ଗଜପତି: ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ପାରଳାଖେମୁଣ୍ଡି ସ୍ଥିତ ସ୍ମାର୍ଟ ସ୍କୁଲର ତୃତୀୟ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୯/୨:ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିର ପଡିଆ ଠାରେ ସ୍ମାର୍ଟ-ସ୍କୁଲର ତୃତୀୟ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଉତ୍ସବରେ ଶିକ୍ଷାବିତ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଡଃ ଅଶୋକ ମିଶ୍ର ଏବଂ ଡଃ ମିର ସାଦତ୍ ଅଲ୍ଲି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ବାର୍ଷିକ ଉତ୍ସବ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବେ ବ୍ରହ୍ମପୂର୍ ସ୍ଥିତ \”ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ\”ର ନିର୍ଦ୍ଦେଶକ ଶ୍ରୀ ଟି: କ୍ରିଷ୍ଣା ମୋହନ ରେଡୀ । ସମସ୍ତ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ବାର୍ଷିକ ଉତ୍ସବକୁ ଶୁଭାରମ୍ଭ କରିଥିଲେ ।
କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ମାଧ୍ୟମରେ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସ୍ବାଗତୀକା ମିଶ୍ର , ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତୀ ଓ ବର୍ତ୍ତମାନର ସମୟରେ ଶିକ୍ଷାର ପରିବର୍ତ୍ତିତ ରୂପ ଉପରେ ବିଶେଷ ଆଲୋକପାତ କରିଥିଲେ ।
ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଏହି ଅଞ୍ଚଳରେ ଏପରି ଏକ ବିଦ୍ୟାଳୟର ପରିକଳ୍ପନା କରିଥିବା ପାଇଁ ପରିଚାଳନା ସମିତିକୁ ଭୂୟସୀ ପ୍ରସଂସା କରିବା ସହ ଓ ସାଧୁବାଦ ଜଣାଇଥିଲେ ।
ଅନ୍ୟାନ୍ୟ ଅତିଥିମାନେ ବିଦ୍ୟାଳୟର କାର୍ଯ୍ୟ ପ୍ରଣାଳୀକୁ ଭୂୟସୀ ପ୍ରଶଂସା କରିବା ସହ ସ୍ମାର୍ଟ-ସ୍କୁଲ ନାମକରଣର ଆଭିମୁଖ୍ୟ ଉପରେ କହିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟତଃ ସମସ୍ତଙ୍କର ଆକର୍ଷଣ ଶ୍ରୀ ଟି.କ୍ରିଷ୍ଣା ମୋହନ ରେଡି ବିଦ୍ୟାଳୟର କୁନି ପିଲା ମାନଙ୍କର ନୃତ୍ୟ ପ୍ରଦର୍ଶନରେ ବିମୋହିତ ହୋଇଥିଲେ । ଯଦି ଆଗାମି ଦିନରେ ସମ୍ଭବ ହୁଏ ତ ସେ ନିଜେ ପିଲାମାନଙ୍କୁ ନୃତ୍ୟ ପ୍ରଦର୍ଶନର ତାଲିମ ଦେବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ ।
ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ ।
ବିଦ୍ୟାଳୟ ଦ୍ବାରା ଅନୁଷ୍ଠିତ ହୋଇଥିବା ‘ ‘ ଟ୍ୟାଲେଣ୍ଟ ଫିଏଷ୍ଟା ର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ମାନୀତ କରା ଯାଇଥିଲା ।
ଶେଷରେ ସ୍କୁଲର କୁନି କୁନି ପିଲାମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମାଜକୁ ଦିଗଦର୍ଶନ ଦେବାଭଳି ସଚେତନତା ଧର୍ମି ସମ୍ବନ୍ଧୀୟ ଉପାଦେୟ ବିଷୟ ଉପରେ ସଙ୍ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ ।
ସାସ୍କୃତିକ କାର୍ଯ୍ୟକ୍ରମ କୁ ଗୁରୁ ଶ୍ରୀ ଶୁଭେନ୍ଦୁ ମୋହନ ସେନାପତୀ ଓ ଗୁରୁ ଶ୍ରୀ ଗ୍ରେସ୍ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।
ଅଭିଭାବକ ବୃନ୍ଦ ବିଦ୍ୟାଳୟର ଏହି ପ୍ରକାରର ବାର୍ଷିକ ଉତ୍ସବର ଆୟୋଜନରେ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ଲିନା କର , ଶ୍ରୀମତୀ ରଞ୍ଜିତା ପଟନାୟକ , ଶ୍ରୀ ରବୀ କୁମାର ପଟନାୟକ , ଡଃ . ଅନୀଲ କୁମାର ଆଚାର୍ଯ୍ୟ , ଶ୍ରୀ ହରୀ ସାହୁକାର ପ୍ରମୁଖ ପରିଚାଳନା କରିଥିଲେ । ରମାକାନ୍ତ ବରାଳ ଓ ଜଗନ ପାଣିଗ୍ରାହିଙ୍କ ମଞ୍ଚ ପରିଚାଳନା ଓ ମଞ୍ଚର ସୁନ୍ଦରତା ଅତି ଉଚ୍ଚକୋଟିର ଥିଲା ।