Indus Valley Times

ବୌଦ୍ଧ ବ୍ଲକ ଅନ୍ତର୍ଗତ ଦହ୍ୟାଜୀବନ ବିକାଶ ମାଧ୍ୟମିକ ବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଭାରତ ସରକାର ମେରା ଯୁବା ଭାରତ ତରଫରୁ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ବୌଦ୍ଧ ବ୍ଲକ ଅନ୍ତର୍ଗତ ଦହ୍ୟାଜୀବନ ବିକାଶ ମାଧ୍ୟମିକ ବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଭାରତ ସରକାର ମେରା ଯୁବା ଭାରତ ତରଫରୁ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

November 26
18:14 2024

କମ୍ଭୁଧର କ୍ଷେତିଙ୍କୁ ରିପୋର୍ଟ
ବୌଦ୍ଧ, ୨୭/୧୧ : ଆଜି ତା ୨୬-୧୧-୨୦୨୪ ରିଖ ମଙ୍ଗଳବାର ବୌଦ୍ଧ ବ୍ଲକ ଅନ୍ତର୍ଗତ ଦହ୍ୟାଜୀବନ ବିକାଶ ମାଧ୍ୟମିକ ବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଭାରତ ସରକାର ମେରା ଯୁବା ଭାରତ, ବୌଦ୍ଧ ତରଫରୁ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ମେରା ଯୁବା ଭାରତ ବୌଦ୍ଧ ର ସହକର୍ମୀ ଆଶ୍ମାନ ମହାକୁଡ଼ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ମାଧ୍ୟ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ମଧୁସୁଦନ ବାରିକ, ମୁଖ୍ୟବକ୍ତା ଭାବେ କୋଶଳ ସାମାଜିକ ଅନୁଷ୍ଠାନ ର ଉପଦେଷ୍ଟା ଜୟରାମ ହରିପାଲ, ସଂମ୍ମାନିତ ଅତିଥି ସମାଜ ସେବୀ ନନ୍ଦିନୀ ନାୟକ , ଅଧ୍ୟାପିକା ପୁସ୍ପାଞ୍ଜଳୀ ପଣ୍ଡା, ଅରବିନ୍ଦ ବାରିକ, ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ସମ୍ବିଧାନ ର ପ୍ରନେତା ସ୍ବର୍ଗତ ବି . ଆର୍.ଆମ୍ବେଦକର ଙ୍କ ଜୀବନ କାହାଣୀ ଉପରେ ଆଲୋଚନା କରିବା ସହ, ଆଜିକାର କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ୟେଶ, ଆଗାମୀ ଦିନରେ ଛାତ୍ର ଓ ଯୁବ ସମାଜ ପଥଭ୍ରଷ୍ଟ ନ ହୋଇ ବିଶ୍ଵର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ରେ ସମ୍ବିଧାନ କୁ କିଭଳି ସମ୍ମାନ ଦେଇ ଏକ ବିକଶିତ ଭାରତ ତଥା ଦେଶ ର ଉର୍ଣ୍ଣତୀ ରେ ସହାୟକ ହେବେ ବୋଲି ଉପସ୍ଥିତ ଅତିଥି ମାନେ ଛାତ୍ରଛାତ୍ରୀ ଙ୍କ ଉଦ୍ୟେଶ ରେ ବକ୍ତବ୍ୟ ରଖିଥିଲେ । ସଂଯୋଜକ ଆଶ୍ମାନ ମହାକୁଡ଼ ଆଗାମୀ ଦିନରେ ହେବାକୁ ଥିବା ଯୁବ ଉତ୍ସବରେ ସମସ୍ତ ଯୁବକ ଭାଗନେଇ ନିଜର ଅନ୍ତର୍ନିହିତ କଳାର ପ୍ରତିଭାକୁ ରାଜ୍ୟ ତଥା ଆନ୍ତହ ରାଜ୍ୟରେ ରେ ପରିବେଷଣ କରାଇବାକୁ ଉତ୍ସାହିତ କରିଥିଲେ, ଓଡିଆ ଅଧ୍ୟାପକ ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930