Legatus

ଗଜପତି: ରାୟଗଡ଼ା ବ୍ଲକ୍ କଇଁପୁର ଠାରେ ମିଶନ ଶକ୍ତିର କାଫେ ଉଦଘାଟିତ

 Breaking News

ଗଜପତି: ରାୟଗଡ଼ା ବ୍ଲକ୍ କଇଁପୁର ଠାରେ ମିଶନ ଶକ୍ତିର କାଫେ ଉଦଘାଟିତ

May 22
21:29 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୫ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କଇଁପୁର ଗ୍ରାମ ପଞ୍ଚାୟତର ମହେନ୍ଦ୍ରଗିରି ପର୍ବତ ଯିବା ରାସ୍ତା ପାର୍ଶରେ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ଵୟଂ ଶାସିତ ଗୋଷ୍ଟିଙ୍କ ଦ୍ଵାରା ପରିଚାଳିତ “କଫେ କେନ୍ଦ୍ର” କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ବୀରେନ୍ଦ୍ର କୁମାର ଦାସ , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ: କୁମାର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ରୋମାଞ୍ଚଳ ଖମାରୀ ପ୍ରମୁଖ ମିଳିତ ଭାବେ ଉଦଘାଟନ କରିଛନ୍ତି ।
ଏହି କାଫେ କେନ୍ଦ୍ର ଦ୍ୱାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଲାଭାନ୍ୱିତ ହେବା ସଙ୍ଗେ ସଙ୍ଗେ ଲୋକଙ୍କୁ ମଧ୍ୟ ସୁଲଭ ଦରରେ ଉତ୍ତମ ମାନର ଜଳଖିଆ ଆଦି ଉପଲବ୍ଧ ହୋଇପାରିବ ବୋଲି କୁହା ଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମିଶନ ଶକ୍ତି ଅଧିକାରୀ ଶ୍ରୀ ରଶ୍ମୀ ରଞ୍ଜନ ସେଠୀ , ଜିଲ୍ଲା ଶିଳ୍ପ କେନ୍ଦ୍ର ସଂସ୍ଥା ସାଧାରଣ ପରିଚାଳକ ଶ୍ରୀ ସୁନାରାମ ସିଂ , ରାୟଗଡ଼ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ସୁଧୀର କୁମାର ସିଂ , ତହସିଲଦାର ଶ୍ରୀମତୀ ଲୀଳାବତୀ ଆଚାର୍ଯ୍ୟ , ରାୟଗଡ଼ ସିଡ଼ିପିଓ , ମିଶନ ଶକ୍ତିର ସ୍ୱୟଂ ସହାୟିକା ଗୋଷ୍ଟି , ସ୍ଥାନୀୟ ଜନ-ପ୍ରତିନିଧି ଓ ବ୍ଲକ ମିଶନ ଶକ୍ତି\’ର କର୍ମ କର୍ତ୍ତା ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31