: ପାର୍ବତୀ ଏବଂ ସୁଭାଶିନୀ ଶବର ପ୍ରମୁଖ ସାମିଲ ରହି ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31