Indus Valley Times

ଗଜପତି : ରାଣୀ ଜାତୀୟ ସପୁରୀ ଚାଷ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ରାଣୀ ଜାତୀୟ ସପୁରୀ ଚାଷ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

June 18
19:44 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୮/୬ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବହୁଳ କିତମ୍ବା ଗ୍ରାମରେ ଜିଲ୍ଲା ନାବାର୍ଡର ଆର୍ଥିକ ସହାୟତା ଏବଂ ସ୍ବେଛାସେବୀ ସଂଗଠନ “ଆରକେଏସଏସ: ଅନୁଷ୍ଠାନର ମିଳିତ ସହଯୋଗରେ ରାଣୀ ଜାତୀୟ ସପୁରୀ ଚାଷ ଉପରେ ଏକ ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ତାଲିମ କାର୍ଯ୍ୟକ୍ରମ ଗତ ତା : ୯/୬/୨୦୨୨ ରିଖରୁ ତା:୧୭/୬/୨୦୨୨ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା
ତାଲିମ କାର୍ଯ୍ୟକ୍ରମର ଶେଷ ଦିନ ତଥା ଉଦଯାପନୀ ଦିବସରେ ଜିଲ୍ଲା ନାବାର୍ଡ ସଂସ୍ଥାର ଡିଡିଏମ: ଶ୍ରୀ ପ୍ରତୀକ କୁମାର ପଣ୍ଡା , ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଶ୍ରୀ କିଶୋର ଚନ୍ଦ୍ର ନାୟକ , ଓଏଲଏମ: ଶ୍ରୀ ଶୁରେଶ କୁମାର ରଇତଙ୍କ ସମେତ ପ୍ରବୀଣ କୁମାର ଡାକୁଆ , ସାଧନ ବ୍ୟକ୍ତି ଶ୍ରୀ ଗଣେଶ ପ୍ରଧାନ , ସାଧନ ବ୍ୟକ୍ତି (ଓରମାସ) ଏବଂ ଶ୍ରୀ ତରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।
ଏହି ରାଣୀ ଜାତୀୟ ସପୁରୀ ଚାଷ ତାଲିମ କାର୍ଯ୍ୟକ୍ରମରେ ଗୁମ୍ମା ପଞ୍ଚାୟତର ୨ଟି ଗ୍ରାମର ୪ଟି ସ୍ୱୟଂ ସହାୟିକା ଗୋଷ୍ଠୀର ମୋଟ ୪୦ ଜଣ ମହିଳା ସଦସ୍ୟା ଅଂଶଗ୍ରହଣ କରିଥିଲେ ।
ମୁଖ୍ୟତଃ , ଗୋଷ୍ଠୀର ସଦସ୍ୟା ମାନଙ୍କୁ ରାଣୀ ଜାତୀୟ ସପୁରୀ ଚାଷର ବିଭିନ୍ନ ପ୍ରଣାଳୀ , ମାଟି ପରୀକ୍ଷା , ପାଣିପାଗ ଓ ଜଳବାୟୁ , ଗଛକୁ ଗଛ ଧାଡ଼ିରେ ଲଗାଇବା ଦୂରତା , ରୋଗ-ପୋକ ନିୟନ୍ତ୍ରଣ ଏବଂ ସପୁରୀ ଦ୍ୱାରା ପ୍ରସ୍ତୁତି ହେଉଥିବା ଆଚାର , ସ୍କ୍ୱାସ , ଜେଲି ଜାମର ବଜାରୀ-କରଣ ବ୍ୟବସ୍ଥା ଏବଂ ମହିଳା ମାନେ ଏହାଦ୍ୱାରା କିଭଳି ଜୀବନ ଜୀବିକା କରି ପରିବାର ଚଳାଇବାରେ ସକ୍ଷମ ହୋଇପାରିବେ , ସେହି ସମସ୍ତ ବିଷୟ ଉପରେ ତାଲିମ ଦିଆଯିବା ସହ ସଚେତନ କରା ଯାଇଥିଲା ଏବଂ ଏହି ଅବସରରେ ଏକ ରାଣୀ ସପୁରୀ ଚାଷୀଙ୍କ ଚାଷ ଫାର୍ମକୁ ପ୍ରଦର୍ଶନ ନିମନ୍ତେ ନିଆ
ଯାଇଥିଲା ।
କାର୍ଯ୍ୟକ୍ରମର ଶେଷ ଦିନ ତଥା ଉଦଯାପନୀ ଦିବସର ଶେଷରେ ଆରକେଏସଏସ: ସ୍ବେଛାସେବୀ ଅନୁଷ୍ଠାନର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଲକ୍ଷ୍ମୀ ନାରାୟଣ ପଣ୍ଡା , ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମର ପ୍ରଥମ ଦିନରୁ ଶେଷ ଦିନ ପର୍ଯ୍ୟନ୍ତ ଅଂଶଗ୍ରହଣ କରିଥିବା ଓ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031