Indus Valley Times

ଗଜପତି : ରବୀନ୍ଦ୍ର ମଣ୍ଡପ ଠାରେ ପାରାଳାର ବିଶିଷ୍ଟ ସଙ୍ଗୀତ ଗୁରୁ ପଣ୍ଡିତ ରଘୁନାଥ ପାତ୍ର ଓ ସାଥିଙ୍କ ଦ୍ଵାରା ” ଓଡ଼ିଶୀ ସଙ୍ଗୀତ ସନ୍ଧ୍ୟା” କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ରବୀନ୍ଦ୍ର ମଣ୍ଡପ ଠାରେ ପାରାଳାର ବିଶିଷ୍ଟ ସଙ୍ଗୀତ ଗୁରୁ ପଣ୍ଡିତ ରଘୁନାଥ ପାତ୍ର ଓ ସାଥିଙ୍କ ଦ୍ଵାରା ” ଓଡ଼ିଶୀ ସଙ୍ଗୀତ ସନ୍ଧ୍ୟା” କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ରବୀନ୍ଦ୍ର ମଣ୍ଡପ ଠାରେ ପାରାଳାର ବିଶିଷ୍ଟ ସଙ୍ଗୀତ ଗୁରୁ ପଣ୍ଡିତ ରଘୁନାଥ ପାତ୍ର ଓ ସାଥିଙ୍କ ଦ୍ଵାରା ” ଓଡ଼ିଶୀ ସଙ୍ଗୀତ ସନ୍ଧ୍ୟା” କାର୍ଯ୍ୟକ୍ରମ ଅନୁଷ୍ଠିତ
July 23
21:21 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୩/୭: ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଭୁବନେଶ୍ୱରର ମ୍ୟୁଜିକ ସର୍କଲ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସହରର ରାଜ୍ୟ ସମ୍ମାନ ପ୍ରାପ୍ତ ବିଶିଷ୍ଟ ସଙ୍ଗୀତ ଗୁରୁ ପଣ୍ଡିତ ରଘୁନାଥ ପାତ୍ର ଓ ତାଙ୍କ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ଓଡିଶୀ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼ଃ.ଅରବିନ୍ଦ ବେହେରା , ଡ଼ଃ.ସଞ୍ଜୀବ ହୋତା , ଗୁରୁ ଲକ୍ଷ୍ମୀକାନ୍ତ ପାଲିତ , ଅନୁଷ୍ଠାନର ସମ୍ପାଦକ ଶ୍ରୀ କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଗୁରୁ ରଘୁନାଥ ପାତ୍ରଙ୍କ ଓଡ଼ିଶୀ ସଙ୍ଗୀତ ପରିବେଷଣ ପ୍ରତି ଭୂୟସୀ ପ୍ରଶଂସା କରିଥିଲେ ।
ଗୁରୁ ଶ୍ରୀ ପାତ୍ରଙ୍କ ସମେତ ତାଙ୍କ ଛାତ୍ରଛାତ୍ରୀ ଯଥା ଶ୍ରୀ ଆଶୁତୋଷ ମିଶ୍ର , ଡ଼ଃ.ଚନ୍ଦନ ଗନ୍ତାୟତ , ଆକାଂକ୍ଷା ପାଟ୍ଟଯୋଶୀ ପ୍ରମୁଖ ପୁରାତନ ରାଗ ଉପରେ ଆଧାରିତ ଓଡିଶୀ ସଂଗୀତ ଗାନ କରିଥିବା ବେଳେ ମର୍ଦ୍ଦଳରେ ଶ୍ରୀ ସୀତାକାନ୍ତ ଜେନା ଓ ବଂଶୀରେ ଶ୍ରୀ ସୌମ୍ୟ ରଞ୍ଜନ ଯୋଶୀ ପ୍ରମୁଖ ସହଯୋଗ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କଳାକାର ଓ ସଂଗୀତ ପ୍ରେମୀ ଯୋଗ ଦେଇଥିଲେ ।
ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ କାର୍ଯ୍ୟକ୍ରମର ସଫଳତା ପାଇଁ ପାରଳାଖେମୁଣ୍ଡି ସ୍ଥିତ ଗଜପତି ବିକାଶ ମଞ୍ଚର ସମ୍ପାଦକ ଶ୍ରୀ ରାଜକିଶୋର ପାଣିଗ୍ରାହୀ , କ୍ରିଏଟିଭ ଆର୍ଟସ୍ ର ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।
ମୀରା ପଣ୍ଡା ଉକ୍ତ କାର୍ଯ୍ୟକ୍ରମର ସମସ୍ତ କଳାକାର ମାନଙ୍କ ପରିଚୟ ପ୍ରଦାନ କରିବା ସହ ଶେଷରେ ଉପସ୍ଥିତ ସମସ୍ତ\’ଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଜଣାଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031