Indus Valley Times

ଗଜପତି: ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଶିଶୁଙ୍କ ଚକ୍ଷୁର ଦୃଷ୍ଟି ପଟଳ ସମସ୍ୟା ସମ୍ପର୍କିତ ପରୀକ୍ଷା ଶିବିର

 Breaking News

ଗଜପତି: ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଶିଶୁଙ୍କ ଚକ୍ଷୁର ଦୃଷ୍ଟି ପଟଳ ସମସ୍ୟା ସମ୍ପର୍କିତ ପରୀକ୍ଷା ଶିବିର

June 20
20:24 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୦/୬ : ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସା୍ଳୟର ପ୍ରସୂତି କାଳୀନ ଏବଂ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ୩୪ ସପ୍ତାହ ଠାରୁ କମ ବୟସର ଜନ୍ମିତ ଶିଶୁ ଏବଂ ୨ କେଜିରୁ କମ ଓଜନ ଥିବା ଶିଶୁଙ୍କ ନିମନ୍ତେ ଚକ୍ଷୁର ଦୃଷ୍ଟି ପଟଳ ତଥା ରେଟିନା ସମସ୍ୟା ଚି଼ହ୍ନଟ ସମ୍ପର୍କିତ ଏକ ଚକ୍ଷୁ ସ୍କ୍ରିନିଙ୍ଗ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଚକ୍ଷୁ (ସ୍କ୍ରିନିଙ୍ଗ) ପରୀକ୍ଷା ଶିବିର ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଭୁବନେଶ୍ଵର ସ୍ଥିତ ଏଲ ଭି ପ୍ରସାଦ ଚକ୍ଷୁ ଚିକିତ୍ସା୍ଳୟ ପକ୍ଷରୁ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତରେ ଅନୁଷ୍ଠିତ ହୋଇଥିଲା ।
ସେଠାକାର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡ଼ା: ସମୀର ନାୟକ ଏବଂ ବାସୁଦେବ ମହାରଣା ପ୍ରମୁଖ ଶିଶୁମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।
ଏଥି ପୂର୍ବରୁ ଶିଶୁ ମାନଙ୍କ ପଞ୍ଜିକରଣ କରାଯାଇ ସେମାନଙ୍କ ୨ ଚକ୍ଷୁରେ ଆଇ-ଡ୍ରପ ପକା ଯାଇଥିଲା ।
ଆଇ-ଡ୍ରପ ପକାଯିବା ୪୫ ମିନିଟ ପରେ ସମ୍ପୃକ୍ତ ଶିଶୁ ମାନଙ୍କ ଚକ୍ଷୁ ପରୀକ୍ଷାରେ ରେଟିନା ତଥା ଦୃଷ୍ଟି-ପଟଳର ଉପସ୍ଥିତି ଉପରେ ପରୀକ୍ଷା କରା ଯାଇଥିଲା ।
ଏହି ଚକ୍ଷୁ ଚିକିସ୍ୟା ଶିବିରରେ ମୋଟ ୩୨ ଜନ ଶିଶୁଙ୍କ ଚକ୍ଷୁ ପରୀକ୍ଷା କରା ଯାଇଥିଲା । ସେଠି ମଧ୍ୟରୁ ୩ ଜଣ ଶିଶୁଙ୍କ ଚକ୍ଷୁରେ ଚକ୍ଷୁ ପଟଳରେ ସମସ୍ୟା ଥିବା ଜଣା ପଡିଥିଲା ।
ଡାକ୍ତରଙ୍କ ପରମର୍ଶ କ୍ରମେ ସେମାନଙ୍କୁ ପରବର୍ତ୍ତୀ ଅସ୍ତ୍ରୋପଚାର ପାଇଁ ଭୁବନେଶ୍ୱର ପଠାଯିବ ।
ଏହି ସମସ୍ତ କାର୍ଯ୍ୟକ୍ରମ ଡିଏମଓ ଡା ପ୍ରମୋଦ କୁମାର ପଣ୍ଡା , ଡିପିଏମ ସୌମ୍ୟା ରାଣୀ ଗୌଡ଼ ଏବଂ ଆରବିଏସକେର ପରିଚାଳକ ଶ୍ରୀ ସାଇ ପ୍ରସାଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଅନୁଷ୍ଠିତ ହୋଇଥିଲା ।
ଏହି ଶିବିର କାର୍ଯ୍ୟକ୍ରମରେ ମୁଖ୍ୟତଃ ଯେଉଁ ଜନ୍ମିତ ଶିଶୁକୁ ୩୪ ସପ୍ତାହରୁ ଅଧିକ ଦିନ ହୋଇ ନ ଥିବ ଏବଂ ଯେଉଁ ଶିଶୁ ୨ କେଜିରୁ କମ ଓଜନର ଥିବା ସେହି ଶିଶୁ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଏହି ଗ୍ରୁପର ଶିଶୁମାନଙ୍କୁ , ଜାତୀୟ ସ୍ବାସ୍ଥ୍ୟ ମିଶନ ଅନ୍ତର୍ଗତ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟରତ ଡିଇଆଇସି , ମୋବାଇଲ ହେଲଥ ଟିମ ଓ କ୍ଷେତ୍ର ସ୍ତରରେ କାମ କରୁଥିବା ସ୍ୱାସ୍ଥ୍ୟ କର୍ମଚାରି ମାନେ ଚି଼ହ୍ନଟ କରି ଏହି ଶିବିରରକୁ ଆଣିଥିଲେ ।
ମୁଖ୍ୟତଃ ଏହି ଚକ୍ଷୁ ପରୀକ୍ଷା ଶିବିରରେ ଶିଶୁ ମାନଙ୍କ ଦୃଷ୍ଟି ପଟଳ ଠିକ ବା ସତେଜ ଅଛିନା ନା ନାହିଁ , କଣ ସମସ୍ୟା ରହିଛି କି , ଭବିଷ୍ୟତରେ କିଛି ସମସ୍ୟା ଦେଖାଦେବା ସମ୍ଭାବନା ରହିଛି କି , ସେହିଭଳି ଲକ୍ଷଣର ସ୍ପଷ୍ଠତା ଉପରେ ପରୀକ୍ଷା କରିଥିଲେ ।
ଏହି ଚକ୍ଷୁ ପରୀକ୍ଷା ବେଳେ ଚକ୍ଷୁରେ ଯଦି କିଛି ତ୍ରୁଟି ବା ସମସ୍ୟା ଦେଖାଦେଲେ ତାକୁ ତୁରନ୍ତ ପରବର୍ତ୍ତୀ ଅସ୍ତ୍ରୋପଚାର ପାଇଁ ଭୁବନେଶ୍ୱର ସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟକୁ ପଠାଇବା ବ୍ୟବସ୍ଥା କରାଯାଉଛି ।
ଏହି ଶିଶୁଙ୍କ ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର ସମସ୍ତ ଖର୍ଚ୍ଚ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସହାୟତା ରାଶିରେଙ୍କ ମାଗ ।ରେ ହୋଇଥାଏ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡା: ପ୍ରମୋଦ କୁମାର ପଣ୍ଡା ଓ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ପରିଚାଳକ ଶ୍ରୀ ସାଇ ପ୍ରସାଦ ଦାସ ସୂଚନା ଦେଇ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031